Latest Odisha News

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶିଫଳ

ତା ୨୩-୧-୨୦୨୦ ଗୁରୁବାର

ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର

[ମୋବାଇଲ ନମ୍ବର: ୯୪୩୭୨୨୫୪୩୪]

ଆଜି ଦିନର ମହତ୍ତ୍ୱ.

ଆଜି ହେଉଛି ୨୦୨୦ ମସିହା ଜାନୁଆରୀ ତା ୨୩ ରିଖ ଗୁରୁବାର ମକର ୯ ଦିନ ମାଘ ମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ତିଥି ପୂର୍ବାଷାଢା ନକ୍ଷତ୍ର ଧନୁ ଚନ୍ଦ୍ର

ଘାତ ବାର-: ତୁଳା ଓ କୁମ୍ଭ ରାଶିର
ଘାତ ଚନ୍ଦ୍ର-: ତୁଳା ଓ କୁମ୍ଭ ରାଶି ପୁରୁଷ ବୃଷ ମିଥୁନ ରାଶି ମହିଳାଙ୍କର
ଆଜି: ବିରି ଖାଇବା ନିଷେଧ

ମେଷ
ପାରିବାରିକ ଓ କର୍ମକ୍ଷେତ୍ରରେ ସାହାଯ୍ଯ ସହଯୋଗ ମିଳିବ । ପାରିପାର୍ଶ୍ୱିକ ପରିସ୍ଥିତି ଭଲ ରହିବ । ଜମିଜମା ବିାବଦ କିମ୍ବା ପରିବହନ ସମ୍ବନ୍ଧୀୟ ସମସ୍ୟାସମ୍ପର୍କିତ ବିବାଦୀୟ ଘଟଣାର ଅବସାନ ଘଟିବ। ସନ୍ତାନ ମାନେ ଉନ୍ନତି କରିବେ ।

ବୃଷ
କୌଣସି କାର୍ଯ୍ୟରେ ସଫଳତା ମିଳିବ ନାହିଁ ସହକର୍ମୀମାନଙ୍କ ଅସହଯୋଗ ଆଜି ପାଇଁ ମୁୂଖ୍ୟ ସମସ୍ୟସ ରୂପରେ ଦେଖାଦେବ। ଅଧିକାଂଶ ସମୟ ମାନସିକ ଅସ୍ଥିରତା ଲାଗି ରହିବା କାରଣରୁ ପ୍ରତ୍ୟେକ କାର୍ଯ୍ୟାବଳୀର ସଠିକ୍‌ ସମୀକ୍ଷା କରି ପାରିବେ ନାହିଁ। ବ୍ୟବସାୟ, ବାଣିଜ୍ୟ, ଯାତ୍ରା, ପ୍ରତିଦ୍ୱନ୍ଦ୍ୱିତା ପ୍ରଭୃତିରେ ସଫଳତା ପାଇପାରିବେ।

ମିଥୁନ
ଆଜି ଆପଣଙ୍କୁ ସଫଳତା ମିଳିବ ଅର୍ଥଲାଭ ହେବା ସହ ଆଜିର ଯାତ୍ରାରେ ସଫଳତା ପାଇବେ। ଶରୀର ସୁସ୍ଥ ରହିବ ବ୍ଯବସାୟୀମାନେ ଆସା ଜନକ ଲାଭ ବାନ ହେବେ ମହିଳାମାନେ ଘରେ ବାହାରେ ପ୍ରଶଂସନୀୟ ହେବେ

କର୍କଟ
ଆଜି ସମସ୍ତ ସମସ୍ୟା ସମାଧାନ ହୋଇଯିବ ଆପଣଙ୍କ ସଠିକ୍‌ ବିଚାରଧାରା ପ୍ରତ୍ୟେକ କ୍ଷେତ୍ରରେ ସଫଳତାର କାରଣ ହୋଇପାରିବ। ଆଜି ଆପଣ କୌଣସି ଅନୁଷ୍ଠାନ ପକ୍ଷରୁ ସମ୍ମାନୀତ ସହ ସମ୍ବଦ୍ଧିତ ହୋଇ ପାରନ୍ତି । ବ୍ଯବସାୟୀମାନେ ଲାଭ ବାନ ହେବେ

ସି˚ହ
ଆଜି ସ୍ଥଗିତ କାର୍ଯ୍ୟକୁ ତ୍ୱରାନ୍ବିତ କରିବେ । ନିଜର ବ୍ୟବହାର୍ଯ୍ୟ ଜିନିଷ ପରକୁ ଦେଇ ଅପଦସ୍ତ ହୋଇପାରନ୍ତି। ଅନ୍ୟମାନଙ୍କର ପରାମର୍ଶ ନ ମାନି ନିଜ ମନଇଚ୍ଛା କାମ କରିବା ଫଳରେ କିଛିଟା ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି।

କନ୍ୟା
ଯେକୈାଣସି କାମ କଲେ ଆପଣଙ୍କୁ ସଫଳତା ମିଳିବ । ଆପଣଙ୍କ ଅଭିଳାଷ ପୂରଣ କରିବା ପରିପ୍ରେକ୍ଷୀରେ ବନ୍ଧୁଙ୍କ ମନରେ ବିଶ୍ୱାସ ଜନ୍ମାଇ କାମ ହାସଲ କରିବାରେ ସମର୍ଥ ହେବେ। ବ୍ୟବସାୟ ଓ ପରିବହନରେ କେତେକ ପ୍ରତିବନ୍ଧକ ଦେଖାଦେଇପାରେ।

