Latest Odisha News

BREAKING NEWS

ଆପଣାନ୍ତୁ ଏହି ଘରୋଇ ସାମ୍ପୁ, ପାଇବେ ସମସ୍ତ କେଶ ସମସ୍ୟାରୁ ମୁକ୍ତି

କେଶ ସମ୍ବନ୍ଧୀୟ କୌଣସିବି ସମସ୍ୟା ଥିଲେ ଆଦୌ ବ୍ୟସ୍ତ ହୁଅନ୍ତୁ ନାହିଁ । ଆମେ ଆଜି ଆପଣଙ୍କୁ ଏକ ଘର ତିଆରି ସାମ୍ପୋ ସଂପର୍କରେ କହିବୁ। ଯାହାକୁ କେଶରେ ଲଗାଇବାର ୧୫ ଦିନ ମଧ୍ୟରେ ଆପଣ ପ୍ରଭାବ ଜାଣିପାରିବେ ।

କେମିତି ପ୍ରସ୍ତୁତ କରିବେ ଏହି ସାମ୍ପୋ:

ଏଥିପାଇଁ ଆପଣଙ୍କୁ ନେବାକୁ ପଡ଼ିବ ଅଅଁଳା, ରିଠା ଓ ସିକାକାଇ। ବଜାର କୌଣସି ପୂଜା ସାମଗ୍ରୀ ଦୋକାନରୁ ଏହାକୁ କିଣି ଆଣନ୍ତୁ।

ରାତିରେ ଅଁଳାରୁ ୪ଟି, ରିଠାରୁ ୪ଟି ଏବଂ ସିକାକାଇରୁ ୨ଟି ନେଇ ଏକ ପାତ୍ରରେ ଆବଶ୍ୟକ ମୁତାବକ ପାଣି ଦେଇ ତାହାକୁ ଫୁଟାଇ ଦିଅନ୍ତୁ।

ସେ ସବୁ ସିଝିଗଲା ପରେ ତାହାକୁ ଘୋଡ଼ାଇ କରି ରଖି ଦିଅନ୍ତୁ। ପରଦିନ ସେଗୁଡ଼ିକ ସଂପୂର୍ଣ୍ଣ ବତୁରି ଯାଇଥିଲେ। ସେ ସବୁକୁ ଚକିଟି କରି ତାହାର ରସରେ କେଶ ଧୁଅନ୍ତୁ। ଆପଣ ଦେଖିବେ ଏପରି ୧୫ ଦିନ କରିବା ପରେ ଆପଣଙ୍କୁ ଆଶାତୀତ ଫଳ ମିଳିବ। ଆପଣ ଚାହିଁଲେ ଅଅଁଳାକୁ ରାତିରେ ଭିଜାଇ ସକାଳେ ଖାଇ ମଧ୍ୟ ପାରନ୍ତି। ଏହା ଦ୍ୱାରା ମଧ୍ୟ କେଶ ଝଡ଼ିବା ସମସ୍ୟା ଦୂର ହେବା ସହ ଚେହେରାରେ ବୟସର ପ୍ରଭାବ ଦେଖାଯାଇନଥାଏ ।

Leave A Reply

Your email address will not be published.