Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜି ଦିନ

ରାଶି ଫଳ ତା୧୦-୦୪-୨୦୧୯ ବୁଧବାର

ଜ୍ୟୋତିର୍ବିଦ୍ ଡଃ ନିରଞ୍ଜନ ମହାପାତ୍ର

[ମୋବାଇଲ ନମ୍ବର: ୯୪୩୭୨୨୫୪୩୪]

ଆଜି ଦିନର ମହତ୍ତ୍ୱ
ଆଜି ହେଉଛି ୨୦୧୯ ମସିହା ଅପ୍ରେଲ ମାସ ତା୧୦ ତାରିଖ ବୁଧବାର ମୀନ ୨୭ଦିନ ଚୈତ୍ର ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରୋହିଣୀ
ନକ୍ଷତ୍ର ବୃଷ ଚନ୍ଦ୍ର କର୍କଟ ରାଶିର ଘାତ ବାର ବିଛା ରାଶି ପୁରୁଷଙ୍କ ପାଇଁ ଘାତ ଚନ୍ଦ୍ର
ଆଜି:ବେଲ ଖାଇବା ନିଷେଧ

ମେଷ
ଆଜି ଯାହା ଆଶା କରୁଛନ୍ତି ତାହା ନିଶ୍ଚିତ ପାଇବେ । ପ୍ରତ୍ୟେକଟି କାର‌୍ୟ୍ୟରେ ସାହାଯ୍ୟ ସହଯୋଗ ପାଇବେ । ବନ୍ଧୁ ସାହାଯ୍ୟର ହାତ ବଢାଇବେ । ଆଜି ମନ ବୁଝିଲା ଭଳି କଥା କହି ପରିବାରର ଅବୁଝା ବ୍ୟକ୍ତିଙ୍କୁ ଆପଣେଇ ନେବେ । କର୍ମକ୍ଷେତ୍ରରେ ବହୁ ଲୋକଙ୍କ ମେଳରେ ଅଧିକାଂଶ ସମୟ କଟିବ
ପ୍ରତିକାର:-ପିତାମାତାଙ୍କର ପାଦତଳେ ପ୍ରଣାମ କରି କାର‌୍ୟ୍ୟ କରନ୍ତୁ

ବୃଷ
କର୍ମକ୍ଷେତ୍ରରେ ଅଭିଳଷିତ କାମ ହାସଲରେ ସମର୍ଥ ହେବେ । କଳା, ସାହିତ୍ୟ, ସଙ୍ଗୀତ ମନୋରଞ୍ଜନଧର୍ମୀ କାର‌୍ୟ୍ୟକ୍ରମରେ ଯୋଯୋଗ ଦେବେ । ଅର୍ଥଗତ ଓ ଭାବଗତ ସମ୍ପର୍କକୁ ଦୃଢୀଭୂତ କରିବେ । କୌଣସି କ୍ଷେତ୍ରରେ ମଧ୍ୟସ୍ଥତା କଲେ ଅପମାନିତ ହୋଇପାରନ୍ତି। ଶିକ୍ଷା କିମ୍ବା ସନ୍ତାନ ହେତୁକ ଦ୍ୱନ୍ଦ୍ୱର ସମ୍ମୁଖୀନ ହୋଇପାରନ୍ତି।
ପ୍ରତିକାର:-କିଛି ଦହି ଖାଇ କାର‌୍ୟ୍ୟ କରନ୍ତୁ

ମିଥୁନ
ଆର୍ଥିକ ଉନ୍ନତି ସହ ବନ୍ଧୁ ଗହଣରେ ହସଖୁସିର ପରିବେଶ ଭିତରେ ନିଜକୁ ହଜାଇ ଦେବେ। ପାରିବାରିକ କ୍ଷେତ୍ରରେ ସାଧାରଣ କଥାକୁ କେନ୍ଦ୍ରକରି ଅପରାହ୍ନେ ମତାନ୍ତରରକୁ ଏଡାଇ ଦିଆଯାଇ ନ ପାରେ । ସାହିତ୍ୟ ଓ ସଙ୍ଗୀତ ତଥା ଚଳଚ୍ଚିତ୍ର କ୍ଷେତ୍ରରେ ସୁନାମ ଅର୍ଜନ କରିବେ ।
ପ୍ରତିକାର:-ଗଣେଶଙ୍କୁ ସାତଟି ଧଳାରଙ୍ଗର ଫୁଲ ଚଢାନ୍ତୁ

