Latest Odisha News

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ 

ତା ୨୪-୬-୨୦୨୦ ବୁଧବାର

ଆଜି ଦିନର ମହତ୍ତ୍ୱ

ଆଜି ହେଉଛି ୨୦୨୦ ମସିହା  ଜୁନ ତା ୨୪ ରିଖ  ବୁଧବାର  ମିଥୁନ ୧୦ ଦିନ ଆଷାଢ ମାସ ଶୁକ୍ଳ ପକ୍ଷ  ତୃତୀୟା ଭୁକ୍ତ ଚତୁର୍ଥୀ ତିଥି ପୂଷ୍ଯା ନକ୍ଷତ୍ର ଦିନ ୧ଟା ୧୩ମିନିଟ୍ ପର୍ଯ୍ୟନ୍ତ ତାହାପରେ ଅଶ୍ଳେଷା  ନକ୍ଷତ୍ର କର୍କଟ  ଚନ୍ଦ୍ର ଭୋଗ ହେବ
ଘାତ ବାର-:  କର୍କଟ  ରାଶିର
ଆଜି: ପୋଟଳ ଓ ମୂଳା ଖାଇବା  ନିଷେଧ
 ମେଷ
ଆଜି ପ୍ରତ୍ଯେକଟି କାର୍ଯ୍ୟରେ ସଫଳତା ମିଳିବ।ବନ୍ଧୁଙ୍କ ସାହାଯ୍ୟ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରି ଶେଷ ପର୍ଯ୍ୟାୟରେ ପହଞ୍ଚାଇବେ  । ସଭାସମିତି, ରାଜନୀତି, କଳା, ସାହିତ୍ୟ, କ୍ଷେତ୍ରରେ ସୁଫଳତା ମିଳିବ ।
ବୃଷ
ଆଜି ଆପଣଙ୍କର  ମନୋବଳ ବୃଦ୍ଧି ପାଇବ। ମଧ୍ୟାହ୍ନରେ ଟେନସନ୍‌ ଦୂର ହେବ   କଳା, ସାହିତ୍ୟ,ସଙ୍ଗୀତ କ୍ଷେତ୍ରରୁ  ସୁଫଳ ମିଳିବ ।  କର୍ମକ୍ଷେତ୍ରରେ ସମସ୍ୟା ଦେଖା ଦେଇପାରେ ।
ମିଥୁନ
ଆଜି ପରିବାରରେ ଅତୀତ ଘଟଣାକୁ କେନ୍ଦ୍ରକରି ମନାନ୍ତର ମତାନ୍ତର ଦେଖାଦେବ ସଭାସମିତିରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବାକୁ ପଡିପାରେ ।
କର୍କଟ
ଆଜି ଯଗିରଖି ଚଳନ୍ତୁ କେହି ଜଣେ ବ୍ୟକ୍ତି ଅସୁବିଧାରେ ପକାଇଦେଇପାରେ ।  ଯେଉଁ କାର୍ଯ୍ଯ ପାଇଁ ଚିନ୍ତା କରୁଥିଲେ ଆଜି ତାହା ଟିକିଏ ବିଳମ୍ବରେ ହୋଇଯିବ।   ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇ ଆନନ୍ଦିତ ହେବେ ।
ସିଂହ
 ମାନସିକ ଶାନ୍ତି ବ୍ୟାହତ ହେବ ।  ସ୍ବାସ୍ଥ୍ୟ ଗତ ସମସ୍ୟାକୁ ନେଇ ଚିନ୍ତିତ ହେବେ। ଆକସ୍ମିକ ଦୂରଯାତ୍ରା କରିପାରନ୍ତି।
କନ୍ୟା
ବନ୍ଧୁଙ୍କ ଉପରେ ବୃଥା ସନ୍ଦେହ କରନ୍ତୁ ନାହିଁ, ବରଂ ବିଶ୍ୱାସ କରି ଉପକୃତ ହେବ । କର୍ମକ୍ଷେତ୍ରରେ ସାହାଯ୍ୟ ସହଯୋଗ ପାଇବେ
ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ ।
ତୁଳା
ପ୍ରତ୍ୟେକ କ୍ଷେତ୍ରରେ ଉପସ୍ଥିତି ବୁଦ୍ଧି ପ୍ରୟୋଗ କରି କାମ ହାସଲ କରିବେ । ବାଣିଜ୍ୟ ବ୍ୟବସାୟରେ ଲାଭବାନ ହେବେ ।  ହଠାତ୍‌ କାୈଣସି ଘଟଣା ମନକୁ ବିବ୍ରତ କରିପାରେ ।
ବିଛା
ପ୍ରତ୍ୟେକଟି କ୍ଷେତ୍ରରେ ବିଜୟ ଲାଭ କରିବେ   ଆପୋଷ  ଆଲୋଚନା ଦ୍ୱାରା ଘରୋଇ ସମସ୍ୟାର ସମାଧାନ ହୋଇଯିବ । କଳା ସାହିତ୍ୟରେ କ୍ଷେତ୍ରରେ ସୁନାମ ଅର୍ଜନ କରିବେ ।
ଧନୁ
ନିଜ ଲୋକମାନେ ବିରୁଦ୍ଧାଚାର କରିବେ । ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦରେ ପଡିବେ କିନ୍ତୁ କୈାଣସି କାମ ଅଟକିବ ନାହିଁ ।  ଇଚ୍ଚା ନ ଥିଲେ ମଧ୍ୟ  ବନ୍ଧୁଙ୍କ ଆମନ୍ତ୍ରଣକୁ ଉପେକ୍ଷା କରି ପାରିବେ ନାହିଁ ।
ମକର
 ଭୁଲ୍‌ବୁଝାମଣା ଜନିତ ହଠାତ୍‌ ବନ୍ଧୁଙ୍କ ସହ ମନୋମାଳିନ ହୋଇ ପାରେ। ଆଶାନୁଯାୟୀ  ସାହାଯ୍ୟ  ସହଯୋଗ ପାଇବେ ।  ଆଜି   ଅପରାହ୍ନରେ କୌଣସି ଶୁଭ ଖବର ପାଇ ଆନନ୍ଦିତ ହେବେ ।
କୁମ୍ଭ
ଅନ୍ୟମାନଙ୍କ ମନଗଢା  କଥା ଶୁଣି  ବ୍ୟସ୍ତ ବିବ୍ରତ ହେବେ ।   କେହି ଜଣେ ବ୍ୟକ୍ତି ଅସୁବିଧାରେ ପକାଇପାରନ୍ତି । ନିକଟ ସମ୍ପର୍କୀୟଙ୍କ ପକ୍ଷପାତିତାକୁ ନାପସନ୍ଦ କରିବେ।
ମୀନ
ଭାବପ୍ରବଣତାରେ କାର୍ଯ୍ୟ କରନ୍ତୁ ନାହିଁ  । କୌଣସି  ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି  ଅଜଣାବ୍ୟକ୍ତି ମିତ୍ରଭାବପୋଷଣ କରିପାରନ୍ତି।
ଜ୍ୟୋତିର୍ବିଦ ନିରଞ୍ଜନ ମହାପାତ୍ର  ( ମୋବାଇଲ: 9437225434 )

Comments are closed.