Latest Odisha News

BREAKING NEWS

‘ୟାସ୍’ ତାଣ୍ଡବ; କେନ୍ଦୁଝରରେ ଗଛ ପଡ଼ି ଜଣେ ମୃତ, ବାଲେଶ୍ୱରରେ ଭଙ୍ଗା ଘରେ ଫଶିଛି କୁନି ପୁଅ

ଭୁବନେଶ୍ୱର: ଉତ୍ତର ଉପକୂଳ ଓଡ଼ିଶାରେ ଅତି ଭୀଷଣ ବାତ୍ୟା ‘ୟାସ୍’ର ତାଣ୍ଡବ ଲାଗି ରହିଛି । କେନ୍ଦ୍ରାପଡ଼ାରୁ କେନ୍ଦୁଝର ସବୁଠୁ ବର୍ଷା ସହ ପବନର ବେଗ ବଢ଼ିବାରେ ଲାଗିଛି । କେନ୍ଦୁଝରରେ ବାତ୍ୟା ପବନରେ ଗଛପଡ଼ି ଯାଇ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଆନନ୍ଦପୁର ବ୍ଲକ ପଞ୍ଚପଲ୍ଲୀ ଗାଁରେ ବାତ୍ୟା ପବନ ବେଳେ ଏହି ଅଘଟଣ ଘଟିଛି ।

Cyclone Yaas, One Dies In Keonjhar After Tree Fall

ଅନ୍ୟପଟେ ବାଲେଶ୍ୱର ସହରର ରେଲୱେ କଲୋନୀରେ ମଧ୍ୟ ଅଘଟଣ ଘଟିଛି । ଘରେ ମାଆ ସହ ୨ ଝିଅ ଓ ପୁଅ ଶୋଇଥିବା ବେଳେ ଭୋର୍ ସମୟରେ ଗଛ ଘରେ ଉପରେ ପଡ଼ି ଯାଇଛି । କୌଣସି ମତେ ମାଆ ଓ ୨ ଝିଅ ଘରୁ ବାହାରି ପଡ଼ିଥିବା ବେଳେ ଛୋଟ ପୁଅଟି ଚାପି ହୋଇ ରହିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଗଛକୁ ହଟାଇ ଛୁଆଟିକୁ ଉଦ୍ଧାର କରିବାକୁ ଉଦ୍ୟମ ଜାରି ରଖିଛନ୍ତି ।

Leave A Reply

Your email address will not be published.