କର୍କଟ
ଆପଣଙ୍କ କଥାର ମଧୁରତାରେ ନିକଟସ୍ଥ ବ୍ୟକ୍ତିବିଶେଷଙ୍କୁ ପ୍ରଭାବିତ କରିବାରେ ସାହାଯ୍ୟ କରିବ । ସଭାସମିତିର ଆଲୋଚନାରେ ସମ୍ମାନିତ ହେବେ । ପାରିବାରିକ ଜୀବନରେ ସୁଖ ସୌଭାଗ୍ୟ ଅର୍ଜନ କରିବେ । ଯାନବାହନ, କଳା,ସାହିତ୍ୟ, ରଚନାମତ୍କ କାର‌୍ୟ୍ୟରେ ସଫଳତା ହାସଲ କରିବେ ।
ପ୍ରତିକାର:- ଓଁ ନମଃ ଶିବାୟ ଏହି ମନ୍ତ୍ରକୁ ୨୭ଥର ଜପ କରନ୍ତୁ ଦୁଃଖ ଦୂର ହେବ ଶାନ୍ତି ମିଳିବ

ସିଂହ
ଦୂରଯାତ୍ରା, ବ୍ୟୟବୃଦ୍ଧି, ଶତ୍ରୁତାଜନିତ କାର‌୍ୟ୍ୟହାନୀ ମନକୁ ଭାରାକ୍ରାନ୍ତ କରାଇବ । ବିବାଦରେ ବିଜୟ, ପ୍ରତିଯୋଗିତାରେ ସଫଳତା ପାଇଲେ ମଧ୍ୟ ସାମୟିକ ବିଭିନ୍ନ ପ୍ରକାରର ଅସ୍ବାଭାବିକ ପରିସ୍ଥିତିକୁ ସାମ୍ନା କରି ମନ ଭାରାକ୍ରାନ୍ତ ହେବ।
ପ୍ରତିକାର-ଛୋଟ ଛୋଟ ପିଲାମାନଙ୍କୁ ମିଷ୍ଟାନ୍ନ ବାଣ୍ଟନ୍ତୁ

କନ୍ୟା
ପ୍ରତେକ କାର‌୍ୟ୍ୟ ସ୍ଥଗିତ ରହିବା ସହ ଉଚ୍ଚ ପଦସ୍ଥବ୍ୟକ୍ତିଙ୍କ ସହିତ ବିରୋଧଭାବ ସୃଷ୍ଟି କରିବ । ରାଜନୀତିରେ ସମସ୍ୟା ସମାଧାନରେ ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହେବେ । ବ୍ୟବସାୟ, ପରିବହନ ଓ ବାଣିଜ୍ୟରେ ଉନ୍ନତି ଘଟିବ । କୌଣସି ପରିସ୍ଥିତି ମଧ୍ୟରେ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ଭଲ ହେବ।
ପ୍ରତିକାର:-ମା ଦୁର୍ଗାଙ୍କୁ ସାତଟି ବେଲ ପତ୍ର ଚଢାନ୍ତୁ

ତୁଳା
ଆଜିର ଦିନଟି ଆପଣଙ୍କ ପାଇଁ ବହୁତ ଭଲ ସବୁ ସୁବିଧା ଥାଇ ମଧ୍ୟ ସାମାଜିକ ସ୍ତରରେ ନିଜକୁ ଆଗରେ ରଖି ପାରିବେ ନାହିଁ । ଘର ଯାନ ବାହନ କିଣିବାର ସମ୍ଭାବନା ଅଛି ।
ସନ୍ତାନ ସନ୍ତତିମାନେ ସଫଳତା ପାଇବେ ।
ପ୍ରତିକାର:- କଛି ମସୁର ଡାଲି କୌଣସି ଭିକାରିକୁ ଦାନ କରନ୍ତୁ

