Latest Odisha News

BREAKING NEWS

Cyclone Arnab Effect: ଭୁବନେଶ୍ୱର-ବିଶାଖାପଟନମ୍ ବନ୍ଦେ ଭାରତ ସହ ୩୫ ଟ୍ରେନ୍ ବାତିଲ୍

ବ୍ୟୁରୋ: ବାତ୍ୟା ଯାଇଛି, ଏବେ ବନ୍ୟା ସ୍ଥିତି । ରାଜ୍ୟରେ ଗଂଜାମ, ଗଜପତି, ସେପଟେ ଆନ୍ଧ୍ରରେ ବନ୍ୟାର ଭୟଙ୍କର ପରିସ୍ଥିତି । ରାସ୍ତାଘାଟ- ଚାଷ ଜମି ସବୁ ପାଣିରେ ଏକାକାର । ସେହିପରି ଟ୍ରେନ୍ ଟ୍ରାକ୍ରେ ବି ଚାଲୁଛି ବନ୍ୟାପାଣି । ଫଳରେ କିଛି ଟ୍ରେନ୍ ଆଜିପାଇଁ ବାତିଲ୍ ହୋଇଥିବା ବେଳେ କିଛି ଟ୍ରେନ୍ର ଯାତାୟତ ସମୟ ପରିବର୍ତ୍ତନ କରାଯାଇଛି । ଦକ୍ଷିଣ ମଧ୍ୟ ରେଲୱେ ପକ୍ଷରୁ ଭୁବନେଶ୍ୱର-ବିଶାଖାପଟନମ୍ ବନ୍ଦେ ଭାରତ ସହ ୩୫ଟି ଟ୍ରେନ୍ ବାତିଲ୍ କରାଯାଇଛି । ଶୁକ୍ରବାର ୪ଟି ଟ୍ରେନର ସମୟ ପରିବର୍ତ୍ତନ ହୋଇଛି । ଇଚ୍ଛାପୁରମ୍ ନିିକଟରେ ଟ୍ରେନ୍ ଟ୍ରାକରେ ପାଣି ପ୍ରବାହିତ ହେଉଥିବାରୁ ଟ୍ରେନ୍ ବାତିଲ ହୋଇଛି । ହାୱଡା-ସିକନ୍ଦରାବାଦ ଫାଲକନୁମା ଏକ୍ସପ୍ରେସ୍ ସକାଳ ୮ଟା ୨୫ରେ ବାହାରିବା ପରିବର୍ତ୍ତେ ୨ଟା ୪୫ରେ ବାହିରିଛି । ସେହିପରି ଭୁବନେଶ୍ୱର-ସିକନ୍ଦରାବାଦ୍ ବିଶାଖା ଏକ୍ସପ୍ରେସ୍ ସକାଳ ୮ଟାରେ ବାହାରିବା ପରିବର୍ତ୍ତେ ୧୦ଟା ୩୦ରେ ବାହାରିଛି । ସିକନ୍ଦରାବାଦ୍ ସାଲିମାର ଏକ୍ସପ୍ରେସ୍ ୩ଟା ୫୫ରେ ବାହାରିବାର ଥିଲା ଯାହା ସନ୍ଧ୍ୟା ୬ଟାକୁ ରିସିଡୁ୍ୟଲ୍ ହୋଇଛି । ଚାର୍ଲାପଲ୍ଲୀ-ସାଲିମାର ଏକ୍ସପ୍ରେସ୍ ଆସନ୍ତାକାଲି ସକାଳ ୮ଟା ୪୦ରେ ବାହାରିବାକୁ ସ୍ଥିର ହୋଇଛି ।

Leave A Reply

Your email address will not be published.