Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା ୧୭-୮-୨୦୨୧ ମଙ୍ଗଳବାର

ଆଜି ଦିନର ମହତ୍ତ୍ଵ
ଆଜି ୨୦୨୧ ମସିହା ଅଗଷ୍ଟ ତା ୧୭ ରିଖ ମଙ୍ଗଳବାର ସିଂହ ୧ ଦିନ ଶ୍ରାବଣ ମାସ ଶୁକ୍ଳପକ୍ଷ ଦଶମୀ ତିଥି ଜ୍ୟେଷ୍ଠା ନକ୍ଷତ୍ର ବିଛା ଚନ୍ଦ୍ର
ଘାତ ବାର-: ମକର ରାଶିର
ଘାତ ଚନ୍ଦ୍ର-: ସିଂହ କନ୍ୟା ମକର ରାଶି ମହିଳାଙ୍କର
ଆଜିର ନିଷେଧ ଖାଦ୍ୟ-: କଳମ୍ଵି ଶାଗ
ଆଜି:- ସିଂହ ସଂକ୍ରାନ୍ତି, ଝୁଲଣ ଯାତ୍ରା ଆରମ୍ଭ

ମେଷ 
ଆଜି କୋର୍ଟ-କଚେରୀର ନ୍ୟାୟ ଆପଣଙ୍କ ସପକ୍ଷରେ ଆସିବ ‌। ସମସ୍ତ ଦିଗରେ ସଫଳତା ହାସଲ କରିବେ ।ପରିବାରରେ ସୁଖ-ଶାନ୍ତି ପୂର୍ବ ପରି ଅତୁଟ ରହିବ। ବ୍ୟବସାୟ ବାଣିଜ୍ୟରେ ଆୟ ବୃଦ୍ଧି ଘଟିବ । ମହିଳାମାନେ ଆଶା କରୁଥିବା ଦିଗରୁ ସଫଳତା ପାଇବେ ‌।ପ୍ରତିକାର-ଅଶୁଭତ୍ବ ଖଣ୍ଡନ ପାଇଁ ଅଧିକ ଶୁଭ ଫଳ ପାଇବା ପାଇଁ ନିମ୍ନ ଗାୟତ୍ରୀ ମନ୍ତ୍ରକୁ ଦଶ ଥର ଜପ କରନ୍ତୁ।
ଓଁ ରାମ ଦୂତାୟ ବିଦ୍ ମହେ, ପବନ ପୁତ୍ରାୟ ଧୀମହୀ ,ତନ୍ନୋ ହନୁ ପ୍ରଚୋଦୟାତ୍ ।

ବୃଷ 
ସନ୍ତାନ ସମ୍ବନ୍ଧୀତ ଶୁଭ ସମାଚାର ଆପଣଙ୍କୁ ମିଳିବ। ପୁରୁଣା ତଥା ପିଲାଦିନର ମିତ୍ରମାନଙ୍କର ଭେଟରେ ମନ ପ୍ରସନ୍ନ ହେବ। ସାହିତ୍ୟ ସଙ୍ଗୀତ ଅଭିନୟ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ମିଳିବ। ବ୍ୟବସାୟରେ ଆର୍ଥିକ ଲାଭ ହେବ। ମଧ୍ୟାହ୍ନ ପରେ ଭାବିଚିନ୍ତି କାର୍ଯ୍ୟକଲେ ସୁଫଳପାଇବେ ।
ପ୍ରତିକାର-ଅଶୁଭତ୍ବ ଖଣ୍ଡନ ପାଇଁ ଅଧିକ ଶୁଭ ଫଳ ପାଇବା ପାଇଁ ନିମ୍ନ ଗାୟତ୍ରୀ ମନ୍ତ୍ରକୁ ଦଶ ଥର ଜପ କରନ୍ତୁ।
ଓଁ ମହାଲକ୍ଷ୍ମୀ ଚ ବିଦ୍ ମହେ, ବିଷ୍ଣୁ ପତ୍ନୀ ଚ ଧୀମହୀ, ତନ୍ନୋ ଲକ୍ଷ୍ମୀ ପ୍ରଚୋଦୟାତ୍ ।

