Latest Odisha News

‘ବାଲିଯାତ୍ରାକୁ ନେଇ ଲାଗୁ ହେଉ ପୁରୁଣା ପ୍ରକ୍ରିୟା’

ଭୁବନେଶ୍ୱର: ଆଜି ବିଧାନସଭାରେ ବାଲିଯାତ୍ରା କଥା ଉଠାଇଛନ୍ତି କଟକ-ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋସ । ସେ କହିଛନ୍ତି ବାଲିଯାତ୍ରାରେ ଦୋକାନ ନିଲାମ ପ୍ରକ୍ରିୟାକୁ ତୁରନ୍ତ ବନ୍ଦ କରାଯାଉ । ପୂର୍ବ ରୁ ଯାହା ଚାଲିଥିଲା ସେହି ପ୍ରକ୍ରିୟାରେ ଦୋକାନ କରିବା ପାଇଁ ସୁଲଭ ମୂଲ୍ୟରେ ଦୋକାନ ଯୋଗାଇ ଦିଆଯାଉ ବୋଲି ଦାବି କରିଛନ୍ତି ।

ପୂର୍ବରୁ ବର୍ଗ ଫୁଟ୍‌‌ ପିଛା ୨୦ରୁ ୨୫ଟଙ୍କା ଦିଆଯାଉଥିବା ବେଳେ ଏବେ ବର୍ଗ ଫୁଟ୍‌‌ ପିଛା ୮୦୦ ଟଙ୍କା ନିଆଯାଉଛି । ଫଳରେ ଗରିବ ବ୍ୟବସାୟୀ ଓ ଏସଏଚଜି ମହିଳାମାନେ ଷ୍ଟଲ ଖୋଲିବାରୁ ବଞ୍ଚିତ ହେଉଛନ୍ତି । ଏହାସହିତ ବାଲିଯାତ୍ରା ପଡ଼ିଆକୁ ବୃଦ୍ଧି କରିବାକୁ ଦାବି କରିଛନ୍ତି ସୋଫିଆ ।

ଏହା ବ୍ୟତୀତ ସେ କହିଛନ୍ତି ଯେ, କିଭଳି ଭାବେ ଦେଶ ବିଦେଶର ବଡ ବଡ କମ୍ପାନୀ ବାଲିଯାତ୍ରାକୁ ଆସିବେ ସେନେଇ ବ୍ୟବସ୍ଥା କରାଯାଉ । ରାଜ୍ୟସରକାର ଅନ୍ତର୍ଯ୍ୟାତୀୟ ମାନ୍ୟତା ପାଇଁ ପଦକ୍ଷେପ ନିଅନ୍ତୁ ବୋଲି ଦାବି କରିଛନ୍ତି ସୋଫିଆ ।

Comments are closed.