କଟକ: କଟକ ବାରବାଟୀ ଷ୍ଟାଡିୟମରେ ଆୟୋଜିତ ଦିନିକିଆ କ୍ରିକେଟ୍ ମ୍ୟାଚରେ ବିଭ୍ରାଟ।
ସୂଚନା ଅନୁଯାୟୀ, ଫ୍ଲଡ ଲାଇଟରେ ତ୍ରୁଟି ଯୋଗୁ ଅନ୍ଧାର ହୋଇଯାଇଛି ସାରା ପରିବେଶ। ପ୍ରଥମେ ଷ୍ଟାଣ୍ଡର କିଛି ଲାଇଟ ବନ୍ଦ ହୋଇ ଯାଇଥିଲା। ପରେ ପରେ ସମ୍ପୂର୍ଣ୍ଣ ଷ୍ଟାଣ୍ଡର ଲାଇଟ ଲିଭି ଯାଇଥିଲା। ୬.୧ ଓଭରରେ ବିନା ୱିକେଟରେ ଭାରତର ସ୍କୋର ୪୮ ରନ ହୋଇଥିବା ବେଳେ ଫ୍ଲଡ ଲାଇଟରେ ତ୍ରୁଟି ଦେଖାଦେଇଥିଲା।
ତେବେ ଅମ୍ପାୟାରଙ୍କ ସହ ପରାମର୍ଶ କ୍ରମେ ଉଭୟ ଦଳର ଖେଳାଳି ପ୍ୟାଭିଲିୟନ ଫେରିଥିଲେ। ଯାହାଫଳରେ ଅଧାରେ ବନ୍ଦ ହୋଇଛି ଭାରତ- ଇଂଲଣ୍ଡ ଦିନିକିଆ ମ୍ୟାଚ୍।
Comments are closed.