Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା ୧୬-୪-୨୦୨୧ଶୁକ୍ରବାର

ଆଜି ଦିନର ମହତ୍ତ୍ଵ
ଆଜି ୨୦୨୧ମସିହା ଅପ୍ରେଲ ୧୬ ତାରିଖ ଶୁକ୍ରବାର ମେଷ ୩ ଦିନ ଚୈତ୍ର ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥି ରୋହିଣୀ ନକ୍ଷତ୍ର ବୃଷ ଚନ୍ଦ୍ର
ଆଜିର ଘାତ ବାରବିଛା ଧନୁ ଓ ମୀନ ରାଶିର
ଆଜିର ଘାତ ଚନ୍ଦ୍ର  ବିଛା ରାଶି ପୁରୁଷଙ୍କର
ଆଜିର ନିଷେଧ ଖାଦ୍ୟ :  ମୂଳା

ମେଷ
ଆଜି ଆପଣଙ୍କ ପାଇଁ ଦିନଟି ଶୁଭଫଳଦାୟୀ ଅଟେ। ଶାରୀରିକ, ମାନସିକ ପାରିବାରିକ ଅଭିବୃଦ୍ଧି ଘଟିବ। ନୂଆ କାର୍ଯ୍ୟର ଶୁଭାରମ୍ଭ କରିବା ପାଇଁ ସମୟ ଅନୁକୂଳ ଅଟେ। ପରିଜନମାନଙ୍କ ସହିତ ସମୟ ଆନନ୍ଦପୂର୍ବକ ବିତିବ। ଧାର୍ମିକ କାର୍ଯ୍ୟଗୁଡ଼ିକରେ ଖର୍ଚ୍ଚ ହୋଇପାରେ।

ବୃଷ
ଆଜି ଅଳ୍ପ ପରିଶ୍ରମରେ ଅଧିକ ଲାଭ ପାଇବେ।କଥା ବାର୍ତ୍ତାରେ ସଞ୍ଜମତା ରକ୍ଷା କରନ୍ତୁ ଅପ୍ରିୟ ସତ୍ୟ କଥା କହି ଦୋଷୀ ସାବ୍ୟସ୍ତ ହୋଇ କୋର୍ଟ-କଚେରୀର ମାମଲାରେ ପଡିପାରନ୍ତି ‌।ପରିବାରରେ ସୁଖ-ଶାନ୍ତି ରହିବ।ଆକସ୍ମିକ ଧନଲାଭ ହେବ।

ମିଥୁନ
ଆଜି ସନ୍ତାନ ସମ୍ବନ୍ଧିତ ଶୁଭ ସମାଚାର ଆପଣଙ୍କୁ ମିଳିବ। ପୁରୁଣା ତଥା ପିଲାଦିନର ମିତ୍ରମାନଙ୍କର ଭେଟରେ ମନ ପ୍ରସନ୍ନ ହେବ। ମହିଳାମାନେ ଆଶା କରୁଥିବା ଦିଗରୁ ସଫଳତା ହାସଲ କରିବେ। ବ୍ୟବସାୟରେ ଆୟ ବୃଦ୍ଧି ଘଟିବ ‌।

କର୍କଟ
ଆଜି ବ୍ୟବସାୟ କ୍ଷେତ୍ରରେ ଅଧିକାରୀଗଣଙ୍କର କୃପାଦୃଷ୍ଟି ଆପଣଙ୍କ ପ୍ରଗତିର ମାର୍ଗ ଖୋଲିବ। କର୍ମକ୍ଷେତ୍ରର ଲାଗିରହିଥିବା ମାମଲାରେ ବିଜୟୀ ହେବେ।ପିତା ମାତାଙ୍କ ସ୍ନେହ ଶ୍ରଦ୍ଧା ସହାନୁଭୂତି ପାଇବେ।କୌଣସି ସାମାଜିକ କିମ୍ବା ଧାର୍ମିକ କାର୍ଯ୍ୟକ୍ରମରେ ଉପସ୍ଥିତ ରହବାକୁ ପଡ଼ିପାରେ।

ସିଂହ
ଆଜି ବାଣୀ ଏବଂ ବ୍ୟବହାରରେ ନିୟନ୍ତ୍ରଣ ରଖନ୍ତୁ। ବ୍ୟାପାରରେ ବିଘ୍ନ ଆସିବାର ଆଶଙ୍କା ଅଛି। ମଧ୍ୟାହ୍ନ ପରେ ବ୍ୟବସାୟିକ କ୍ଷେତ୍ରରେ ଆପଣଙ୍କପାଇଁ ପରିସ୍ଥିତି ଅନୁକୂଳ ରହିବ। କର୍ମକ୍ଷେତ୍ରର ଆପଣଙ୍କ କାର୍ଯ୍ୟରେ ଉଚ୍ଚ ଅଧିକାରୀମାନେ ସନ୍ତୋଷ ପ୍ରକାଶ କରିବେ।

କନ୍ୟା
ଆଜି କ୍ରୋଧ ଏବଂ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ମାନସିକ ଦୁଶ୍ଚିନ୍ତା ମଧ୍ୟଦେଇ ଗତି କରିବାକୁ ପଡିପାରେ। ଆୟ ତୁଳନାରେ ବ୍ୟୟ ଅଧିକ ହୋଇଯିବ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି ‌। ଅପରାହ୍ନରେ ଅପେକ୍ଷା କରିଥିବା ବନ୍ଧୁଙ୍କୁ ସାକ୍ଷାତ କରିବେ।