ବିଛା
ନିଜ ବାସସ୍ଥାନ ନିକଟରେ ରହୁଥିବା ପାଖ ଲୋକଟି ଆପଣା ସ୍ବାର୍ଥ ରକ୍ଷା କରିବାକୁ ଆପଣଙ୍କୁ ମିଛ କଥା କହିପାରେ। ତଥାପି କର୍ମକ୍ଷେତ୍ର ଓ ପାରିବାରିକ ସ୍ଥିତି କେତେକାଂଶରେ ଭଲ ଦିଗକୁ ଗତି କରିବ । ଅଫିସ କାମରେ ସହକର୍ମୀମାନଙ୍କ ସହ ଭୁଲ୍‌ ବୁଝାମଣା ଯୋଗୁ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି।
ପ୍ରତିକାର:-ତୁଳସୀ ମୂଳରୁ ଟିକିଏ ମାଟି ଆଣି ମଥାରେ ଲଗାନ୍ତୁ

ଧନୁ
ପାରିବାରିକ ଶାନ୍ତି ଭଙ୍ଗ ହେବାରୁ ମନ ଭାରାକ୍ରାନ୍ତ ହେବ । ସାମାଜିକ ଜୀବନରେ ଅଶାନ୍ତିର ବାତାବରଣ ମଧ୍ୟରେ କଟିବ । ବ୍ୟବସାୟରେ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡିବେ ।
ପ୍ରତିକାର:-ହନୁମାନ ମନ୍ଦିରରେ ରାଶି ତେଲର ଦୀପଟିଏ ଜାଳନ୍ତୁ

ମକର
ଦୂର ଯାତ୍ରା କରିବା ସମୟରେ ସତର୍କ ରୁହନ୍ତୁ ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣ ମଧ୍ୟରେ ରହିବ ଏବଂ ଚେଷ୍ଟା କରୁଥିବା କାମରେ ପ୍ରତିବନ୍ଧକ ହଟିଯାଇପାରେ। ଅତି ଭଲ ସମ୍ପର୍କ ଥିବା ଲୋକ ଜରିଆରେ କୌଣସି ଅଭିଳଷିତ ଦ୍ରବ୍ୟ ପାଇବେ।
ପ୍ରତିକାର:-କଳା ବିରି ଦୁବଘାସ ଗାଈକୁ ଖାଇ ବାକୁ ଦିଅନ୍ତୁ

କୁମ୍ଭ
କର୍ମକ୍ଷେତ୍ରରେ ଶତ୍ରୁତା କାରଣରୁ ଅଶାନ୍ତ ବାତାବରଣ ସୃଷ୍ଟି ହୋଇପାରେ । ଭଲ ସମ୍ପର୍କ ନ ଥିବା ବ୍ୟକ୍ତିମାନଙ୍କ ପ୍ରରୋଚନାରେ ନିଜର ଜଣେ ଆତ୍ମୀୟ କିଛି ସମସ୍ୟା ସୃଷ୍ଟିରେ ସାହାଯ୍ୟକାରୀ ସାଜି ପାରନ୍ତି । ଧାର କରଜ କରିବାକୁ ବାଧ୍ୟ ହେବେ । ଶିଳ୍ପ,ବାଣିଜ୍ୟ, ପ୍ରଶାସନ, ଆଇନ ଅଦାଲତ କ୍ଷେତ୍ରରେ ସଫଳତା ହାସଲ କରିବେ ।
ପ୍ରତିକାର:-ଓଁ ନମଃ ନାରାୟଣ ଏହି ମନ୍ତ୍ରକୁ ୨୭ଥର ଜପ କରନ୍ତୁ

ମୀନ
ବନ୍ଧୁଙ୍କ ପ୍ରେରଣାରେ ଉପକୃତ ହେବେ । ନୂତନ ଗାଡି, ମୋଟର, ଯାନ୍ତ୍ରିକ ଜିନିଷ କିଣିବା ସକାଶେ ମାନସିକ ସ୍ତରରେ ପ୍ରସ୍ତୁତ ହେବାର ସୂଚନା ରହିଛି । କର୍ମକ୍ଷେତ୍ରରେ ଅବହେଳିତ କାର‌୍ୟ୍ୟ ସକାଶେ ଅନୁତାପ କରିବାକୁ ପଡିପାରେ। ଅର୍ଥ, ପ୍ରକାଶନ ଓ ପ୍ରଶାସନିକ ସ୍ତରରେ ସୁନାମ ଅର୍ଜନ କରିବେ
ପ୍ରତିକାର:-କଦଳୀ ଗଛ ମୂଳରେ କିଛି ହଳଦି ପାଣି ଢାଳନ୍ତୁ

Leave A Reply

Your email address will not be published.