Latest Odisha News

BREAKING NEWS

ମୁସଲମାନ ସମ୍ପ୍ରଦାୟକୁ କେବଳ ଏକ ଭୋଟ୍ ବ୍ୟାଙ୍କ ଭାବରେ ଦେଖନ୍ତି କଂଗ୍ରେସ: ରାଜନାଥ ସିଂ

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧିଙ୍କୁ ପ୍ରଶଂସା କରି ରାହୁଲ ଗାନ୍ଧୀଙ୍କ ସମସ୍ୟା ବଢ଼ାଇଛନ୍ତି ପାକିସ୍ତାନର ପୂର୍ବତନ ମନ୍ତ୍ରୀ ଚୌଧୁରୀ ଫୱାଦ ହୁସେନ । ଏହି ପ୍ରଶଂସା ପରେ ବିଜେପି କ୍ରମାଗତ ଭାବେ କଂଗ୍ରେସ ଓ ରାହୁଲ ଗାନ୍ଧୀଙ୍କ ଉପରେ ଆକ୍ରମଣ କରୁଛି । ଏହି ପ୍ରସଙ୍ଗରେ ବିଜେପି ରାହୁଲ ଗାନ୍ଧୀଙ୍କଠାରୁ ଜବାବ ମାଗୁଛି ବୋଲି କହିଛନ୍ତି ବିଜେପିର ବରିଷ୍ଠ ନେତା ରାଜନାଥ ସିଂ ।

BjdElectrycity

ରାଜନାଥ ସିଂ କହିଛନ୍ତି ଯେ, ପାକିସ୍ତାନର ପୂର୍ବତନ ମନ୍ତ୍ରୀ ରାହୁଲ ଗାନ୍ଧୀଙ୍କୁ ପ୍ରଶଂସା କରିବା ଅତ୍ୟନ୍ତ ଚିନ୍ତାର ବିଷୟ । ଏହା ଉପରେ କଂଗ୍ରେସ ସ୍ପଷ୍ଟୀକରଣ ଦେବା ଉଚିତ୍ । ରାଜନାଥ ସିଂ ଆହୁରି ମଧ୍ୟ କହିଛନ୍ତି ଯେ, କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ପାଖରେ କୌଣସି ଶକ୍ତି ନାହିଁ । ତାଙ୍କ ଦଳ ନିର୍ବାଚନ ପାଇଁ ହିନ୍ଦୁ ଏବଂ ମୁସଲମାନମାନଙ୍କ ମଧ୍ୟରେ ବିଭାଜନ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି । ଧାର୍ମିକ ଆଧାରରେ କଂଗ୍ରେସ ଚିନ୍ତା ବଢାଉଛି ବୋଲି କହିଛନ୍ତି ରାଜନାଥ ସିଂ । ସେମାନେ ମୁସଲମାନ ସମ୍ପ୍ରଦାୟକୁ କେବଳ ଏକ ଭୋଟ୍ ବ୍ୟାଙ୍କ ଭାବରେ ଦେଖନ୍ତି ବୋଲି ଅଭିଯୋଗ ଆଣିଛନ୍ତି ରାଜନାଥ ।

Leave A Reply

Your email address will not be published.