ମିଥୁନ
ଆଜିର ଦିନ ଲାଭଦାୟୀ ହେବ। ଆଶା କରୁଥିବା ଦିଗରୁ ଅର୍ଥ ମାନ ସମ୍ମାନ ଲାଭ କରିବେ। ବ୍ୟବସାୟ ବାଣିଜ୍ୟରେ ଆୟ ବୃଦ୍ଧି ଘଟିବ। ଗୁରୁଜନମାନଙ୍କ ସ୍ନେହ ଆଶ୍ରିର୍ବାଦ ଲାଭ କରିବେ। କୌଣସି ସାମାଜିକ କାର୍ଯ୍ୟରେ ଯୋଗଦେବାକୁ ପଡ଼ିପାରେ।
ପ୍ରତିକାର-ଅଶୁଭତ୍ବ ଖଣ୍ଡନ ପାଇଁ ଅଧିକ ଶୁଭ ଫଳ ପାଇବା ପାଇଁ ନିମ୍ନ ଗାୟତ୍ରୀ ମନ୍ତ୍ରକୁ ଦଶ ଥର ଜପ କରନ୍ତୁ।
ଓଁ ଏକଦନ୍ତାୟ ବିଦ୍ ମହେ, ବକ୍ର ତୁଣ୍ଡାୟ ଧୀମହୀ, ତନ୍ନୋ ଦନ୍ତୀ ପ୍ରଚୋଦୟାତ୍ ।

କର୍କଟ
ଆଜି କର୍ମକ୍ଷେତ୍ରର ଉଚ୍ଚ କତୃପକ୍ଷ ଆପଣଙ୍କ କାର୍ଯ୍ୟରେ ସନ୍ତୋଷ ଅନୁଭବ କରିବେ। ଆର୍ଥିକ ଦୃଷ୍ଟିରୁ ଲାଭ ହେବ। ଅପ୍ରିୟ ସତ୍ଯକଥା କହି ଦୋଷୀ ସାବ୍ୟସ୍ତ ହୋଇ ମନସ୍ତାପ କରିବେ ‌। ମଧ୍ୟାହ୍ନ ପରେ ବ୍ୟବସାୟିକ କ୍ଷେତ୍ରରେ ଆପଣଙ୍କ ପାଇଁ ପରିସ୍ଥିତି ଅନୁକୂଳ ରହିବ।ପ୍ରତିକାର-ଅଶୁଭତ୍ବ ଖଣ୍ଡନ ପାଇଁ ଅଧିକ ଶୁଭ ଫଳ ପାଇବା ପାଇଁ ନିମ୍ନ ଗାୟତ୍ରୀ ମନ୍ତ୍ରକୁ ଦଶ ଥର ଜପ କରନ୍ତୁ।
ଓଁ ନିଶାକରାୟ ବିଦ୍ ମହେ,କ୍ଷପାକରାୟ ଧୀମହୀ ,ତନ୍ନୋ ଚନ୍ଦ୍ର ପ୍ରଚୋଦୟାତ୍ ।

ସିଂହ 
ଆଜି କ୍ରୋଧ ଏବଂ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ସ୍ଵାସ୍ଥ୍ୟଗତ ସମସ୍ୟା ଦେଖା ଦେଇପାରେ। ଆୟ ତୁଳନାରେ ବ୍ୟୟ ଅଧିକ ହୋଇଯିବ, ଯାହାଫଳରେ ଧାର କରଜ କରିବାକୁ ପଡିପାରେ। ପାରିବାରିକ ଜୀବନ ସୁଖପ୍ରଦ ହେବ। ବହୁ ଦିନର ସ୍ବପ୍ନ ଆଜି ବାସ୍ତବରେ ପରିଣତ ହୋଇପାରେ। ଉଚ୍ଚ ଅଧିକାରୀମାନଙ୍କ ସହିତ ବାଦ-ବିବାଦ କରନ୍ତୁ ନାହିଁ।
ପ୍ରତିକାର-ଅଶୁଭତ୍ବ ଖଣ୍ଡନ ପାଇଁ ଅଧିକ ଶୁଭ ଫଳ ପାଇବା ପାଇଁ ନିମ୍ନ ଗାୟତ୍ରୀ ମନ୍ତ୍ରକୁ ଦଶ ଥର ଜପ କରନ୍ତୁ।
ଓଁ ଆଦିତ୍ଯାୟ ବିଦ୍ ମହେ,ମାର୍ତଣ୍ଡାୟ ଧୀମହୀ ,ତନ୍ନୋ ସୂର୍ଯ୍ୟ ପ୍ରଚୋଦୟାତ୍ ।

