Latest Odisha News

BREAKING NEWS

ବାଣ ଫୁଟାଇବା ଓ ବିକ୍ରି କରିବା ବ୍ୟାନ୍ କଲା ଏନ୍‌ଜିଟି

ନୂଆଦିଲ୍ଲୀ: ବାଣ ଫୁଟାଇବା ଓ ବିକ୍ରି କରିବା ଉପରେ ଲାଗିଲା କଟକଣା । ଆଜି ମଧ୍ୟ ରାତ୍ରରୁ ନଭେମ୍ବର ୩୦ ଯାଏ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ବାଣ ଫୁଟାଇବା ଓ ବିକ୍ରି ଉପରେ ନ୍ୟାସ୍‌ନାଲ୍‌ ଗ୍ରୀନ୍‌ ଟ୍ରିବ୍ୟୁନାଲ୍‌ ସମ୍ପୂର୍ଣ୍ଣ ଭାବେ ବ୍ୟାନ୍‌ ଲଗାଇଛନ୍ତି। ଦିଲ୍ଲୀରେ ବଢ଼ୁଥିବା ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଏଭଳି ପ୍ରତିବନ୍ଧକ ଲଗାଯାଇଛି। ତେବେ ଦିଲ୍ଲୀ ଏବଂ ଏହାର ଆଖପାଖର ଜିଲ୍ଲାଗୁଡ଼ିକରେ ଏନଜିଟିର ଏହି ନିର୍ଦ୍ଦେଶ ଲାଗୁ ହେବ।

ସୂଚନାଯୋଗ୍ୟ, ଏନଜିଟି କେବଳ ଦିଲ୍ଲୀ-ଏନସିଆରରେ ନୁହେଁ, ଦେଶର ଅନ୍ୟ ସହରଗୁଡ଼ିକରେ ମଧ୍ୟ ବାଣ ଫୁଟାଇବା ଓ ବିକ୍ରି ଉପରେ କଟକଣା ଲାଗୁ କରିଛନ୍ତି। ଟ୍ରିବ୍ୟୁନାଲଙ୍କ ମୁତାବକ, ଯେଉଁ ସହରରେ ପ୍ରଦୁଷଣର ସ୍ଥିତି ସାମାନ୍ୟ ରହିଛି। ସେଠାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଲୋକେ ମାତ୍ର ଦୁଇ ଘଣ୍ଟା ପାଇଁ ସବୁଜ ବାଣ ଫୁଟେଇପାରିବେ।

ପ୍ରଦୁଷଣ ସ୍ଥିତି ଉପରେ ନଜର ରଖିବାକୁ ଏବଂ ଏନେଇ ସମ୍ପକ୍ତ କର୍ତ୍ତୃପକ୍ଷ ସୂଚନା ଦେବାକୁ କେନ୍ଦ୍ର ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ ଏବଂ ରାଜ୍ୟର ସମସ୍ତ ପ୍ରଦୁଷଣ ବୋର୍ଡକୁ ନିର୍ଦ୍ଦେଶ ଦେଇଛନ୍ତି ଏନଜିଟି। ଏହି ପରିପ୍ରେକ୍ଷୀରେ ଏନଜିଟି ଜରିମାନା ଲାଗୁ କରିବାକୁ ମଧ୍ୟ କହିଛନ୍ତି। ଯେଉଁ ଅଞ୍ଚଳରେ ନିୟମ ଲାଗୁ ହୋଇଛି, ସେଠାରେ ନିୟମ ଉଲ୍ଲଂଘନ କଲେ କଡ଼ା ଜରିମାନା ଆଦାୟ କରାଯିବ। ବାଣ ବିକ୍ରି କଲେ ୧୦ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ। ଆଉ ବାଣ ଫୁଟେଇଲେ ୨ ହଜାର ଟଙ୍କା ଜରିମାନା ଦେବାକୁ ହେବ।

Leave A Reply

Your email address will not be published.