Latest Odisha News

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ

ତା ୧୧-୧୦-୨୦୧୯ ଶୁକ୍ରବାର

ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର

ମୋବାଇଲ: 9437225434

ଆଜି ଦିନର ମହତ୍ତ୍ୱ

ଆଜି ହେଉଛି ୨୦୧୯ ମସିହା ଅକ୍ଟୋବର ମାସ ତା୧୧ ତାରିଖ ଶୁକ୍ରବାର କନ୍ୟା ୨୫ ଦିନ ଆଶ୍ବିନ ମାସ ଶୁକ୍ଳ ପକ୍ଷ ତ୍ରୟୋଦଶୀ ତିଥି ପୂର୍ବଭାଦ୍ରପଦ ନକ୍ଷତ୍ର କୁମ୍ଭ ଚନ୍ଦ୍ର
ଘାତ ବାର :-ବିଛା ଧନୁ ଓ ମୀନ ରାଶିର
ଘାତ ଚନ୍ଦ୍ର :-ମିଥୁନ ଓ ମୀନ ରାଶିର
ଆଜିର ନିଷେଧ ଖାଦ୍ୟ :- ବାଇଗଣ

ମେଷ
ଆଜି ବିଭିନ୍ନ ପ୍ରକାରର ସମସ୍ୟା ଦେଖାଦେଇ ପାରେ ।ପାରିବାରିକ କ୍ଷେତ୍ରରେ ମତାନ୍ତର ଓ ଅଶାନ୍ତ ପରିସ୍ଥିତିର ଦେଖାଦେବ।ଯାତ୍ରାରେ ସତର୍କତା ଅବଲମ୍ବନ କରନ୍ତୁ ।

ବୃଷ
ସମସ୍ୟା ମଧ୍ୟଦେଇ କାମ ହାସଲ କରିବେ । ପ୍ରକାଶନ, ପ୍ରଶାସନ, ଆଇନ ଅଦାଲତ, କଳା, କ୍ରୀଡା, ଚଳଚ୍ଚିତ୍ର ସାହିତ୍ୟ କ୍ଷେତ୍ରରେ ସଫଳତା ମିଳିବ। ସାଙ୍ଗସାଥୀ କିମ୍ବା ବନ୍ଧୁ ମାନେ ସମାଲୋଚନା କରିବେ କିନ୍ତୁ ପରାଜୟ ହେବେ ।

ମିଥୁନ
ଆଜି ବିଭିନ୍ନ ଦିଗରୁ ଅର୍ଥାଗମର ରାସ୍ତା ଖୋଲିଯିବ । ଅପ୍ରିୟସତ୍ୟ କହି ଅଯଥା କଳହ ହୋଇପାରେ । ପରିବାରରେ ଭୁଲ୍‌ ବୁଝାମଣା, ଟଙ୍କା ପଇସା ସମ୍ପର୍କିତ ଝାମେଲା ମନକୁ ଭାରାକ୍ରାନ୍ତ କରାଇବ । ସତ୍‌ସଙ୍ଗ ଓ ଭ୍ରମଣ ସୁଯୋଗ ରହିଛି ।

କର୍କଟ
ଆଜି ଯେକୌଣସି କ୍ଷେତ୍ର ହେଉନା କାହିଁକି ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ ସଫଳତା ଲାଭ କରିବେ। ଅର୍ଥ ପାଇବେ ସତ କିନ୍ତୁ ମାନସିକ ଶାନ୍ତି ହରାଇବେ। କେତେକ କ୍ଷେତ୍ରରେ ଠିକ୍‌ ସିଦ୍ଧାନ୍ତ ନେଇ ପାରିବେ ନାହିଁ ।

ସିଂହ
କୌଣସି ଖବର ପାଇ ଆକସ୍ମିକ ଦୂରଯାତ୍ରା କରିବାକୁ ବାଧ୍ୟ ହୋଇପାରନ୍ତି। ରହୁଥିବା ପରିବେଶରେ କୌଣସି ବ୍ୟତିକ୍ରମ ଜନିତ ଆପଣଙ୍କ କାମ ଅଟକି ରହିଯିବାର ଆଶଙ୍କା ଉପୁଜିପାରେ। ସଭାସମିତିରେ କିମ୍ବା ଗଠନମୂଳକ କାର୍ଯ୍ୟରେ ନେତୃତ୍ୱ ଗ୍ରହଣ କରି ଉଚ୍ଚ ପ୍ରଶଂସିତ ହେବେ ।

କନ୍ୟା
ଆଜିର ଆପଣଙ୍କ ସକାଶେ ପ୍ରତ୍ୟେକ କାମ ଅନୁକୂଳ ରହିବ ।ଯେଉଁ କାମରେ ହାତଦେଲେ ମଧ୍ୟ ସଫଳତା ପାଇବା ନିଶ୍ଚିତ । ଦୀର୍ଘଦିନର ଚେଷ୍ଟାର ପରିଣାମ ସ୍ବରୂପ ଋଣ ସୂତ୍ରରେ ଆଜିହିଁ ଅର୍ଥଲାଭ କରିପାରନ୍ତି। ବାଣିଜ୍ୟରେ ପ୍ରତିବନ୍ଧକ ଜନିତ ଦୁଃଚିନ୍ତା ବଢିପାରେ ।