ତୁଳା
ଆଜି ଆପଣ ଆତ୍ମିୟସ୍ବଜନଙ୍କ ସହ ମନଖୋଲା ଆଲୋଚନା କରିପାରିବେ ନାହିଁ। ଆୟ ଅପେକ୍ଷା ବ୍ୟୟ ବୃଦ୍ଧି ହେବ । ଆପଣଙ୍କୁ ବନ୍ଧୁ ପରିଜନଙ୍କ ସହ ଭ୍ରମଣ ସକାଶେ ଅନୁପ୍ରେରିତ କାରଇପାରେ। ଘରୋଇ ସମସ୍ୟାକୁ କେନ୍ଦ୍ରକରି ଘର ଲୋକମାନଙ୍କ ବ୍ୟସ୍ତ ଓ ବିବ୍ରତତାକୁ ଲକ୍ଷ୍ୟ କରି ମନ ଅଶାନ୍ତ ରହିବ।

ବିଛା
ଆଜି ଆପଣ ଯାହା ଚାହିଁବେ ତାହା ନିର୍ବିଘ୍ନରେ ହାସଲ କରିପାରିବେ। ପାରିବାରିକ କ୍ଷେତ୍ରରେ ଭୁଲ୍‌ ବୁଝାମଣା ଦୂର ହୋଇଯିବ। ସାମାଜିକ ସ୍ତରରେ ସମ୍ପର୍କ ବୃଦ୍ଧି ପାଇଲେ ମଧ୍ୟ ସ୍ବାସ୍ଥ୍ୟଗତ ସମସ୍ୟା ଦେଖା ଦେବେ ।ବିଦ୍ଯାର୍ଥୀମାନେ ବିଦ୍ଯାରେ ସଫଳତା ପାଇବେ ।

ଧନୁ
ଆପଣଙ୍କ ଚିନ୍ତାଧାରା ବନ୍ଧୁ କିମ୍ବା ସହକର୍ମୀଙ୍କ ମନରେ ସହାନୁଭୂତି ଜାଗ୍ରତ କରାଇବ। ଅସାବଧାନତା କିମ୍ବା ଅନ୍ୟମନସ୍କ ରହିବା ହେତୁ ଅର୍ଥହାନୀ ଦେଖା ଦେଦେଇପାରେ ଶାରୀରିକ ଓ ମାନସିକ ପୀଡା ଦେଖା ଦେଇପାରେ । କର୍ମକ୍ଷେତ୍ରରେ କର୍ମଦକ୍ଷତାରୁ ପ୍ରତିଷ୍ଠିତ ହେବେ। ଆନୁଷ୍ଠାନିକ ସକାଶେ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି।

ମକର
ଆଜିର ଦିନଟି ସମସ୍ତ ଦିଗରୁ ଭଲ ରହିବ । ମନୋରଞ୍ଜନ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରି ସାମୟିକ ଖୁସୀ ରହିବାର ସୁଯୋଗ ପାଇବେ। ସଭାସମିତି, ଆନୁଷ୍ଠାନିକ କର୍ମ, ତଥା ମାଲିମକଦ୍ଦମାରେ ସଫଳତା ହାସଲ କରିବେ। ପାରିବାରିକ କ୍ଷେତ୍ରରେ ଅସ୍ଥିରତା ଲାଗି ରହିପାରେ।

କୁମ୍ଭ
ଆଜି ସମସ୍ୟା ସଙ୍ଗରେ ଲଢେଇ କରି ପରିସ୍ଥିତିର ମୁକାବିଲା କରିବାରେ ସମର୍ଥ ହେବେ। ଯାନ୍ତ୍ରିକ ତ୍ରୁଟି କାରଣରୁ ସାମାନ୍ୟ ବିଳମ୍ବ ହେଲେ ମଧ୍ୟ ଲକ୍ଷ୍ୟସ୍ଥଳକୁ ଯିବାରେ କୈାଣସି ଅସୁବିଧା ହେବ ନାହିଁ। ଶିଳ୍ପ, ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ। ବନ୍ଧୁମାନଙ୍କର ପରୋକ୍ଷ ଶତ୍ରୁତା ହେତୁ କିଛିଟା ବ୍ୟତିକ୍ରମ ଘଟିପାରେ।

ମୀନ
ଆଜି ଦିଦିନଟି ଆପଣଙ୍କୁ ସୁସ୍ଥ ମାନସିକତା ପ୍ରଦାନ କରିବାରେ ସହାୟକ ହେବ। ଶତୃମାନେ ପରାଜୟ ହେବେ । ବ୍ଯବସାୟୀମାନେ ବ୍ଯବସାୟରେ ଆଶାନୁରୂପ ଲାଭବାନ ହେବେ । ପରିଶ୍ରମରେ ଏବଂ ସହକର୍ମୀମାନଙ୍କ ସୌହାର୍ଦ୍ଦ୍ୟୟରୁ ସମସ୍ୟା ଗୁଡିକ ଆପଣାଛାଏଁ ସୁଧୁରି ଯିବ।

 

Leave A Reply

Your email address will not be published.