Latest Odisha News

BREAKING NEWS

ରାଜ୍ୟରେ ୩ ହଜାର ଡେଇଁଲା ଦୈନିକ ସଂକ୍ରମଣ, ଖୋର୍ଦ୍ଧା ଓ ସୁନ୍ଦରଗଡ଼ରୁ ୫୦୦ରୁ ଅଧିକ ପଜିଟିଭ୍

ଭୁବନେଶ୍ୱର: ଏପ୍ରିଲ୍ ମାସ ଆରମ୍ଭରୁ ପ୍ରତିଦିନ ରେକର୍ଡ ଭାଙ୍ଗୁଛି କରୋନା । ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଚଳିତବର୍ଷ ପ୍ରଥମ ଥର ପାଇଁ ରାଜ୍ୟରେ ଦୈନିକ ଦୈନିକ ସଂକ୍ରମଣ ୩ ହଜାର ଟପିଛି । ଗତ ୨୪ ଘଣ୍ଟାରେ ମଧ୍ୟରେ ୩,୧୦୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୫୩୪, ସୁନ୍ଦରଗଡ଼ରୁ ୫୨୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । କ୍ୱାରେଣ୍ଟାଇନରୁ ୧୮୦୬ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୩୦୨ ଜଣ ସ୍ଥାନୀୟ ସଂକ୍ରମିତ ।

ଅନୁଗୁଳରୁ ୪୪, ବାଲେଶ୍ୱରରୁ ୧୫୧, ବରଗଡ଼ରୁ ୧୩୨, ଭଦ୍ରକରୁ ୫୩, ବଲାଙ୍ଗିରରୁ ୧୩୩, ବୌଦ୍ଧରୁ ୯,କଟକରୁ ୧୬୩, ଦେବଗଡ଼ରୁ ୧୯, ଢେଙ୍କାନାଳରୁ ୧୯, ଗଜପତିରୁ ୧୮, ଗଞ୍ଜାମରୁ ୫୫, ଜଗତସିଂହପୁରରୁ ୨୯, ଯାଜପୁରରୁ ୭୫, ଝାରସୁଗୁଡ଼ାରୁ ୮୯, କଳାହାଣ୍ଡିରୁ ୫୫, କନ୍ଧମାଳରୁ ୧୦, କେନ୍ଦ୍ରାପଡ଼ାରୁ ୨୨, କେନ୍ଦୁଝରରୁ ୧୦୫, ଖୋର୍ଦ୍ଧାରୁ ୫୩୪, କୋରାପୁଟରୁ ୨୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିଭଳି ମାଲକାନଗିରିରୁ ୩, ମୟୂରଭଞ୍ଜରୁ ୭୧, ନବରଙ୍ଗପୁରରୁ ୧୫୩, ନୟାଗଡ଼ରୁ ୧୫, ନୂଆପଡ଼ାରୁ ୧୪୦, ପୁରୀରୁ ୧୧୪, ରାୟଗଡ଼ାରୁ ୩୮, ସମ୍ବଲପୁରରୁ ୧୫୩, ସୋନପୁରରୁ ୪୨, ସୁନ୍ଦରଗଡ଼ରୁ ୫୨୩ ଏବଂ ଷ୍ଟେଟ ପୁଲରୁ ୧୧୮ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଥିସହ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୬୧ ହଜାର ୪୫୦କୁ ବୃଦ୍ଧି ପାଇଥିବା ବେଳେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୬ ହଜାର ୮୮୯କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.