Latest Odisha News

BREAKING NEWS

‘ସିବିଆଇ ତଦନ୍ତ ଘଟଣାର ପର୍ଦ୍ଦାଫାସ କରିବ’

‘ମୋ ଗିରଫଦାରୀ ପରେ ମୋ ପରିବାରକୁ ଗୃହବନ୍ଦୀ କରାଯାଇଥିଲା’: ଅର୍ଚ୍ଚନା

ଭୁବନେଶ୍ୱର : ଦୀର୍ଘ ଦିନ ପରେ ମୁହଁ ଖୋଲିଲେ ଅର୍ଚ୍ଚନା ନାଗ । ଆଜି ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା ।  ହାଇପ୍ରୋଫାଇଲ୍ ବ୍ଲାକମେଲ୍ ରାକେଟର ମାଷ୍ଟରମାଇଣ୍ଡ ଅର୍ଚ୍ଚନା ଗଣମାଧ୍ୟମକୁ କହିଛନ୍ତି, ନୀରବତା ଭାଙ୍ଗି କହିଛନ୍ତି, ସିବିଆଇ ତଦନ୍ତ ମାମଲାର ପର୍ଦ୍ଦାଫାସ କରିବ । ଏହା ସହିତ ସେ ପ୍ରଶ୍ନ କରିଥିଲେ, ଶ୍ରଦ୍ଧାଞ୍ଜଳି କାହିଁକି ଲୁଚିଛନ୍ତି? ପୀଡିତମାନେ କୁଆଡ଼େ ଗଲେ? କୋର୍ଟକୁ ନିଆଯିବା ବେଳେ ତାଙ୍କର ଏହି ବୟାନ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ତାଙ୍କୁ ଫସେଇ ଦିଆଯାଇଛି ଓ ହଠାତ୍ ଗିରଫ କରାଯାଇଛି । ସେ କହିଛନ୍ତିଯେ, ‘ମୋ ଗିରଫଦାରୀ ପରେ ମୋ ପରିବାରକୁ ଗୃହବନ୍ଦୀ କରାଯାଇଥିଲା ବୋଲି ଅର୍ଚ୍ଚନା ମିଡିଆକୁ କହିଛନ୍ତି । ୬ ଦିନ ପର୍ଯ୍ୟନ୍ତ ମୋ ସହିତ କଣ ଘଟୁଛି ମୁଁ ବୁଝିପାରୁନଥିଲି । କୋର୍ଟକୁ ମୋ ମୁହଁ ଘୋଡାଇ ଅଣାଯାଇଥିଲା । ଏହି ମାମଲାରେ ମୁଁ ସିବିଆଇ ତଦନ୍ତ ଦାବି କରୁଛି’ ।

ସେ ଫିଲ୍ମ ପ୍ରଡ୍ୟୁସର ଅକ୍ଷୟ ପରିଜାଙ୍କୁ ବ୍ଲାକମେଲ୍ କରି ଟଙ୍କା ନେଇଥିଲେ କି ପ୍ରଶ୍ନରେ ଅର୍ଚ୍ଚନା କହିଛନ୍ତି, ମୁଁ ତାଙ୍କଠାରୁ କେବେ ଟଙ୍କା ନେଇନାହିଁ ।

ଝାରପଡ଼ା ଜେଲରୁ ତାଙ୍କୁ କଡ଼ା ସୁରକ୍ଷା ବଳୟ ଭିତରେ କୋର୍ଟକୁ ଅଣାଯାଇଥିଲା । ତାଙ୍କ ନାଁରେ ହାଇପ୍ରୋଫାଇଲ୍ ସେକ୍ସଟୋର୍ସନ ମାମଲାକୁ କେନ୍ଦ୍ର କରି ତାଙ୍କୁ ଗିରଫ କରାଯାଇଥିଲା । ବ୍ଲାକମେଲ କରି ଟଙ୍କା ଆଦାୟ କରି କଳାସାମ୍ରାଜ୍ୟ ବଢାଇଥିବା ଓ ମନି ଲଣ୍ଡରିଂ ଅଭିଯୋଗରେ ଇଡି ତାଙ୍କୁ ଜେରା କରୁଛି । ଏହି ମାମଲାରେ ଏଯାଏଁ ଅନେକ ଜଣଙ୍କୁ ଇଡି ଜେରା କରିସାରିଛି । ଆଜି କୋର୍ଟରେ ହାଜର କରି ଇଡି ତାଙ୍କର ୧୫ ଦିନିଆ ରିମାଣ୍ଡ ମାଗିଥିଲା । ଏହାପରେ ତାଙ୍କୁ ପୁଣି ଝାରପଡା ଜେଲକୁ ନିଆଯାଇଛି ।

Leave A Reply

Your email address will not be published.