କଟକ : ଦଶହରା ମୂର୍ତ୍ତି ଉଚ୍ଚତା ପ୍ରସଙ୍ଗ ।ଏନେଇ ହାଇକୋର୍ଟରେ ରିଟ୍ ପିଟିସନ ଦାଏର ହୋଇଛି । କଟକ ବାଲୁ ବଜାର ପୂଜା କମିଟି ପକ୍ଷରୁ ମାମଲା ଦାଏର କରାଯାଇଛି। ପରମ୍ପରାକୁ ଦୃଷ୍ଟିରେ ରଖି ପୂର୍ବପରି ମୂର୍ତ୍ତ ଉଚ୍ଚତା ବଜାୟ ରଖିବାକୁ ଅନୁମତି ଲୋଡିଛି ବାଲୁକା ବଜାର ପୂଜା କମିଟି । ହେଲେ ଏପର୍ଯ୍ୟନ୍ତ କିଛି ଫାଇନାଲ୍ ହୋଇପାରୁନି। ଶେଷରେ ଏସ ଆର୍ ସି ଙ୍କ ବିଜ୍ଞପ୍ତିକୁ ଚ୍ୟାଲେଞ୍ଜ କରି ପୂଜା କମିଟି ରିଟ୍ ପିଟିସନ୍ ଦାଏର କରିଛି ।
ସେପଟେ ଧର୍ମେ ନ୍ଦ୍ର ପ୍ରଧାନ ମଧ୍ୟ ମୂର୍ତ୍ତି ପ୍ରସଙ୍ଗକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି। କୋଭିଡ୍ ମହାମାରୀର ପ୍ରକୋପ କିଛି ମାତ୍ରାରେ କମିଲା ଭଳି ଲାଗୁଛି। କଟକରେ ମାଆ ଙ୍କ ପୂଜାର୍ଚ୍ଚନା ଶୃଙ୍ଖଳିତ ଭାବେ ହୋଇପାରିବ ,ତାହାକୁ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ କରାଯିବାର ଆବଶ୍ୟକତା ରହିଛି ବୋଲି ଟ୍ୱିଟ କରିଛନ୍ତି।ରାଜ୍ୟ ସରକାର ଏହାକୁ ଗୁରୁତ୍ୱ ଦେବା ସହ ପୁନର୍ବାର ଆଲୋଚନା କରି କଟକବାସୀଙ୍କୁ ଭାବବେଗକୁ ଦୃଷ୍ଟିରେ ରଖି ଶୃଙ୍ଖଳିତ ଭାବରେ ମାଆଙ୍କ ପୂଜାର୍ଚ୍ଚନା ପାଇଁ ବ୍ୟବସ୍ଥା କରିବେ ବୋଲି ସେ ଆଶା ପ୍ରକଟ କରିଛନ୍ତି ଧର୍ମେନ୍ଦ୍ର ।
Comments are closed.