କନ୍ୟା
ଆଜି ଆକସ୍ମିକ ଅର୍ଥଖର୍ଚ୍ଚ ହୋଇପାରେ ।ଦୂର ଯାତ୍ରା କରିବାକୁ ପଡିପାରେ। ଖାଦ୍ୟ ପାନୀୟ ପ୍ରତି ଧ୍ୟାନ ଦିଅନ୍ତୁ ମନୋରଞ୍ଜନରେ ଦିନ ବିତିବ। ଭାଗିଦାରୀ ସହିତ ସମ୍ବନ୍ଧ ଭଲ ରହିବ । ମହିଳାମାନେ ଘରେ ବିଭିନ୍ନ ପ୍ରକାରର କାର୍ଯ୍ୟରେ ବ୍ୟସ୍ତ ରହିବେ। ଛାତ୍ର ଛାତ୍ରୀମାନେ ପାଠ ପଢା ପ୍ରତି ମନୋନିବେଶ କରିବେ।
ପ୍ରତିକାର-ଅଶୁଭତ୍ବ ଖଣ୍ଡନ ପାଇଁ ଅଧିକ ଶୁଭ ଫଳ ପାଇବା ପାଇଁ ନିମ୍ନ ଗାୟତ୍ରୀ ମନ୍ତ୍ରକୁ ଦଶ ଥର ଜପ କରନ୍ତୁ।
ଓଁ ବିଧୁ ତୁନ୍ଦାୟ ବିଦ୍ ମହେ,ରୋହିଣାୟ ଧୀମହୀ ,ତନ୍ନୋ ବୁଧ ପ୍ରଚୋଦୟାତ୍ ।

ତୁଳା 
ଆଜି ଆତ୍ମବିଶ୍ଵାସ ସହିତ ପ୍ରତ୍ୟେକ କାର୍ଯ୍ୟକୁ ଆପଣ ସଫଳତାରେ ପ୍ରସ୍ତୁତ କରିବେ। ଗୃହସ୍ଥ ଜୀବନରେ ସୁଖ ଏବଂ ଶାନ୍ତି ରହିବ। ଶାରୀରିକ ସ୍ଵାସ୍ଥ୍ୟ ଭଲ ରହିବ। ସ୍ଵଭାବରେ ଉଗ୍ରତା ରହିବ ସେଥିପାଇଁ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ବ୍ୟବସାୟ ବାଣିଜ୍ୟ ପାଇଁ ଦିନଟି ଅନୁକୂଳ ରହିବ।
ପ୍ରତିକାର-ଅଶୁଭତ୍ବ ଖଣ୍ଡନ ପାଇଁ ଅଧିକ ଶୁଭ ଫଳ ପାଇବା ପାଇଁ ନିମ୍ନ ଗାୟତ୍ରୀ ମନ୍ତ୍ରକୁ ଦଶ ଥର ଜପ କରନ୍ତୁ।
ଓଁ ଉସନସ୍ମୈ ବିଦ୍ ମହେ,ଭୃଗୁ ପୁତ୍ରାୟ ଧୀମହୀ ,ତନ୍ନୋ ଶୁକ୍ର ପ୍ରଚୋଦୟାତ୍ ।

