Latest Odisha News

BREAKING NEWS

ଅଭିଶପ୍ତ କିରାଡ଼ୁ ମନ୍ଦିରରେ ପଥର ମଣିଷ

ବାରମେର: ଆମ ଦେଶରେ ବିଭିନ୍ନ ମଠ ମନ୍ଦିର ରହିଛି । ରାଜା ରାଜୁଡା ଅମଳରୁ ନେଇ ବିଭିନ୍ନ ଅମଳର ମନ୍ଦିର ଯେମିତି ଅତୀତର ମୂକ ସାକ୍ଷୀ ପାଲଟିଛି । ସବୁଥିରେ କିଛି ନା କିଛି ରହସ୍ୟ ରହି ଆସିଛି ।   ହେଲେ ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ ଏମିତି କିଛି ମନ୍ଦିର ରହିଛି ଯାହାକି ପୁରା ଅଭିଶପ୍ତ ।


ଏ ହେଉଛି ରାଜସ୍ଥାନର ବାରମେରଠାରୁ ୩୦ରୁ ୩୫ କିଲୋମିଟର ଦୂରରେ ଥିବା କିରାଡୁ ଏକ ଛୋଟ ଗାଁ । ହେଲେ ସେଠାରେ ଇତିହାସ ବହୁତ ଲମ୍ବା । ପୁରା କାଳରୁ ରାଜାରାଜୁଡା ଅମଳରୁ ରହିଛି ଅନେକ ମନ୍ଦିର । ହେଲେ ଗୋଟିଏ ମନ୍ଦିର ଅଛି କିରାଡୁ ମନ୍ଦିର , ଯେଉଁଠି ଲୋକେ ଭୟ କରନ୍ତି ଏହି ମନ୍ଦିର ନାଁ ଧରିଲେ ।

ରାତିହେଲେ ମନ୍ଦିର ତ ଦୂର କଥା ମନ୍ଦିର ଆଖପାଖରେ ବି କେହି ଯାଆନ୍ତି ନାହିଁ । ପ୍ରଶାସନ ପକ୍ଷରୁ ତାଲା ପକାଇଦିଆଯାଏ । ଯିଏ ବି ମନ୍ଦିର ଭିତରକୁ ଯାଇଛି ସେଠାରେ ଫେରିବାର କେହି ଜାଣି ନାହାନ୍ତିି । ଗାଁର ଲୋକେ ସଂଧ୍ୟାରେ ବିଭିନ୍ନ ପ୍ରକାର ବିକଟାଳ ଚିତ୍କାର ଶୁଣୁଛନ୍ତି । ଏହି ଅଭିଶପ୍ତ ମନ୍ଦିରକୁ ଯିଏ ବି ଗଲା ପଥର ପାଲଟିଯାଏ । ମନ୍ଦିର ଭିତରୁ ଫେରିବାର ଆଶା ବି ନଥାଏ ।

ଏନେଇ ଏକ ପୁରାଣ କାହାଣୀ ରୌହିଛି । ଜଣେ ଋଷିଙ୍କ ଅଭିଶାପ ଯୋଗୁ ଏଠାକୁ ଯାଉଥିବା ଲୋକେ ପଥର ହୋଇଯିବା ସୁନିଶ୍ଚିତ । ବଡ଼ ଧରଣର କ୍ଷତି ବି ହୋଇଥାଏ । ଏହି ସ୍ଥାନକୁ ବହୁ ପର୍ଯ୍ୟଟକ ଆସୁଛନ୍ତି । ହେଲେ ସଂଧ୍ୟା ପୂର୍ବରୁ ସମସ୍ତେ ସେହି ସ୍ଥାନ ଛାଡି ଚାଲିଯାନ୍ତି ।
କେବଳ ମନ୍ଦିର ନୁହେଁ ପାଖରେ ବହୁ ଶିଳା ପଡ଼ି ରହିଛି ପାଖାପାଖି । ଯାହାକି ଅଭିଶାପ ପାଇଥିବା ଲୋକଙ୍କର । ଆଉ ଠିକ୍ ସଞ୍ଜ ନଇଁଗଲେ ଏହି ସବୁ ପଥରରୁ ଯେମିତି ଅଦ୍ଭୁତ ସ୍ୱର ଭାସିଆସେ ।

ମଣିଷରୁ ପଥର ପାଲଟିଥିବା ଲୋକ ମୁକ୍ତି ପାଇଁ ଏହିଭଳି ଚିତ୍କାର କରୁଥିବା କୁହନ୍ତି ଗାଁର ଲେ।କେ । ଜଣେ ପାରାନର୍ମାଲ ଆକ୍ଟିଭିଷ୍ଟ ବି ଫେଲ୍ ମାରିଛନ୍ତି ଏହି ମନ୍ଦିର ରହସ୍ୟ ଜାଣିବାରେ । ତେବେ ସତରେ କଣ ମନ୍ଦିରରେ ଅଶରୀରୀ ଅଭିଶପ୍ତ ଆତ୍ମାଙ୍କ ବାସ ରହିଛି ? ସତରେ କଣ ଏଠାରେ ସଂଜ ନଇଁଗଲେ ଆତଙ୍କ ଖେଳିଯାଏ । ? କଣ ରହିଛି ଏହି କିରାଡୁର ରହସ୍ୟ ? ତାହା ଏବେ ବି ଅନ୍ଧାରରେ .. . .

Leave A Reply

Your email address will not be published.