Latest Odisha News

BREAKING NEWS

କଟକଣା ଭିତରେ କଟକର କାଳୀ ପୂଜା

କଟକ: କରୋନା କଟକଣା ଭିତରେ ହେବ କଟକର କାଳୀ ପୂଜା । ଦୁର୍ଗାପୂଜା ଭଳି କାଳୀ ପୂଜା ମଧ୍ୟ ପାଳନ ହେବ । ପୂଜାକୁ ନେଇ କଟକ ଡିସିପ ପ୍ରତୀକ ସିଂ କଟକଣା ଜାରି କରିଛନ୍ତି ।

କାଳୀପୂଜା ବେଳେ ଗହଳୀକୁ କଣ୍ଟ୍ରୋଲ କରିବାକୁ ପୋଲିସ ପାଟ୍ରୋଲିଂକୁ କଡା କଡି କରାଯିବା ସହ ବିଭିନ୍ନ ସ୍ଥାନରେ ଏଡ୍ ପୋଷ୍ଟ ରହିବ । ଦୀପାବଳିରେ ବାଣ ଫୁଟାଇବାକୁ ନେଇ ରାଜ୍ୟ ସରକାର କଟକଣା ଜାରି କରାଯାଇଥିବାରୁ ଏଥିପାଇଁ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଡ୍ରାଇଭ ବ୍ୟବସ୍ଥା କରାଯାଇଛି ।

ପୂଜା ବେଳେ ସହର ଭିତରେ ୧୫ ପ୍ଲାଟୁନ ପୋଲିସ ମୁତୟନ ହେବା ସହ ସେମାନଙ୍କୁ ଗାଇଡ କରିବାକୁ ୫୦ ଜଣ ଅଫିସର ମୁତୟନ ରହିବେ । ଏହାସହ ଏସଆରସି ଯାହା ଗାଇଡ ଲାଇନ ଦେଇଛନ୍ତି ସେହି ଗାଇଡ ଲାଇନ ମୁତାବକ ପୂଜା ହେବ ବୋଲି ପ୍ରତୀକ୍ ସିଂ ସୂଚନା ଦେଇଛନ୍ତି ।

ଅନ୍ୟପଟେ ପୂଜା ଠାରୁ ଭଷାଣୀ ବେଳେ ଅଧିକ ଗହଳି ହେଉଥିବାରୁ ଏହା ଉପରେ ପୋଲିସର ସ୍ୱତନ୍ତ୍ର ନଜର ରହିବ । ମୂର୍ତ୍ତିଗୁଡିକର ବିଷର୍ଜନ ପାଇଁ ୧୧ ଟି ସ୍ୱତନ୍ତ୍ର ପୋଖରୀର ବ୍ୟବସ୍ଥା ହୋଇଥିବା କହିଛନ୍ତି ଡିସିପି ।

Leave A Reply

Your email address will not be published.