ଆଜିର ରାଶିଫଳତା ୧୮-୪-୨୦୨୧ ରବିବାର
ଆଜି ଦିନର ମହତ୍ତ୍ଵ
ଆଜି ୨୦୨୧ମସିହା ଅପ୍ରେଲ ୧୮ ତାରିଖ ରବିବାର ମେଷ୫ ଦିନ ଚୈତ୍ର ମାସ ଶୁକ୍ଳ ପକ୍ଷ ଷଷ୍ଠୀ ତିଥି ଆଦ୍ରା ନକ୍ଷତ୍ର ମିଥୁନ ଚନ୍ଦ୍ର
ଆଜିର ଘାତ ବାରମେଷ ରାଶିର
ଆଜିର ଘାତ ଚନ୍ଦ୍ର କନ୍ୟା ରାଶି ପୁରୁଷ ବିଛା କୁମ୍ଭ ରାଶି ମହିଳାଙ୍କର
ଆଜିର ନିଷେଧ ଖାଦ୍ୟ : ପିତା ଦ୍ରବ୍ୟ
ମେଷ
ଆଜି ସକାଳୁ ସକାଳୁ ଦେବଦର୍ଶନ ର ସୁଯୋଗମିଳିବ ଦାମ୍ପତ୍ୟ ଜୀବନ ପୂର୍ବ ଅପେକ୍ଷା ଅଧିକ ଭଲ ହେବ ଯେଉଁକାମ କରିବେ, ସେଥିରେ ସଫଳତା ମିଳିବ । ଶତୃମାନେ ପରାଜିତ ହେବେ। ମହିଳାମାନେ ଘରେ ବାହାରେ ସବୁଠି ଆଦର ସମ୍ମାନ ପାଇବେ।
ବୃଷ
ଆଜି ଦେବ ଦର୍ଶନ କରି ମନକୁ ଶାନ୍ତି ମିଳିବ। ଧାର୍ମିକ ଆୟୋଜନରେ ଆପଣଙ୍କୁ ସେବା କରିବାର ଅବସର ମିଳିବ। ବ୍ୟବସାୟ ଲାଗି ଦିନଟି ଭଲ ରହିବ। ଅଫିସରେ କିଛି ଏଭଳି କାମ ହେବ ଯାହା ଦ୍ବାରା ଆପଣ ପ୍ରଶଂସିତ ହେବ।
ମିଥୁନ
ଆଜି ହଠାତ୍ କୌଣସି କଥାକୁ ଶୁଣି ମନୋଭାବ ଖରାପ ହୋଇପାରେ। ମାତାପିତାଙ୍କ ସ୍ନେହ ଆଶ୍ରିର୍ବାଦ ଲାଭ କରିବେ। କାର୍ଯ୍ୟକ୍ଷେତ୍ରରେ ଉନ୍ନତି ଦେଖିବାକୁ ମିଳିବ। ମିତ୍ରଙ୍କ ଠାରୁ ଭଲ ଖବର ପାଇବେ। ବ୍ୟବସାୟରେ ଆଶାନୁରୂପ ଲାଭ ମିଳିବ।
କର୍କଟ
ଆଜି କର୍ମକ୍ଷେତ୍ରର ବିଭିନ୍ନ ପ୍ରକାରର ସମସ୍ଯା ଦେଖାଦେଇପାରେ।ଆପଣଙ୍କ ପ୍ରତିଦ୍ବନ୍ଦୀ ଶାନ୍ତ ରହିବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଛାତ୍ର ଛାତ୍ରୀମାନେ ସମସ୍ତ ଦିଗରେ ସଫଳତା ହାସଲ କରିବେ। ପ୍ରେମରେ ସଫଳତା ମିଳିବ।
ସିଂହ
ଆଜି ମନରେ ସନ୍ଦେହ ଅବିଶ୍ବାସ ଦେଖାଦେବ। ପରିବାର ସହିତ ହସଖୁସିରେ ଦିନଟିକୁ କାଟିବେ। ସମସ୍ୟାର ସମାଧାନ ଲାଗି ଦିନଟି ଭଲ। ଲୋକେ ସାହାଯ୍ୟ ସହଯୋଗର ହାତ ବଢ଼ାଇଦେବେ। ମହିଳାମାନେ ଜରୁରୀ ଜିନିଷପତ୍ର କିଣିବାରେ ବ୍ୟସ୍ତରହିବେ।
କନ୍ୟା
ଆଜି ଆପଣଙ୍କ ମନ ଅଶାନ୍ତି ରହିବ । ନିଜର ଲୋକ ବିରୁଦ୍ଧାଚରଣ କରିବେ ମନରେ ବିରକ୍ତି ସନ୍ଦେହ ଦେଖାଦେଇପାରେ। ମହିଳାମାନେ ଆଶା କରୁଥିବା ଦିଗରୁ ନିରାଶ ହେବେ। କୌଣସି କମ୍ପାନୀରେ ଚାକିରିର ସୁଯୋଗ ମିଳିପାରେ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଅନୁକୂଳ ରହିବ।
