Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ

ତା ୧୨-୧୨-୨୦୧୯ ଗୁରୁବାର

ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର

ମୋବାଇଲ: 9437225434

ଆଜି ଦିନର ମହତ୍ତ୍ୱ

ଆଜି ହେଉଛି ୨୦୧୯ ମସିହା ଡିସେମ୍ବର
ତା ୧୨ ରିଖ ଗୁରୁବାର ବିଛା ୨୬ ଦିନ ମାର୍ଗଶିର ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ଭୁକ୍ତ ପ୍ରତିପଦା ତିଥି ରୋହିଣୀ ନକ୍ଷତ୍ର ସକାଳ ଘ୭-୧୪ମିନିଟ୍ ପର୍ଯ୍ୟନ୍ତ ତାପରେ ମୃଗଶିରା ବୃଷ ଚନ୍ଦ୍ର ଭୋଗ ହେବ
ଘାତ ବାର-: ତୁଳା ଓ କୁମ୍ଭ ରାଶିର
ଘାତ ଚନ୍ଦ୍ର:- ବିଛା ରାଶି ପୁରୁଷଙ୍କର
ଆଜି: ଆମିଷ ପାଣି କଖାରୁ ଖାଇବା ନିଷେଧ

ମେଷ :
କର୍ମ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ମିଳିବ ।ଯାତ୍ରାରେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବେ ।ଶତୃମାନେ ପରାଜିତ ହେବେ
ବ୍ଯବସାୟରେ ଆଶାନୁରୂପ ଲାଭବାନ ହେବେ । ହଠାତ୍ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି ।

ବୃଷ :
ଆଜି ଆପଣ ଯଗିରଖି ଚଳନ୍ତୁ ସାମାନ୍ୟ କଥାକୁ ନେଇ ବାଦବିବାଦ ଦେଖା ଦେଇପାରେ ।ପ୍ରତ୍ୟେକ କ୍ଷେତ୍ରରେ ବିଫଳତା ଆଉ ହତାଶ ହେବେ ।ମହିଳାମାନେ ନିଜ ପରିବାରରେ ପ୍ରଶଂସନୀୟ ହେବେ । ପରିବାରର ବାତାବରଣ ଆନନ୍ଦପୂର୍ଣ୍ଣ ରହିବ।

ମିଥୁନ :
ଆଜି ଆପଣଙ୍କୁ ଲକ୍ଷ୍ମୀଙ୍କର କୃପା ମିଳିବ । ଯଶ ଏବଂ କୀର୍ତ୍ତି ବୃଦ୍ଧି ହେବ ।
ବ୍ଯବସାୟୀମାନେ ଲାଭବାନ ହେବେ ।ସନ୍ତାନ ସନ୍ତତି ମାନଙ୍କ କାର୍ଯ୍ୟ ପାଇଁ ଚିନ୍ତିତ
ହେବେ ।

କର୍କଟ :
ପ୍ରତେକଟି କାର୍ଯ୍ୟରେ ସିଦ୍ଧି ଲାଭ କରିବେ । ଅପରାହ୍ନରେ ଶୁଭ ଖବର ପାଇ ମନ ଖୁସି ରହିବ ।ଶରୀର ସୁସ୍ଥ ରହିବ ।ଯାତ୍ରା ପାଇଁ ଦିନଟି ଶୁଭପ୍ରଦ ହେବ ।ମହିଳାମାନଙ୍କର କାର୍ଯ୍ୟ ପ୍ରଶଂସନୀୟ ହେବ

ସିଂହ:
ଆଶା କରୁଥିବା ଦିଗରୁ ଅର୍ଥ ପାଇବେ
ବ୍ଯବସାୟ ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ଲାଭବାନ ହେବେ ।ସତସଙ୍ଗ ଓ ଧର୍ମ ଚର୍ଚ୍ଚା ପ୍ରତି ମନ ବଳାଇବେ ।ସ୍ଵାଦିଷ୍ଟ ଭୋଜନ ମିଳିବ ।ପାରିବାରିକ ଜୀବନ ସୁଖମୟ ହେବ

କନ୍ୟା :
ସ୍ନେହ ଶ୍ରଦ୍ଧା ସଦ୍ଇଛା ପାଇ ଖୁସି ହେବେ । କର୍ମ କ୍ଷେତ୍ରରେ ମାନ ସମ୍ମାନ ପଦ ମର୍ଯ୍ଯାଦା ବୃଦ୍ଧି ପାଇବ ।ସ୍ତ୍ରୀ ଙ୍କ ପ୍ରେରଣାରୁ ଉପକୃତ ହେବେ ।ବହୁଦିନର ସମସ୍ଯା ସମାଧାନ ହେବ ।ଶତୃମାନେ ପରାଜିତ ହେବେ ।

