Latest Odisha News

BREAKING NEWS

ବାତ୍ୟା ମୁକାବିଲା ପାଇଁ ୪୬ଟି NDRF ଟିମ୍ ମୁତୟନ

ଭୁବନେଶ୍ୱର: ପୁରୀ ଜିଲ୍ଲାରେ ଉପକୂଳ ଛୁଇଁବ ବାତ୍ୟା ! IMDର ଆକଳନ ଅନୁସାରେ ପୁରୀ ଜିଲ୍ଲାରେ ବାତ୍ୟା ସ୍ଥଳଭାଗ ଛୁଇଁପାରେ ବୋଲି ସୂଚନା ଦେଇଛନ୍ତି SRC ପ୍ରଦୀପ ଜେନା । ୪ ତାରିଖ ସଂଧ୍ୟାରୁ ୫ ତାରିଖ ସକାଳ ମଧ୍ୟରେ ଏହା ସ୍ଥଳଭାଗ ଛୁଇଁପାରେ । ତେବେ ବାତ୍ୟା ପାଇଁ ଓଡ଼ିଶା ସମେତ ୩ ରାଜ୍ୟକୁ ୪୬ଟି NDRF ଟିମ୍ ପଠାଯାଇଛି ।

ଓଡ଼ିଶା, ପଶ୍ଚିମବଙ୍ଗ, ଆନ୍ଧ୍ରରେ ସମସ୍ତ ଟିମ୍ ମୁତୟନ ଅଛନ୍ତି । ଏହାସହ ଷ୍ଟାଣ୍ଡବାଏରେ ଅଧିକ ୧୮ଟି ଟିମ୍ ରଖାଯାଇଛି । ସ୍ଥଳ ବିଶେଷରେ ଏୟାରଲିଫ୍ଟର ଆବଶ୍ୟକ ପଡ଼ିଲେ IDS ବି ପ୍ରସ୍ତୁତ ଅଛନ୍ତି । ବାତ୍ୟା ମୁକାବିଲା ନେଇ NDRF ଡିଜି ଅତୁଲ କରଓ୍ୱାଲ ସୂଚନା ଦେଇଛନ୍ତି ।

ବାତ୍ୟାର ମୁକାବିଲା ଲାଗି ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି । ଜିଲ୍ଲାରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଲାଗି ଗୋଟିଏ ଏନଡିଆରଏଫ ଏବଂ ୨ଟି ଓଡ୍ରାଫ ଟିମ୍ ଆସି ପହଞ୍ଚିଛନ୍ତି । ୨୨ ଜଣିଆ ଏନଡିଆରଏଫ ଟିମକୁ ଗୋଷାଣୀ ବ୍ଲକରେ ରଖାଯାଇଛି । ସେହିପରି ୩୭ ଜଆ ଟିମ୍ କୁ ପାରଳାଖେମୁଣ୍ଡି ଓ କାଶୀନଗରରେ ମୁତୟନ କରାଯାଇଛି ।

ଜିଲ୍ଲାରେ ପାଗ ମେଘୁଆ ରହିଥିବା ବେଳେ ଅପରାହ୍ନରୁ ବର୍ଷା ହେବା ସମ୍ଭାବନା ରହିଛି ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ସେପଟେ ଅମାବାସ୍ୟା ଥିବାରୁ ବାତ୍ୟା ବେଳେ ସମୁଦ୍ରରେ ଜୁଆର ଆସିବ । ନିୟମିତ ପ୍ରାୟ ୪ ମିଟର ଯାଏ ଜୁଆର ଆସିଥାଏ, ଆଉ ବାତ୍ୟାର ଦିନ ୧ ମିଟର ବଢ଼ିବ ଜୁଆର। ପ୍ରାୟ ୫ ମିଟର ପର୍ଯ୍ୟନ୍ତ ଜୁଆର ଆସିବାର ସମ୍ଭାବନା ରହିଥିବାରୁ ସତର୍କ ରହିବାକୁ ପରାମର୍ଶ ଦଇଛନ୍ତି IMD ଡିଜି ।

ସେହିପରି ବାତ୍ୟାକୁ ଦୃଷ୍ଟିରେ ରଖି ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି ।

Leave A Reply

Your email address will not be published.