ତୁଳା
ଆଜି କୌଣସି କାମ ତରବରିଆ ଭାବେ କରନ୍ତୁ ନାହିଁ; ଅସୁବିଧାର ସମ୍ମୁଖୀନ ହେବେ। ବ୍ୟବସାୟୀମାନେ ବଡ଼ ଡିଲ୍ କରିପାରନ୍ତି। ଆୟ ଦେଖି ବ୍ୟୟ କରନ୍ତୁ। ପାରିବାରିକ ଓ ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବ୍ୟବସାୟ ବାଣିଜ୍ୟ ପାଇଁ ଦିନଟି ଅନୁକୂଳ ରହିବ।
ବିଛା
ଆଜି ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ। କର୍ମକ୍ଷେତ୍ରରେ ଲାଗିରହିଥିବା ସମସ୍ୟାର ସମାଧାନ ହେବ। ଅଫିସରେ ବାତାବରଣ ଅନୁକୂଳ ରହିବ। ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହିତ ଯୋଗାଯୋଗ ହୋଇପାରେ। ସୁସ୍ବାଦୁ ଭୋଜନ ମିଳିବ।
ଧନୁ
ଆଜି ସାବଧାନର ସହ କାମ କରନ୍ତୁ, ଶୁଭ ଫଳ ପାଇବେ। ବ୍ୟସ୍ତତାରେ ରହିବା ସତ୍ତ୍ବେ ଭ୍ରମଣ କରିବା ପାଇଁ ସମୟ ବାହାର କରିନେବେ। କୌଣସି ନୂଆ ଲୋକଙ୍କ ସହିତ ବନ୍ଧୁତା କରିବେ। ପରିବାରରେ ସୁଖ ଶାନ୍ତି ପୂର୍ବ ପରି ଅତୁଟ ରହିବ।
ମକର
ଆଜି ଆପଣଙ୍କ ମନ ପ୍ରସନ୍ନ ରହିବ। ପରିବାରଜନଙ୍କ ସହଯୋଗ ମିଳିବ। କାମକୁ ପୂରା କରିବା ଲାଗି ନୂଆ ଯୋଜନା କରିବେ ଏବଂ ସେଥିରେ ଲାଭ ପାଇବେ। ପ୍ରେମ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ମିଳିବ। ବ୍ୟବସାୟରେ ଆଶାନୁରୂପ ଲାଭ ମିଳିବ।
କୁମ୍ଭ
ଆଜି ଦିନଟି ଆପଣଙ୍କ ଲାଗି ଶୁଭାଶୁଭ ମିଶ୍ରିତ ଫଳ ପ୍ରଦାନ କରିବ। ବ୍ୟବସାୟରେ ଆଶାନୁରୂପ ଲାଭ ମିଳିବ ନାହିଁ, କାମରେ ବାଧା ଉତ୍ପନ୍ନ ହେବ। ଆର୍ଥିକ ସ୍ଥିତି ଚିନ୍ତାଜନକ ହୋଇପାରେ। ପରିବାରର ସ୍ନେହ ଓ ଜୀବନସାଥୀଙ୍କ ଠାରୁ ଖୁସି ପାଇବେ।
ମୀନ
ଆଜି ଆପଣଙ୍କୁ ଯଥେଷ୍ଟ ଲାଭ ମିଳିବ। ଅଫିସରେ ଲାଗି ରହିଥିବା ବିଶୃଙ୍ଖଳାର ସମାଧାନ ହୋଇଯିବ। ବ୍ୟବସାୟରୁ ଆଶାଠୁଁ ଅଧିକ ଲାଭ ହେବ। ପ୍ରେମ ସମ୍ପର୍କରେ ମଧୂରତା ସହ ସିକୃତି ମିଳିପାରେ। ମହିଳାମାନେ କାର୍ଯ୍ୟ କ୍ଷେତ୍ରରେ ସୁନାମ ଅର୍ଜନ କରିବେ।
ଜ୍ୟୋତିର୍ବିଦ ନିରଞ୍ଜନ ମହାପାତ୍ର