Latest Odisha News

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶି ଫଳ 

ତା୨୯-୧୦-୨୦୨୦ ଗୁରୁବାର

ଆଜି ଦିନର ମହତ୍ତ୍ୱ

ଆଜି ହେଉଛି ୨୦୨୦ ମସିହା ଅକ୍ଟୋବର ତା ୨୯ ରିଖ ଗୁରୁବାର ତୁଳା ୧୩ ଦିନ ଆଶ୍ବିନ ମାସ ଶୁକ୍ଳପକ୍ଷ ତ୍ରୟୋଦଶୀ ତିଥି ଉତ୍ତର ଭାଦ୍ର ନକ୍ଷତ୍ର ମୀନ ଚନ୍ଦ୍ର

ଘାତ ବାର:- ତୁଳା ଓ କୁମ୍ଭ ରାଶିର   

 ଘାତ ଚନ୍ଦ୍ର:- ଧନୁ ରାଶି ପୁରୁଷ ଓ ତୁଳା ରାଶି ମହିଳାଙ୍କର 

ଆଜିର ନିଷେଧ ଖାଦ୍ୟ :- ବାଇଗଣ 

ମେଷ: ଆଜି ମାନସିକ ଅଶାନ୍ତି ଓ ପାରିବାରିକ ସମସ୍ଯା ଆପଣଙ୍କୁ ବିଚଳିତ କରାଇବ । ଯେଉଁ କାମରେ ହାତ ଦେଲେ ମଧ୍ୟ ସଫଳତା ବିଳମ୍ବରେ ମିଳିବ। କୌଣସି ପୂର୍ବ ସମସ୍ୟାକୁ କେନ୍ଦ୍ରକରି ବନ୍ଧୁଙ୍କ ସହ କଳି ଲାଗିପାରେ।

ବୃଷ: ଆଜି ଆପଣ ନିକଟ ସମ୍ପର୍କୀୟ ମାନଙ୍କ ସାହାଯ୍ୟ ଓ ସହଯୋଗ ପାଇ କାମ ଗୁଡିକ ସହଜରେ ସମ୍ପନ୍ନ କରିପାରିବେ। କଳା, ସାହିତ୍ୟ, ସଙ୍ଗୀତ, କ୍ଷେତ୍ରରେ ସଫଳତା ପାଇବେ । ମାଲିମକଦ୍ଦମା ନ୍ଯାୟ ଆପଣଙ୍କ ସପକ୍ଷରେ ମିଳିବ ।

ମିଥୁନ: ଅନ୍ୟର ସାହାଯ୍ୟ ଆଜି ଆପଣଙ୍କୁ କର୍ମମୁଖର କରାଇବା ସହ ଆର୍ଥିକ ଉନ୍ନତି ଦିଗରେ ସହାୟକ ହେବ । ଆଜି ଫେରନ୍ତା ବାଟରେ ଅର୍ଥ ଲାଭ କରିବେ । ଶିଳ୍ପ, ଶିକ୍ଷା ବାଣିଜ୍ୟ ଓ ବ୍ୟବସାୟ କ୍ଷେତ୍ରରେ ଉନ୍ନତି କରିବେ। ଆଲୋଚନା କ୍ଷେତ୍ରରେ କିମ୍ବା ରାଜନୈତିକ କ୍ଷେତ୍ରରେ ସମ୍ମାନିତ ହେବେ ।

କର୍କଟ:ଆଜି ମନ ଚାହୁଁଥିବା ପ୍ରକାରେ କାମ କରିବା କଷ୍ଟକର ହୋଇପାରେ। ବକେୟା ଟଙ୍କା ପାଇବା ସକାଶେ ଯୁକ୍ତିତର୍କ ହୋଇପାରେ । ଶିଳ୍ପ, ବାଣିଜ୍ୟ, ପରିବହନ କ୍ଷେତ୍ରରେ ଲାଭବାନ ହେବେ । ଶାରୀରିକ ଓ ମାନସିକ ଶାନ୍ତି ମିଳିବ ।

ସିଂହ: ନିଜର କାର୍ଯ୍ୟଦକ୍ଷତା ଓ ଦୃଢ ମନୋବଳ ଆଜିର ପ୍ରତ୍ୟେକ କାମକୁ ସାକାର କରିପାରିବ। ଆଜିର ଯାତ୍ରା ଆପଣଙ୍କୁ ଆନନ୍ଦ ପ୍ରଦାନ କରିବ । ଗବେଷଣା, ଅନୁସନ୍ଧାନ, ଅଧ୍ୟୟନ ଓ ଅଧ୍ୟାପନା, ପ୍ରତିଯୋଗୀତା କ୍ଷେତ୍ରରେ ଉନ୍ନତି କରିବେ। ପରିବହନ, ନିର୍ମାଣ, ବାଣିଜ୍ୟ ବ୍ୟବସାୟ ସକାଶେ କୈାଣସି ପ୍ରତିବନ୍ଧକ ରହିବ ନାହିଁ ।