ତୁଳା
ଆଜି ମିତ୍ରମାନଙ୍କ ସହିତ ହସଖୁସିରେ ଦିନଟିକୁ କାଟିବେ। ଅଂଶିଦାର ବ୍ୟବସାୟୀମାନେ ଲାଭବାନ ହେବେ। କୈ।ଣସି ଅନୁଷ୍ଠାନ ତରଫରୁ ସମ୍ମାନୀତ ହୋଇପାରନ୍ତି। ଆପଣଙ୍କୁ ପ୍ରତିକୂଳତାର ସାମନା କରିବାକୁ ପଡ଼ିପାରେ। ଆକସ୍ମିକ ଖର୍ଚ୍ଚ ହୋଇପାରେ।

ବିଛା
ଆଜି ପ୍ରତ୍ୟେକ କାର୍ଯ୍ୟରେ ସଫଳତା ଲାଭ କରିବେ। ଗୃହସ୍ଥ ଜୀବନରେ ସୁଖ ଏବଂ ଶାନ୍ତି ରହିବ। ଶାରୀରିକ ସ୍ଵାସ୍ଥ୍ୟ ଭଲ ରହିବ। ବ୍ୟବସାୟ ବାଣିଜ୍ୟ ପାଇଁ ଦିନଟି ଅନୁକୂଳ ରହିବ। ଛାତ୍ର ଛାତ୍ରୀମାନେ ସମସ୍ତ ଦିଗରେ ବିଜୟୀ ହେବେ ‌।

ଧନୁ
ଆଜି ଶାରୀରିକ ପୀଡ଼ା ମାନସିକ ଦୁଶ୍ଚିନ୍ତା କର୍ମକ୍ଷେତ୍ରର ଅସ୍ଥିରତା ଦେଖାଦେଇପାରେ।ବିଦ୍ୟାର୍ଥୀଗଣ ବିଦ୍ୟାରେ ସଫଳତା ହାସଲ କରିବେ। ବ୍ୟବସାୟ କ୍ଷେତ୍ରରେ ଆୟ ବୃଦ୍ଧି ଘଟିବ। ପାରିବାରିକ ଜୀବନ ସୁଖମୟ ହେବ ‌। ସୁଖ-ଶାନ୍ତି ପୂର୍ବ ପରି ଅତୁଟ ରହିବ।

ମକର
ଆଜି ପାରିବାରିକ ଜୀବନରେ ସୁଖ ଶାନ୍ତି ମିଳିବ। ନିରର୍ଥକ ବାଦ-ବିବାଦ କରନ୍ତୁ ନାହିଁ। ଧନ ମାନ ସମ୍ମାନ ପ୍ରତିଷ୍ଠା ମିଳିବ। ମହିଳାମାନେ ଆଶା କରୁଥିବା ଦିଗରୁ ସଫଳତା ପାଇବେ। ମଧ୍ୟାହ୍ନ ପରେ ଆପଣଙ୍କୁ କେହିଜଣେ ବ୍ୟକ୍ତି ଅସୁବିଧାରେ ପକାଇପାରେ।

କୁମ୍ଭ
ଆଜି ସମସ୍ତ ଦିଗରେ ସଫଳତା ହାସଲ କରିବେ। କର୍ମକ୍ଷେତ୍ରର ଲାଗିରହିଥିବା ମାମଲାରେ ବିଜୟୀ ହେବେ। ମିତ୍ରମାନଙ୍କ ସହିତ ସାକ୍ଷାତକରିବେ ଏବଂ ଏହି ସାକ୍ଷାତ ଆନନ୍ଦଦାୟୀ ରହିବ। ଛୋଟ ଯାତ୍ରାର ଆୟୋଜନ ହୋଇପାରେ। ଭାଇମାନଙ୍କ ସହିତ ସମ୍ପର୍କ ସୁଦୃଢ ହେବ।

ମୀନ
ଆଜି କଥା ବାର୍ତ୍ତାରେ ସଞ୍ଜମତା ରକ୍ଷା କରନ୍ତୁ ଅପ୍ରିୟ ସତ୍ୟ କଥା କହି ଦୋଷୀ ସାବ୍ୟସ୍ତ ହୋଇ ମନସ୍ତାପ କରିବେ। ନିଜର ଲୋକ ବିରୁଦ୍ଧାଚରଣ କରିବେ। । ଖାଇବା ପିଇବାରେ ମଧ୍ୟ ନିୟନ୍ତ୍ରଣ ରଖନ୍ତୁ। ମଧ୍ୟାହ୍ନ ପରେ ସ୍ଥିରତା ସହିତ ନିଜ ହାତକୁ ଆସିଥିବା କାର୍ଯ୍ୟଗୁଡ଼ିକୁ ସମ୍ପୂର୍ଣ୍ଣ କରି ପାରିବେ।

ଜ୍ୟୋତିର୍ବିଦ ନିରଞ୍ଜନ ମହାପାତ୍ର

Leave A Reply

Your email address will not be published.