Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ

ତା ୧୫-୩-୨୦୨୦ ରବିବାର 

ଆଜି ଦିନର ମହତ୍ତ୍ୱ

ଆଜି ହେଉଛି ୨୦୨୦ ମସିହା ମାର୍ଚ୍ଚ
ତା ୧୫ ରିଖ ରବିବାର ମୀନ ୦୨ ଦିନ ଚୈତ୍ର ମାସ କୃଷ୍ଣ ପକ୍ଷ ସପ୍ତମୀ ତିଥି ଅନୁରାଧା ନକ୍ଷତ୍ର ବିଛା ଚନ୍ଦ୍ର
ଘାତ ବାର-: ମେଷ ରାଶିର
ଘାତ ଚନ୍ଦ୍ର:-ସିଂହ କନ୍ୟା ଓ ମକର ରାଶି ମହିଳାଙ୍କର
ଆଜି: ତାଳ ଖାଇବା ନିଷେଧ
ମେଷ:- ଆର୍ଥିକ ଅଭାବ ଦୂର ହୋଇଯିବ ।ବ୍ଯବସାୟରେ ଲାଭବାନ ହେବେ ।

ମାଲିମକଦମାରେ ବିଜୟୀ ହେବେ । ଦୃଢ ମନୋବଳ ଯୋଗୁ ବିପଦ ମୁକ୍ତ ହେବେ ।ଉଚ୍ଚ କର୍ତ୍ତୃପକ୍ଷଙ୍କର ଆସ୍ଥା ଭାଜନ ହେବେ

ବୃଷ :- ସତର୍କତା ଅବଲମ୍ବନ କରନ୍ତୁ ।ଗୁପ୍ତ ଶତୃମାନେ ସକ୍ରୀୟ ହୋଇ ଉଠିବେ ।
ଶରୀରର ଯେକୌଣସି ଅଙ୍ଗରେ ଆଘାତ ଲାଗି ପାରେ ।ଦୂର ସ୍ଥାନକୁ ଯାତ୍ରା କରିବାର ଥିଲେ ସର୍ତକତା ଅବଲମ୍ବନ କରନ୍ତୁ ।

ମିଥୁନ:- ଦୀର୍ଘ ଦିନର ଆଶା ଅଭିଳାଷ ପୁରଣ ହେବ ।ବ୍ଯବସାୟରେ ଆଶାନୁରୂପ ଲାଭ ମିଳିବ ।

କୌଣସି ନୂତନ ଦ୍ରବ୍ୟ କ୍ରୟ କରିବେ । ନିର୍ମାଣଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିବ ।

କର୍କଟ:- ସବୁଠାରେ ଜଯଯୁକ୍ତ ହେବେ ।ମାଲିମକଦମାର ନ୍ଯାୟ ଆପଣଙ୍କ ସପକ୍ଷରେ ମିଳିବ ।ହଠାତ୍ ଧନପ୍ରାପ୍ତିର ଯୋଗ ରହିଛି । ପରିବାରରେ ସୁସମ୍ପର୍କ ପୂର୍ବପରି ଅତୁଟ ରହିବ ।ମହିଳାମାନେ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇବେ ।

ସିଂହ:- ପ୍ରତ୍ୟେକ ଉଦ୍ୟମରେ ସଫଳତା ପାଇବେ ।ପରିବାରରେ ସ୍ନେହ ସମ୍ପର୍କ ବୃଦ୍ଧି ପାଇବ ।ଶତୃମାନେ ପରାଜିତ ହେବେ ।ଶରୀର ସୁସ୍ଥ ରହିବ ।ବ୍ଯବସାୟରେ ପୂର୍ବ ଅପେକ୍ଷା ଆୟ ବୃଦ୍ଧି ଘଟିବ ।କନ୍ୟା :- ସାବଧାନ ଅବଲମ୍ବନ କରନ୍ତୁ କାରଣ ଆକସ୍ମିକ ଦୁର୍ଘଟଣା ଦେଖା ଦେଇପାରେ ।ମହିଳାମାନେ ବିନା ଦୋଷରେ ଦୋଷି ସାବ୍ଯସ୍ତ ହେବେ ।ପାରିବାରିକ ଜୀବନରେ ମନାନ୍ତର ମତାନ୍ତର ଦେଖା ଦେବ ।

