Latest Odisha News

BREAKING NEWS

ଆଇପିଏଲ: ପଞ୍ଜାବକୁ ହରାଇଲା ଚେନ୍ନାଇ

ଧର୍ମଶାଳା: ଏଠାରେ ରବିବାର ଖେଳାଯାଇଥିବା ଆଇପିଏଲର ପ୍ରଥମ ମୁକାବିଲାରେ ରବୀନ୍ଦ୍ର ଜାଡେଜାଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ଚେନ୍ନାଇ ସୁପର କିଙ୍ଗସ ୨୮ ରନରେ ପଞ୍ଜାବ କିଙ୍ଗସକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ୯ ୱିକେଟ ହରାଇ ୧୬୭ ରନ କରିଥିଲା । ରବୀନ୍ଦ୍ର ଜାଡେଜା ସର୍ବାଧିକ ୪୩ ରନ କରିଥିବା ବେଳେ ରିତୁରାଜ ଗାଏକ୍ୱାଡ ୩୨ ଓ ଡାରେଲ ମିଚେଲ ୩୦ ରନ କରିଥିଲେ । ରାହୁଲ ଚହର ଓ ହର୍ଷଲ ପଟେଲ ୩ଟି ଲେଖାଏଁ ୱିକେଟ ନେଇଥିଲେ । ଏମଏସ ଧୋନୀ ଗୋଲ୍ଡେନ ଡକର ଶୀକାର ହୋଇଥିଲେ । ୧୬୮ ରନର ବିଜୟ ଲକ୍ଷ୍ୟକୁ ପିଛା କରି ପଞ୍ଜାବ ୯ ୱିକେଟ ହରାଇ ୧୩୯ ରନ କରିବାକୁ ସକ୍ଷମ ହୋଇଥିଲା । ପ୍ରଭିସିମ୍ରନ ସିଂ ୩୦ ଓ ଶଶାଙ୍କ ସିଂ ୨୭ ରନ କରିଥିଲେ ।

BjdElectrycity

ଜାଡେଜା ଚେନ୍ନାଇ ପକ୍ଷରୁ ସର୍ବାଧିକ ୩ଟି ୱିକେଟ ନେଇଥିଲେ । ସିମ୍ରନଜିତ ସିଂ ଓ ତୁଷାର ପାଣ୍ଡେ ୨ଟି ଲେକାଏଁ ୱିକେଟ ହାସଲ କରିଥିଲେ । ଚେନ୍ନାଇ ଏହି ବିଜୟ ସହ ୧୧ ମ୍ୟାଚରୁ ୧୨ ପଂଏଟ ହାସଲ କରି ପଂଏଟ ଟେବୁଲର ତୃତୀୟ ସ୍ଥାନରେ ରହି ପ୍ଲେ ଅଫ ପ୍ରବେଶ ଆଶା ଉଜ୍ଜୀବିତ ରଖିଛି । ପଞ୍ଜାବ ୧୧ ମ୍ୟାଚରୁ ୮ ପଂଏଟ ସହ ୮ମ ସ୍ଥାନରେ ରହିଛି ।

Leave A Reply

Your email address will not be published.