ତୁଳା
ଆଜି ନୂତନ କାମ କରିବା ପାଇଁ ମାନସିକ ସ୍ତରରେ ନିଷ୍ପତି ନେଇପାରନ୍ତି। ଆନୁଷଙ୍ଗିକ ସାହାଯ୍ୟ, ସହଯୋଗ ପାଇବା ସକାଶେ ବେଶୀ କଷ୍ଟ କରିବାକୁ ପଡିବନାହିଁ । କୌଣସି ସଭା ସମିତିରେ ବସିଥିବା ବେଳେ ଶୁଭ ଖବର ପାଇ ଖୁସି ଅନୁଭବ କରିବେ ।

ବିଛା
ପରିସ୍ଥିତିକୁ ଅନୁଧ୍ୟାନ କରି ପୂର୍ବ ସ୍ଥିରୀକୃତ ନିଜର ମତ ଓ କାମକୁ ବଦଳାଇପାରନ୍ତି । ଭୁଲ୍‌ ବୁଝାମଣା ଜନିତ ପଡୋଶୀ କିମ୍ବା ସମ୍ପର୍କୀୟଙ୍କ ଘରୋଇ କଳହରେ ସାମିଲ୍‌ ହେବାକୁ ପଡିପାରେ । କର୍ମକ୍ଷେତ୍ରରେ ଓ ପାରିବାରିକ କ୍ଷେତ୍ରରେ ଆଶା ପୂରଣପାଇଁ କେହି ଜଣେ ସାହାଯ୍ୟ କରିପାରନ୍ତି। ଆଜିର ଯାତ୍ରା, ବାଣିଜ୍ୟ, ବ୍ୟବସାୟ, ବନ୍ଧୁସମ୍ପର୍କ ଶୁଭ ହେବ ।

ଧନୁ
ମନଭିତରେ ଜିଦ୍‌ ଓ କ୍ରୋଧ ରହିଥିଲେ ମଧ୍ୟ ସମୟୋଚିତ ପଦକ୍ଷେପ ନେବାରେ କୌଣସି ଭୁଲ୍‌ କରିବେ ନାହିଁ । ଆଶା କିମ୍ବା କଳ୍ପନା କରି ନ ଥିବା କୌଣସି ଖବର ପାଇ ବିସ୍ମୟ ପ୍ରକାଶ କରିପାରନ୍ତି। ଅର୍ଥନୈତିକ ସ୍ଥିତି, ଚେଷ୍ଟା କରୁଥିବା କାମ କ୍ଷେତ୍ରରେ ଶୁଭଫଳ ପାଇବେ । ବିବାଦୀୟ କ୍ଷେତ୍ରରେ ଆପଣ ଅନ୍ୟର ସମର୍ଥନ ହାସଲ କରି ବିଜୟ ହେବେ ।

ମକର
କର୍ମକ୍ଷେତ୍ରରେ ଭୁଲ୍‌ ବୁଝାମଣା ଦୂର ହେବାରେ ବନ୍ଧୁଙ୍କ ଅବଦାନକୁ ଭୁଲିପାରିବେ ନାହିଁ । ଆମଦାନୀ ରତ୍ପାନୀ ବାଣିଜ୍ୟ, ହୋଟେଲ, ରେଷ୍ଟୁରାଣ୍ଟ, ଲୌହତୈଳାଦି ବ୍ୟବସାୟରେ ଲାଲାଭବାନ ହେବେ ଚନ୍ଦ୍ର ଶନିଙ୍କ ପ୍ରଭାବରୁ ଭଲ ରହିବ । ଯାତ୍ରା ପାଇଁ ଦିନଟିକୁ ଅନୁକୂଳ ରହିବ ।

କୁମ୍ଭ
ଆପଣଙ୍କ ମୁହଁ ସାମ୍‌ନାରେ କିଏ କିଛି କହିବାକୁ ସାହସ କରିପାରିବେ ନାହିଁ, ମାତ୍ର ପଛରେ ସମାଲୋଚନା କରିବେ। ନିଜ ଲୋକମାନଙ୍କ କାର୍ଯ୍ୟ କଳାପ ନେଇ ବ୍ୟସ୍ତ ବିବ୍ରତ ହୋଇପାରନ୍ତି। ସକାଳ ସମୟରେ ଦୀର୍ଘଦିନରୁ ପ୍ରତୀକ୍ଷା କରିଥିବା କୌଣସି ଶୁଭ ଖବର ପାଇପାରନ୍ତି। ସଭାସମିତିରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ ।

ମୀନ
ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣ ମଧ୍ୟରେ ରହିଥିବାରୁ ଏକପ୍ରକାର ଆଶ୍ୱସ୍ଥି ଅନୁଭବ କରିବେ। ବହୁତ ଦିନରୁ ଅଟକି ରହିଥିବା କାମଗୁଡିକ ଆଜି ଅପରାହ୍ନେ ଠିକ୍‌ ଭାବରେ ସମ୍ପନ୍ନ ହେବ। ଅଯଥା ତର୍କ ଓ ବିବାଦ କାରଣରୁ ବନ୍ଧୁଙ୍କ ସହ ସାଧାରଣ କଥାକୁ କେନ୍ଦ୍ରକରି ମନାନ୍ତର ହୋଇପାରେ। ଧର୍ମଚର୍ଚ୍ଚା ଦିଗକୁ ମନ ବଳାଇପାରନ୍ତି ।

 

Comments are closed.