Latest Odisha News

BREAKING NEWS

ବଲିଉଡର ୧୦ଜଣ ଅଧିକ ଆୟ କରୁଥିବା ଅଭିନେତ୍ରୀ

ମୁମ୍ବାଇ: ହାଇ ବଜେଟରେ ନିର୍ମାଣ ହେଉଥିବା ବଲିଉଡ ମୁଭିରେ ହିରୋଙ୍କ ତୁଳନାରେ ହିରୋଇନ ପଛରେ ରହିଯାଇ ନାହାନ୍ତି । ସେମାନଙ୍କୁ ମଧ୍ୟ ମିଳୁଛି ମୋଟା ଅଙ୍କର ପାରିଶ୍ରମିକ । କିଛି ଚଳଚିତ୍ରରେ ତ ହିରୋଇନଙ୍କ ପାରିଶ୍ରମିକ ହିରୋଙ୍କ ଠାରୁ ଅଧିକ ହୋଇଥାଏ ।

ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ ବଲିଉଡ ଜଗତର ଟପ ୧୦ ରିଚ୍ ଆକ୍ଟ୍ରେସଙ୍କ ବିଷୟରେ

୧୦. ସୋନାକ୍ଷୀ ସିହ୍ନା: ଏହି ତାଲିକାର ୧୦ନମ୍ବର ସ୍ଥାନରେ ରହିଛନ୍ତି ଦବଙ୍ଗ ଗାର୍ଲ ସୋନାକ୍ଷୀ ସିହ୍ନା । ସୋନାକ୍ଷୀଙ୍କ ସମ୍ପତ୍ତିର ମୂଲ୍ୟ ୭୧ କୋଟି ।

୯.ଆଲିଆ ଭଟ୍ଟ: ବଲିଉଡର ମୋଷ୍ଟ କିୟୁଟେଷ୍ଟ ଆଣ୍ଡ ପ୍ରିଟି ଆକ୍ଟ୍ରେସ୍ ହେଉଛନ୍ତି ଆଲିଆ ଭଟ୍ଟ। ହିନ୍ଦୀ ସିନେମା ଜଗତର ଆଗଧାଡିର ନିର୍ଦ୍ଦେଶକ ମହେଶ ଭଟ୍ଟଙ୍କ ସୁପୁତ୍ରୀ ଆଲିଆ ଏହି ତାଲିକାର ନବମ ସ୍ଥାନରେ ରହିଛନ୍ତି । ଆଲିଆଙ୍କ ସମ୍ପତ୍ତିର ମୂଲ୍ୟ ୭୧ କୋଟି ।

୮. କଙ୍ଗନା ରଣାୱତ୍ : ଟ୍ୟାଲେଣ୍ଟେଡ଼ ଆକ୍ଟ୍ରେସ୍ କଙ୍ଗନା ଏହି ତାଲିକାର ଅଷ୍ଟମ ସ୍ଥାନରେ ରହିଛନ୍ତି । କଙ୍ଗନାଙ୍କ ସମ୍ପତ୍ତିର ମୂଲ୍ୟ ୮୫ କୋଟି ।

୭.ଶ୍ରଦ୍ଧା କପୁର: ନିଜର ଚୁଲବୁଲି ଅନ୍ଦାଜ ଓ ମନଛୁଆଁ ଆକ୍ଟିଂରେ ପ୍ରଶଂସକଙ୍କୁ ବାନ୍ଧି ରଖିଥିବା ଶ୍ରଦ୍ଧା ରହିଛନ୍ତି ଏହି ତଲିକାର ସପ୍ତମ ସ୍ଥାନରେ । ଶ୍ରଦ୍ଧାଙ୍କ ସମ୍ପତ୍ତିର ମୂଲ୍ୟ ୮୭ କୋଟି।

୬. ଦୀପିକା ପାଦୁକୋନ: ହଟ୍ ଦୀପିକାଙ୍କ ପ୍ରଶଂସକଙ୍କ ସଂଖ୍ୟା ଢେର ଅଧିକା । ଗୋଟିଏ ଝଲକରେ ହିଁ ଦିୱାନା ବନେଇ ଦେଉଥିବା ସିଜିଲିଙ୍ଗ ଆକ୍ଟ୍ରେସ୍ ଦୀପିକା ରହିଛନ୍ତି ଏହି ତାଲିକାର ଷଷ୍ଠ ସ୍ଥାନରେ । ଦୀପିକାଙ୍କର ସମ୍ପତ୍ତିର ମୂଲ୍ୟ ୧୦୨ କୋଟି ।

୫.ଅନୁଷ୍କା ଶର୍ମା: ବିୟୁଟି ସହ ବ୍ରେନର ପରଫେକ୍ଟ କମ୍ବିନେସନ ଅନୁଷ୍କା ଶର୍ମା ରହିଛନ୍ତି ଏହି ତାଲିକାର ପଞ୍ଚମ ସ୍ଥାନରେ । ଅନୁଷ୍କାଙ୍କ ସମ୍ପତ୍ତିର ମୂଲ୍ୟ ୧୦୬ କୋଟି ।

୪.ବିଦ୍ୟା ବାଲାନ: ନିଜର ବୋଲ୍ଡ ଅନ୍ଦାଜ ଓ ମନକିଣା ହସରେ ଫ୍ୟାନଙ୍କୁ ଦିୱାନା କରି ରଖିଥିବା ବିଦ୍ୟା ଏହି ତାଲିକାର ଚତୁର୍ଥ ସ୍ଥାନରେ ରହିଛନ୍ତି । ବିଦ୍ୟାଙ୍କ ସମ୍ପତ୍ତିର ମୂଲ୍ୟ ୧୦୭ କୋଟି ଟଙ୍କା

୩. ପ୍ରିୟଙ୍କା: ବିଶ୍ୱସୁନ୍ଦରୀ ପ୍ରିୟଙ୍କା ଚୋପ୍ରା ଏହି ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି । ପ୍ରିୟଙ୍କାଙ୍କ ସମ୍ପତ୍ତିର ମୂଲ୍ୟ ୧୪୨ କୋଟି ଟଙ୍କା।

୨.ମାଧୁରୀ ଦିକ୍ଷୀତ : ବଲିଉଡର ଧକଧକ ଗାର୍ଲ ମାଧୁରୀ ଏହି ତାଲିକାର ଦ୍ଵିତୀୟ ସ୍ଥାନରେ ରହିଛନ୍ତି। ମାଧୁରୀଙ୍କ ସମ୍ପତ୍ତିର ମୂଲ୍ୟ ୨୪୯ କୋଟି ।

୧.ଐଶ୍ୱର୍ଯ୍ୟା ରାୟ ବଚ୍ଚନ: ଏହି ତାଲିକାର ଟପରେ ରହିଛନ୍ତି ନିଳନୟନା ଐଶ୍ୱର୍ଯ୍ୟା । ଐଶଙ୍କ ରୂପର ପ୍ରଶଂସକଙ୍କ ସଂଖ୍ୟା ଢେର ବେଶୀ । ଏହି ବ୍ରହ୍ମାଣ୍ଡ ସୁନ୍ଦରୀଙ୍କ ପାଖରେ ରହିଛି ୨୫୦ କୋଟି ଟଙ୍କାର ସମ୍ପତ୍ତି ।

Leave A Reply

Your email address will not be published.