କନ୍ୟା:ବନ୍ଧୁମାନଙ୍କ ସାହାଯ୍ୟ,ସହଯୋଗ ମାଧ୍ୟମରେ କାର୍ଯ୍ୟହାସଲ ସହ ଆର୍ଥିକ ସ୍ଥିତିକୁ ମଜ୍‌ବୁତ୍‌ କରିପାରିବେ। ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ବିରୋଧୀ ମାନେ ପରାଜୟ ହେବେ ।ଶାରୀରିକ ଓ ମାନସିକ ଶାନ୍ତି ମିଳିବ । ମହିଳାମାନେ ପ୍ରଶଂସନୀୟ ହେବେ ।

ତୁଳା: ନିଜ ଲୋକମାନେ ଶତ୍ରୁତା କଲେ ମଧ୍ୟ କୈାଣସି କାମ ଅଟକି ରହିବ ନାହିଁ । କର୍ମକ୍ଷେତ୍ରରେ ସମସ୍ୟାର ସମାଧାନ କ୍ଷେତ୍ରରେ ବନ୍ଧୁ ସାହାଯ୍ୟ କରିବେ। ଶିଳ୍ପ, ବ୍ୟବସାୟରେ ଲାଭବାନ୍‌ ହେବେ। ଅସମ୍ପୂର୍ଣ୍ଣ କାମକୁ ଆଜି ବୁଦ୍ଧି ବଳରେ ସମ୍ପୁର୍ଣ୍ଣ କରିବେ । ବନ୍ଧୁଙ୍କ ସହ ଭୁଲ୍‌ ବୁଝାମଣା ଜନିତ ଅଶାନ୍ତ ପରିବେଶ ସକାଶେ ଚିନ୍ତା ବଢିପାରେ।

ବିଛା: ବାରମ୍ବାର ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଉଥିବାରୁ ମାନସିକ ଉଦ୍‌ବେଗ ବୃଦ୍ଧି ପାଇବ। ବ୍ୟବସାୟ, ବାଣିଜ୍ୟ, ନିର୍ମାଣ ଓ ପରିବହନ କ୍ଷେତ୍ରରେ ବାଦବିବାଦ ଦେଖା ଦେବ । ଦୀର୍ଘ ଦିନରୁ ରହି ଆସିଥିବା ଋଣ ପରିଶୋଧ କରିବା ସକାଶେ ଚିନ୍ତିତ ରହି ପାରନ୍ତି।

ଧନୁ: ପାରିବାରିକ କ୍ଷେତ୍ରରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇପାରେ। ଆଶା କରୁଥିବା ଦିଗରୁ ଅପରାହ୍ନରେ ପ୍ରାପ୍ତ ହେବେ । କୋଟ କଚେରୀ ମାମଲାରେ ବିଜୟ ଲାଭ କରିବେ ।ବିଦ୍ଯାର୍ଥୀ ମାନେ ବିଦ୍ଯାରେ କୃତିତ୍ବ ଅର୍ଜନ କରିବେ।

ମକର:ଆଜି ପ୍ରତିକୂଳ ପରିସ୍ଥିତିକୁ ଦୂରେଇବାରେ ସମର୍ଥ ହେବେ। ଜମିଜମା, ବିବାଦୀୟ କ୍ଷେତ୍ରରେ ସଫଳତା ପାଇବେ ।ବ୍ୟବସାୟ ଓ ବାଣିଜ୍ୟ, ପ୍ରଶାସନିକ ସ୍ତରରେ ଉନ୍ନତି ଘଟିବ। ନିର୍ମାଣାଧୀନ କାମକୁ ଆଗେଇ ନେବେ ।

କୁମ୍ଭ: ଆଜି ଆପଣାକୁ ପ୍ରତ୍ୟେକ ଦିଗରୁ ସଫଳତା ପାଇବେ । ବ୍ୟବସାୟ ତଥା ପରିବହନ ସକାଶେ ଦିନଟି ବିଶେଷ ଭାବରେ ଅନୁକୂଳ ରହିବ। ଆନୁଷ୍ଠାନିକ କାମ,ସଭାସମିତି, ସାହିତ୍ୟ ଚର୍ଚ୍ଚା, ଚୁକ୍ତିପତ୍ର କ୍ଷେତ୍ରରେ ଅଶାନୁରୂପ ଫଳ ପାଇବେ। ଆର୍ଥିକ ସ୍ଥିତି ପୂର୍ବ ପରି ସୁଦୃଢ଼ ରହିବ ।

ମୀନ:ଦୀର୍ଘ ଦିନରୁ ଚିନ୍ତା କରିଥିବା ନୂତନ ଯୋଜନା କାର୍ଯ୍ୟକାରୀ ହେବ । ଯାତ୍ରା ସମୟରେ ନିଜ ଜିନିଷ ପ୍ରତି ସତର୍କ ରୁହନ୍ତୁ ନତୁବା ପରେ ଅନୁତାପ କରିବାକୁ ପଡିପାରେ। ଯେତେ ଭଲ କାମ କଲେ ମଧ୍ୟ ପରିବାରରେ ଅନ୍ୟମାନେ ଦୋଷ ଖୋଜିବେ । ପିଲା ମାନଙ୍କୁ କେନ୍ଦ୍ରକରି ହଠାତ୍‌ କାୈଣସି ଘଟଣା ମନକୁ ବିବ୍ରତ କରିପାରେ।

ଜ୍ଯୋତିର୍ବିଦ୍ ନିରଞ୍ଜନ ମହାପାତ୍ର,ମୋବାଇଲ:-9437225434

Leave A Reply

Your email address will not be published.