Latest Odisha News

BREAKING NEWS

ମୌସୁମୀ ଫେରିବା ପରେ ରାଜ୍ୟରେ ଶୀତ ଅନୁଭୂତ

ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଫେରିଯିବା ପରେ ରାଜ୍ୟରେ ଅନୁଭୂତ ହୋଇଛି ଶୀତ । କନ୍ଧମାଳ ଜିଲ୍ଲାରେ ଥାଣ୍ଡା ସାଙ୍ଗକୁ କୁହୁଡ଼ି ଦେଖିବାକୁ ମିଳିଛି । ଫୁଲବାଣୀ ସମେତ ଦାରିଙ୍ଗବାଡ଼ି, ଜି. ଉଦୟଗିରି, ରାଇକିଆ ଆଦି ଅଞ୍ଚଳରେ ସାମାନ୍ୟ ଶୀତ ଅନୁଭୂତ କଲେଣି ଲୋକ ।

ଗତକାଲି ଫୁଲବାଣୀରେ ତାପମାତ୍ରା୧୫ ଡିଗ୍ରୀ ସେଲସିୟସକୁ ଖସିଥିଲା । ପାଣିପାଗ ବିଭାଗ ପୂର୍ବାନୁମାନ କରିଛି, ଲା-ନିନା ପ୍ରଭାବରେ ଶୀତର ପ୍ରକୋପ ଏବର୍ଷ ଅଧିକ ରହିବ । ଆଗାମୀ ୩-୪ ଦିନ ଭିତରେ ଆଭ୍ୟନ୍ତରୀଣ ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକଠାରୁ କମ୍ ରହିବ ।

ଗତକାଲି ଓଡ଼ିଶାରୁ ମୌସୁମୀ ପ୍ରତ୍ୟାବର୍ତ୍ତନ କରିଥିଲା । ଚଳିତବର୍ଷ ଜୁନ୍ ୧ ତାରିଖରୁ ଅକ୍ଟୋବର ୨୮ ତାରିଖ ଭିତରେ ଓଡ଼ିଶାରେ ୧୩୦୨.୯ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଯାହାକି ସ୍ୱାଭାବିକ ବର୍ଷାଠାରୁ ୪ ପ୍ରତିଶତ ଅଧକ । ଝାରସୁଗୁଡ଼ା, ଦେବଗଡ଼ ଓ ମାଲକାନଗିରିରେ ସ୍ୱାଭାବିକଠାରୁ ଅଧିକ ବର୍ଷା ରେକର୍ଡ କରାଯାଇଛି । ବାକି ସମସ୍ତ ଜିଲ୍ଲାରେ ସ୍ୱାଭାବିକ ବର୍ଷିଛି ।

Leave A Reply

Your email address will not be published.