ବିଚ୍ଛା 
ଆଜି ଶାରୀରିକ ମାନସିକ ସୁଖ ଶାନ୍ତି ମିଳିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଭାବୁକତାର ମାତ୍ରା ଅଧିକ ରହିବ। ବିଦ୍ୟାର୍ଥୀଗଣ ଆଜି ବିଦ୍ୟାଭ୍ୟାସ ଏବଂ କ୍ୟାରିୟର ସମ୍ବନ୍ଧିତ ବିଷୟଗୁଡ଼ିକରେ ସଫଳତା ପ୍ରାପ୍ତ ହେବେ। ବ୍ୟବସାୟରେ ସଫଳତା ମିଳିବ।
ପ୍ରତିକାର-ଅଶୁଭତ୍ବ ଖଣ୍ଡନ ପାଇଁ ଅଧିକ ଶୁଭ ଫଳ ପାଇବା ପାଇଁ ନିମ୍ନ ଗାୟତ୍ରୀ ମନ୍ତ୍ରକୁ ଦଶ ଥର ଜପ କରନ୍ତୁ।
ଓଁ ଅଙ୍ଗାରକାୟ ବିଦ୍ ମହେ, ଭୂମୀପୁତ୍ରାୟ ଧୀମହୀ, ତନ୍ନୋ ଭୈ।ମ ପ୍ରଚୋଦୟାତ୍ ।

ଧନୁ 
ଆଜି ପାରିବାରିକ ଜୀବନରେ ସୁଖ ଶାନ୍ତି ମିଳିବ। ନିରର୍ଥକ ବାଦ-ବିବାଦ କରନ୍ତୁ ନାହିଁ। ଧନ ମାନ ସମ୍ମାନ ପ୍ରତିଷ୍ଠା ମିଳିବ। ଅପରାହ୍ନରେ କୋୖଣସି ଶୁଭ ଖବର ଶୁଣିପାରନ୍ତି। କ୍ରୀଡା କ୍ଷେତ୍ରରେ କ୍ରୀଡାବିତ୍ ମାନେ ବିଜୟୀ ହେବେ। ବ୍ୟବସାୟ ବାଣିଜ୍ୟ ପାଇଁ ଦିନଟି ଅନୁକୂଳ ରହିବ।
ପ୍ରତିକାର-ଅଶୁଭତ୍ବ ଖଣ୍ଡନ ପାଇଁ ଅଧିକ ଶୁଭ ଫଳ ପାଇବା ପାଇଁ ନିମ୍ନ ଗାୟତ୍ରୀ ମନ୍ତ୍ରକୁ ଦଶ ଥର ଜପ କରନ୍ତୁ।                    ଓଁ ଉସନସ୍ମୈ ବିଦ୍ ମହେ,ଭୃଗୁ ପୁତ୍ରାୟ ଧୀମହୀ ,ତନ୍ନୋ ଶୁକ୍ର ପ୍ରଚୋଦୟାତ୍ ।

ମକର
ଆଜି ପାରିବାରିକ ଜୀବନ ସୁଖପ୍ରଦ ହେବ। ଭାତୃ ସମ୍ପର୍କ ସୁଦୃଢ ହେବ ।ବହୁ ଦିନର ସ୍ବପ୍ନ ଆଜି ବାସ୍ତବରେ ପରିଣତ ହେବ। ମିତ୍ରମାନଙ୍କ ସହିତ ସାକ୍ଷାତକରିବେ ଏବଂ ଏହି ସାକ୍ଷାତ ଆନନ୍ଦଦାୟୀ ରହିବ। ଦୂର ଯାତ୍ରା କରିବାକୁ ପଡିପାରେ, ଯାତ୍ରାରେ ସଫଳତା ମିଳିବ।ପ୍ରତିକାର-ଅଶୁଭତ୍ବ ଖଣ୍ଡନ ପାଇଁ ଅଧିକ ଶୁଭ ଫଳ ପାଇବା ପାଇଁ ନିମ୍ନ ଗାୟତ୍ରୀ ମନ୍ତ୍ରକୁ ଦଶ ଥର ଜପ କରନ୍ତୁ।
ଓଁ ଶନିଶ୍ଚରାୟ ବିଦ୍ ମହେ, ସୂର୍ଯ୍ୟ ପୁତ୍ରାୟ ଧୀମହୀ ,ତନ୍ନୋ ସୈ।ରୀ ପ୍ରଚୋଦୟାତ୍

