Latest Odisha News

BREAKING NEWS

ଧାମରାରେ କରାଳ ରୂପ ଦେଖାଉଛି ବାତ୍ୟା ୟାସ୍, ଦେଖନ୍ତୁ ଭିଡିଓ

ଭଦ୍ରକ: ଧାମରା ମୁହାଁ ହୋଇଛି ବାତ୍ୟା ୟାସ୍ । ଲାଣ୍ଡଫଲ୍ କରିବା ପୂର୍ବରୁ ଭଦ୍ରକ ଜିଲ୍ଲାରେ କରାଳ ରୂପ ଦେଖାଇବା ଆରମ୍ଭ କରିଛି ବାତ୍ୟା । ଘୂ ଘୂ ଗର୍ଜନ ଛାଡୁଛି ସମୁଦ୍ର । ଛାତି ଥରାଇବା ଭଳି ଶବ୍ଦ । ସାଇଁ ସାଇଁ ହୋଇ ବହୁଛି ପବନ । ବାତ୍ୟା ଯେତିକି ଆଗକୁ ବଢୁଛି ସେତିକି ବଢୁଛି ପବନର ବେଗ । ଧାମରା ଅଞ୍ଚଳରେ ପ୍ରବଳ ବର୍ଷା ପବନ ହେଉଛି । ଘଣ୍ଟାପ୍ରତି ଏବେ ଶହେରୁ ଅଧିକ କିଲୋମିଟର ବେଗରେ ବହୁଛି ପବନ ।
ଦେଖନ୍ତୁ ଭିଡିଓ

ପବନର ବେଗ ଏତେ ଅଧିକ ରହିଛି ଯେ ବହୁ ବଡ଼ ବଡ଼ ଗଛ ଭାଙ୍ଗିଲାଣି । କେଉଁଠି ଘରର ଆଜବେଷ୍ଟସ ଉଡ଼ାଇଲାଣି ତ ଆଉ କେଉଁଠି ବିଦ୍ୟୁତ ଖୁଣ୍ଟ, ମୋବାଇଲ୍ ଟାଓ୍ୱାରକୁ ମୋଡ଼ି ପକାଇଥିବା ଖବର ଆସିଲାଣି । ଉଡ଼ାଇ ନେଲା ଭଳି ପବନ ସାଙ୍ଗକୁ ତୁହାତୁ ତୁହା ଅବିରତ ବର୍ଷା ଚାଲିଛି । ଗତକାଲି ରାତିରି ପବନ ହେଉଛି । ଆଜି ଏହା ବଢ଼ିବାରେ ଲାଗିଛି । ମଧ୍ୟାହ୍ନ ସୁଦ୍ଧା ପବନର ବେଗ ୧୩୦-୧୪୦ ଓ ସ୍ଥଳବିଶେଷରେ ଏହା ବଢ଼ି ୧୫୫ କିଲୋମିଟର ଛୁଇଁଯିବ ବୋଲି ପାଣିପାଗ ବିଭାଗ କହିଛି ।

Leave A Reply

Your email address will not be published.