Latest Odisha News

ମହାନ ବିଦ୍ୱାନ ହୋଇଥିବା ସତ୍ତ୍ୱେ କାହିଁକି ଘଟିଲା ରାବଣର ସର୍ବନାଶ, ଜାଣନ୍ତୁ

ଭୁବନେଶ୍ୱର: ହିନ୍ଦୁ ଧର୍ମର ମହାନ ପୌରାଣିକ କଥାବସ୍ତୁ ରାମାୟଣରେ ବର୍ଣ୍ଣିତ ରହିଛି ଯେ ଲଙ୍କାପତି ରାବଣ ଥିଲେ ମହାଜ୍ଞାନୀ ତଥା ଭୀଷଣ ପାଣ୍ଡିତ୍ୟର ଅଧିକାରୀ । ମହାଦେବଙ୍କ ପ୍ରଚଣ୍ଡ ଭକ୍ତ ଥିବା ରାବଣର କାହିଁକି ଏପରି ସର୍ବନାଶ ଘଟିଲା ଜାଣନ୍ତୁ…

ପୌରଣିକ କଥାବସ୍ତୁ ଅନୁଯାୟୀ ରାବଣଙ୍କ ଅନ୍ତର କାରଣ ଥିଲା ଭଗବାନ ଶ୍ରୀ ରାମଚନ୍ଦ୍ରଙ୍କ ଶକ୍ତି । ଏହା ସହିତ ଆଉ ଏକ ମୁଖ୍ୟ କାରଣ ମଧ୍ୟ ଥିଲା ,ତାହା ହେଉଛି ରାବଣ ଯେଉଁମାନଙ୍କର ଅନିଷ୍ଟ କରିଥିଲେ ସେମାନଙ୍କର ଅଭିଶାପ। ଏହି ଅଭିଶାପ ତାଙ୍କର ସର୍ବନାଶର କାରଣ ଥିଲା ଏବଂ ତାଙ୍କର ସମ୍ପୂର୍ଣ୍ଣ ବଂଶ ଏଥିପାଇଁ ନାଶ ଘଟିଥିବା କୁହାଯାଏ ।

  1. ଶାସ୍ତ୍ରରେ ବର୍ଣ୍ଣିତ ରହିଛି ଯେ, ଅନରଣ୍ୟ ନାମରେ ରଘୁବଂଶରେ ଜଣେ ପରମ ପ୍ରତାପୀ ରାଜା ଥିଲେ। ଯେତେବେଳେ ରାବଣ ବିଶ୍ବବିଜୟ କରିବାକୁ ବାହାରିଥିଲେ ସେତେବେଳେ ରାଜା ଅନରଣ୍ୟଙ୍କ ସହ ତାଙ୍କର ଭୟଙ୍କର ଯୁଦ୍ଧ ହୋଇଥିଲା। ଏହି ଯୁଦ୍ଧରେ ରାଜା ଅନରଣ୍ୟଙ୍କର ମୃତ୍ୟୁ ହୋଇଥିଲା। କିନ୍ତୁ ମରିବା ପୂର୍ବରୁ ସେ ରାବଣଙ୍କୁ ଅଭିଶାପ ଦେଇଥିଲେ ଯେ ତାଙ୍କ (ଅନରଣ୍ୟଙ୍କ) ବଂଶର ଜଣେ ପୁତ୍ର ତାଙ୍କ ମୃତ୍ୟୁର କାରଣ ହେବେ।

ଆହୁରି ମଧ୍ୟ ପୁରାଣରେ କୁହାଯାଇଛି ଯେ ଥରେ ରାବଣ ତାଙ୍କ ଆରାଧ୍ୟ ଭଗବାନ ଶିବଙ୍କୁ ଭେଟିବାକୁ କୈଳାଶ ଯାଇଥିଲେ। ସେଠାରେ ରାବଣ ନନ୍ଦିଙ୍କୁ ଦେଖି ତାଙ୍କ ରୂପର ପରିହାସ କରିଥିଲେ ଏବଂ ତାଙ୍କୁ ମାଙ୍କଡ଼ ପରି ମୁହଁ ବୋଲି କହିଥିଲେ। ସେତେବେଳେ ନନ୍ଦି ରାବଣଙ୍କୁ ଅଭିଶାପ ଦେଇଥିଲେ ଯେ ମାଙ୍କଡ଼ଙ୍କ ଯୋଗୁଁ ତାଙ୍କର ସର୍ବନାଶ ହେବ।

ରାବଣଙ୍କ ଭଉଣୀ ସୁର୍ପଣେଖାଙ୍କ ସ୍ବାମୀ ବିଦ୍ୟୁତଜିହ୍ବ ଥିଲେ। ସେ କାଳକେୟ ନାମକ ରାଜାଙ୍କ ସେନାପତି ଥିଲେ। ରାବଣ ଯେତେବେଳେ ବିଶ୍ବଯୁଦ୍ଧ ପାଇଁ ବାହାରିଥିଲେ ସେତେବେ​‌ଳେ କାଳକେୟଙ୍କ ସହିତ ତାଙ୍କର ଯୁଦ୍ଧ ହୋଇଥିଲା। ଏହି ଯୁଦ୍ଧରେ ରାବଣ ,ବିଦ୍ୟୁତଜିହ୍ବଙ୍କ ବଧ କରିଥିଲେ। ସୁର୍ପଣେଖା ମନେ ମନେ ରାବଣଙ୍କୁ ଅଭିଶାପ ଦେଇଥିଲେ ଯେ ତାଙ୍କୁ ଯୋଗୁଁ ରାବଣଙ୍କ ସର୍ବନାଶ ହେବ।

ଥରେ ରାବଣ ନିଜ ପୁଷ୍ପକ ବିମାନରେ କୌଣସି ସ୍ଥାନକୁ ଯିବାବେଳେ ଏକ ସୁନ୍ଦରୀ ସ୍ତ୍ରୀଙ୍କୁ ଦେଖିଥିଲେ। ସେହି ସ୍ତ୍ରୀ ଭଗବାନ ବିଷ୍ଣୁଙ୍କୁ ସ୍ବାମୀ ଭାବେ ପାଇବା ପାଇଁ ତପସ୍ୟା କରୁଥିଲେ। ରାବଣ ତାଙ୍କ କେଶ ଧରି ତାଙ୍କୁ ନିଜ ସହ ଯିବାକୁ କହିଥିଲେ। ତପସ୍ବୀନି ଜଣଙ୍କ ସେହି ସମୟରେ ଦେହତ୍ୟାଗ କରିବା ସହ ରାବଣଙ୍କୁ ଅଭିଶାପ ଦେଇଥିଲେ ଯେ ଜଣେ ସ୍ତ୍ରୀଙ୍କ କାରଣରୁ ତାଙ୍କର ମୃତ୍ୟୁ ହେବ।

Leave A Reply

Your email address will not be published.