Latest Odisha News

BREAKING NEWS

ଓଡ଼ିଶାରେ ଡ଼େଙ୍ଗୁ ଆତଙ୍କ: କଟକ ଡ଼ାକ୍ତରଖାନାରେ ଏବର୍ଷ ପ୍ରଥମ ରୋଗୀଙ୍କ ମୃତ୍ୟୁ

କଟକ: ଏବର୍ଷ ଓଡ଼ିଶାର ପ୍ରଥମ ଡ଼େଙ୍ଗୁ ରୋଗୀଙ୍କ କଟକ ଏସସିିବି ମେଡ଼ିକାଲ୍ କଲେଜ ଓ ହସ୍ପିଟାଲରେ ମୃତ୍ୟୁ ହୋଇଛି ବୋଲି ସୂଚନା ମିଳିଛି ।

ଏସସିବି ଡ଼େଙ୍ଗୁ ନୋଡ଼ାଲ୍ ଅଧିକାରୀଙ୍କ ସୂଚନାକ୍ରମେ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଞ୍ଚଳର ଜଣେ ମହିଳା ରୋଗୀ ଜୁଲାଇ ୨୯ ତାରିଖରେ ହସ୍ପିଟାଲରେ ଚିକିତ୍ସା ଲାଗି ଭର୍ତ୍ତି ହୋଇଥିଲେ । ଏହି ରୋଗୀଙ୍କ ରକ୍ତ ନମୁନା ଯାଞ୍ଚ କରିବା ପରେ ଡ଼େଙ୍ଗୁରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା । ତେବେ ମଙ୍ଗଳବାର ଦିନ ଭୋର୍ ୫ଟା ସମୟରେ ତାଙ୍କର ମୃତ୍ୟୁ ଘଟିଥିବା ମେଡ଼ିକାଲ୍ ସୂତ୍ରରୁ ଜଣାପଡ଼ିଛି ।

ମେଡ଼ିକାଲ୍ ନୋଡ଼ାଲ୍ ଅଧିକାରୀଙ୍କ ସୂଚନାନୁଯାୟୀ, ଏହି ରୋଗୀ ଜଣକ ଡ଼ାକ୍ତରଖାନାରେ ପ୍ରଥମେ ଚିକିତ୍ସା ଲାଗି ଭର୍ତ୍ତି ହେବା ସମୟରେ ତାଙ୍କର କିଡ଼ନୀ ଅଚଳ ଥିବା ପରୀକ୍ଷାରେ ଜଣାପଡ଼ିଥିଲା ।

Leave A Reply

Your email address will not be published.