କୁମ୍ଭ
ଆଜି କର୍ମକ୍ଷେତ୍ରରେ ମାନ-ସମ୍ମାନ ପ୍ରାପ୍ତ ହେବ। କ୍ରୋଧ ଏବଂ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ନକାରାତ୍ମକ ବିଚାର ମନରେ ଆସିବାକୁ ଦିଅନ୍ତୁ ନାହିଁ। ମହିଳାମାନେ ଆଶା କରୁଥିବା ଦିଗରୁ ସଫଳତା ପାଇବେ ।ବିଦ୍ୟାର୍ଥିମାନେ ପଢାପଢିରେ ଏକାଗ୍ରତା ରଖି କୃତକାର୍ଯ୍ୟ ହେବେ।
ପ୍ରତିକାର-ଅଶୁଭତ୍ବ ଖଣ୍ଡନ ପାଇଁ ଅଧିକ ଶୁଭ ଫଳ ପାଇବା ପାଇଁ ନିମ୍ନ ଗାୟତ୍ରୀ ମନ୍ତ୍ରକୁ ଦଶ ଥର ଜପ କରନ୍ତୁ।
ଓଁ ବିଧୁତୁନ୍ଦାୟ ବିଦ୍ ମହେ, ସିଂହିକାୟ ଧୀମହୀ ,ତନ୍ନୋ ରାହୁ ପ୍ରଚୋଦୟାତ୍ ।

ମୀନ 
ଆଜିର ଦିନ ଶୁଭଫଳଦାୟୀ ହେବ। ଶାରୀରିକ, ମାନସିକ ସ୍ଵାସ୍ଥ୍ୟ ଉତ୍ତମ ରହିବ, ଉତ୍ସାହିତ ରହିବେ। ନୂତନ କାର୍ଯ୍ୟର ଶୁଭାରମ୍ଭ କରିବା ପାଇଁ ସମୟ ଅନୁକୂଳ ଅଟେ। ପରିଜନମାନଙ୍କ ସହିତ ସମୟ ଆନନ୍ଦପୂର୍ବକ ବିତିବ। ଧାର୍ମିକ କାର୍ଯ୍ୟରେ ଯୋଗଦାନ କରିପାରନ୍ତି ।ପ୍ରତିକାର-ଅଶୁଭତ୍ବ ଖଣ୍ଡନ ପାଇଁ ଅଧିକ ଶୁଭ ଫଳ ପାଇବା ପାଇଁ ନିମ୍ନ ଗାୟତ୍ରୀ ମନ୍ତ୍ରକୁ ଦଶ ଥର ଜପ କରନ୍ତୁ।
ଓଁ ଅଙ୍ଗିରସାୟ ବିଦ୍ ମହେ,ସୁରାଚାର୍ଯ୍ଯାୟ ଧୀମହୀ ,ତନ୍ନୋ ଜୀବ ପ୍ରଚୋଦୟାତ୍ ।

ଜ୍ୟୋତିଷ ବାଣୀ-
ପିଲାଙ୍କ ସ୍ମରଣ ଶକ୍ତି ବୃଦ୍ଧି ପାଇଁ ସରଳ ପ୍ରତିକାର
ପ୍ରତ୍ୟେକ ଦିନ ପଦ୍ମ ଉପରେ ବସିଥିବା ମା ସରସ୍ବତୀଙ୍କ ପୂଜା କରି ଦେବୀଙ୍କୁ ସ୍ମରଣ କରି ଉତ୍ତରକୁ ମୁଖ କରି ପାଠ ପଢନ୍ତୁ। ପଢ଼ିବା ସମୟରେ ପାଦ ତଳେ ରଖନ୍ତୁ ନାହିଁ ।

ଜ୍ୟୋତିର୍ବିଦ ନିରଞ୍ଜନ ମହାପାତ୍ର

Leave A Reply

Your email address will not be published.