ତୁଳା :- ଆଜି ଆପଣଙ୍କୁ ସଫଳତା ମିଳିବ । ଉଚ୍ଚ କର୍ତ୍ତୃପକ୍ଷଙ୍କ ଆସ୍ଥା ଭାଜନ ହେବେ ।
ସାମାଜିକ ସ୍ତରରେ ଲୋକସମ୍ପର୍କ ବୃଦ୍ଧି ପାଇବ ।ବିଦ୍ଯାର୍ଥୀମାନେ କ୍ରୀଡା କ୍ଷେତ୍ରରେ ସଫଳତା ପାଇବେ ।ବନ୍ଧୁ ଦର୍ଶନର ସୁଯୋଗ ରହିଛି ।

ବିଛା:- ଜମିଜମା ବିବାଦ ଦୂର ହୋଇଯିବ ।ଧର୍ମକାର୍ଯ୍ଯ ପ୍ରତି ମନ ବଳାଇବେ । ଶାରୀରିକ ପାରିବାରିକ ଓ ମାନସିକ ଶାନ୍ତି ମିଳିବ ।ବ୍ଯବସାୟରେ ପୂର୍ବ ଅପେକ୍ଷା ଲାଭ ଅଧିକ ମିଳିବ ।ହଠାତ୍ ଧନ ପ୍ରାପ୍ତିର ଯୋଗ ଅଛି ।

ଧନୁ:- କର୍ମକ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କର ଆସ୍ଥା ଭାଜନ ହେବେ ।ଦେହ ମନ ସୁସ୍ଥ ରହିବ ।
ବ୍ଯବସାୟରେ ବିଭିନ୍ନ ଦିଗରୁ ଲାଭବାନ ହେବେ ।ପୈତୃକ ସମ୍ପତ୍ତିର ପୁନରୁଦ୍ଧାର କରିବେ ।ଯାନବାହନ ଲାଭର ଯୋଗ ରହିଛି ।

,
ମକର:- ହାତେ ମାପି ଚାଖଣ୍ଡେ ଚାଲନ୍ତୁ ।ପାରିବାରିକ ସମସ୍ଯା ଦେଖା ଦେବ ।ନିଜର ଲୋକମାନେ ବିରୁଦ୍ଧାଚରଣ କରିବେ ।କର୍ମ କ୍ଷେତ୍ରରେ ଗୁପ୍ତ ଶତୃ ଭୟ ମନକୁ ବ୍ୟତିବସ୍ତ ।ବିଦ୍ଯାର୍ଥୀମାନେ ବିଦ୍ଯାରେ ଅମନ ଯୋଗି ହେବେ ।

କୁମ୍ଭ:- ପ୍ରତ୍ୟେକ ଉଦ୍ୟମରେ ସଫଳତା ପାଇବେ । ପାରିବାରିକ ସମସ୍ଯା ଦୂର ହୋଇଯିବ ।ହଠାତ୍ ବନ୍ଧୁ ଗୃହକୁ ଆସିପାରନ୍ତି ।ବ୍ଯବସାୟରେ ଲାଭବାନ ହେବେ ।ସଞ୍ଚିତ ଅର୍ଥ ବୃଦ୍ଧି ଘଟିବ ।ମହିଳାମାନେ ଖୁସିରେ ଦିନଟି ଅତିବାହିତ କରିବେ ।

ମୀନ:- ଆଜି ଆପଣଙ୍କୁ ସଫଳତା ମିଳିବ ।ପାରିବାରିକ ଜୀବନ ସୁଖମୟ ହେବ । ହଠାତ୍ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି । ମହିଳାମାନେ ପ୍ରଶଂସନୀୟ ହେବେ ।
ବ୍ଯବସାୟରେ ଆଶାନୁରୂପ ଲାଭ ମିଳିବ ।

ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର  ( ମୋବାଇଲ: 9437225434 )
Leave A Reply

Your email address will not be published.