ତୁଳା :
ପରିବାରରେ ମନମାଳିନ୍ୟ ଦେଖା ଦେଇପାରେ ।ବ୍ଯବସାୟରେ ଲାଭ ପରିବର୍ତ୍ତେ କ୍ଷତି ହେବ ।ମହିଳାମାନେ ଅଶାନ୍ତି ରେ ଦିନ କାଟିବେ । ଶାରୀରିକ ଏବଂ ମାନସିକ ଅସୁସ୍ଥତା ଦେଖାଦେବ । ବରିଷ୍ଠ ଅଧିକାରୀମାନଙ୍କର ସହାଯ୍ଯ ସହଯୋଗ ମିଳିବ ପାଇବେ ନାହିଁ ।

ବିଛା :
ଦୀର୍ଘ ଦିନର ଅଭିଳାଷ ପୁରଣ ହେବ ।ବ୍ଯବସାୟ ବାଣିଜ୍ୟ ପାଇଁ ଦିନଟି ଅନୁକୂଳ ରହିବ ।ଅଟକି ରହିଥିବା କାର୍ଯ୍ଯକୁ ସମ୍ପୁର୍ଣ୍ଣ କରିବେ ।ବିଦ୍ଯାର୍ଥୀ ମାନେ ବିଦ୍ଯାରେ କୃତିତ୍ବ ଅର୍ଜନ କରିବେ ।ମହିଳାମାନେ ନିଜ ପରିବାରରେ ପ୍ରଶଂସନୀୟା ହେବେ ।

ଧନୁ:
ଶାରୀରିକ ଏବଂ ମାନସିକ ପାରିବାରିକ
ସୁଖ ଆଉ ଆନନ୍ଦ ମିଳିବ । ସ୍ଵାସ୍ଥ୍ୟ ଆଜି ଭଲ ରହିବ। ପରିଜନମାନଙ୍କ ସହିତ ଯାତ୍ରାର ଆୟୋଜନ ହେବ। ମିତ୍ରମାନଙ୍କ ଏବଂ ସ୍ଵଜନମାନଙ୍କ ସହିତ ଆନନ୍ଦ ପୂର୍ବକ ସମୟ କଟିବ। ଘରର ସାଜସଜ୍ଜା ଏବଂ ମନୋରଞ୍ଜନର ସାଧନ କ୍ରୟ କରିବେ।

ମକର :
ଆଜ ଦିନ ଭଲ ଅଛି, ମାନସିକ ଶାନ୍ତି ମିଳିବ । ପ୍ରତ୍ୟେକ ପ୍ରତିଯୋଗିତା ରେ ସଫଳତା ପାଇବେ ।ମହିଳାମାନେ କୌଣସି
ସାଙ୍ଗଠନିକ କାର୍ଯ୍ୟରେ ପ୍ରଶଂସନୀୟା ହେବେ । ସ୍ଵାଦିଷ୍ଟ ଭୋଜନ ପ୍ରାପ୍ତି ହେବ ।

କୁମ୍ଭ :
ଆଜି ସାଂସାରିକ ଜୀବନରେ ଭୁଲ୍ ବୁଝାମଣା ଦେଖାଦେବ । ଆଧ୍ୟାତ୍ମିକ ବିଷୟ ଆଡ଼କୁ ଆପଣ ମନୋ ନିବେଶ କରିବେ । ଶାରୀରିକ ପ୍ରଫୁଲ୍ଲତା ଏବଂ ମାନସିକ ପ୍ରସନ୍ନତା ରହିବ। ମଧ୍ୟାହ୍ନ ପରେ ଆପଣ ଧାର୍ମିକ କାର୍ଯ୍ୟଗୁଡ଼ିକ ପ୍ରତି ଆକର୍ଷିତ ହେବେ। ଗୃହସ୍ଥ ଜୀବନ ଶାନ୍ତିପୂର୍ଣ୍ଣ ରହିବ। ଧନ ଲାଭର ଯୋଗ ରହିଛି ।

ମୀନ :
ଆଜି ବିଦ୍ୟାର୍ଥିମାନଙ୍କ ପାଇଁ ଦିନଟି ଅନୁକୂଳ ରହିବ । ପୂର୍ବର ସମସ୍ୟା ଦୂର ହେବ ଶାନ୍ତି ମିଳିବ ।ନୂତନ ବସ୍ତ୍ର ଆଭୂଷଣ ପ୍ରାପ୍ତିର ଯୋଗ ରହିଛି । ମଧ୍ୟାହ୍ନ ପରେ ପରିବାର ପାଇଁ ଚିନ୍ତିତ ହେବେ ।

Leave A Reply

Your email address will not be published.