ନୂଆଦିଲ୍ଲୀ: କୋଭିଡ-୧୯ ସମୟରେ ହେଉଥିବା ଅନଲାଇନ ଶିକ୍ଷାକୁ ସୁରକ୍ଷିତ କରିବା ପାଇଁ ଗାଇଡଲାଇନ ରିଲିଜ କରିଛି ନ୍ୟାସନାଲ କାଉନସିଲ ଫର ରିସର୍ଚ୍ଚ ଆଣ୍ଡ ଟ୍ରେନିଂ (ଏନସିଇଆରଟି) ।
ଏନସିଇଆରଟି ଏବଂ ୟୁନେସକୋର ମିଳିତ ପ୍ରଚେଷ୍ଟାରେ କରାଯାଇଥିବା ଏହି ଗାଇଡଲାଇନ, ଶୈକ୍ଷିକ ଉପଲବ୍ଧୀ, ମାନସିକ ସ୍ୱାସ୍ଥ୍ୟ ଓ ଜୀବନର ଗୁଣବତ୍ତା ଉପରେ ପଡୁଥିବା ସାଇବର ବୁଲିଂର ନକାରାତ୍ମକ ପ୍ରଭାବକୁ ଚିହ୍ନଟ କରି ଅନଲାଇନ ଶିକ୍ଷା ଗ୍ରହଣ ସମୟରେ ଧ୍ୟାନ ଦିଆଯିବାକୁ ଥିବା ବିଷୟ ଉପରେ ଆଧାରିତ ।
କୋଭିଡ-୧୯ ଜନିତ ଦେଶବ୍ୟାପୀ ସ୍କୁଲ କଲେଜ ବନ୍ଦ ରହିବା କାରଣ ହେତୁ ଶିକ୍ଷାନୁଷ୍ଠାନ ଗୁଡିକ ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ଶିକ୍ଷାଦାନ ଆରମ୍ଭ କରିଥିବା ବେଳେ ଲକ୍ଷାଧିକ ଛାତ୍ରଛାତ୍ରୀ ଅନଲାଇନ ଶିକ୍ଷାକୁ ଚୟନ କରୁଥିବା କାରଣରୁ ଇଲେଟ୍ରୋନିକ ଡିଭାଇସର ସାଙ୍ଗକୁ ଇନଫରମେସନ ଓ କମ୍ୟୁନିକେସନ ଟେକ୍ନୋଲୋଜିର ଚାହିଦା ବଢିଛି ।
ଅନଲାଇନ ଶିକ୍ଷା ର ଚାହିଦା ବଢୁଥିବା ଯୋଗୁ ସାଇବର ବୁଲିଂର ଆଶଙ୍କା ମଧ୍ୟ ବଢିଯାଉଛି । ଏହା କାରଣରୁ ନା କେବଳ ଛାତ୍ର ତା ସାଙ୍ଗକୁ ଶିକ୍ଷକ ଙ୍କ କ୍ଷେତ୍ରରେ ମଧ୍ୟ ଏହା ଅନେକ ସମସ୍ୟାର କାରଣ ହୋଇଯାଇଛି ।
ଏନସିଇଆରଟିର ଗାଇଡଲାଇନ ଅନୁସାରେ, ଇଣ୍ଡିଆନ ପେନାଲ କୋଡ୍ ର ଇନଫରମେସନ ଆକ୍ଟ, ୨୦୦୦ ଅନୁସାରେ ସାଇବର ବୁଲିଂ ଏକ ଦଣ୍ଡନୀୟ ଅପରାଧ ଅଟେ ।
Comments are closed.