Latest Odisha News

BREAKING NEWS

ରାଜ୍ୟରେ ୭୦୦ ଡେଇଁଲା ଦୈନିକ କରୋନା ସଂକ୍ରମଣ, ଚିନ୍ତା ବଢ଼ାଉଛି ଖୋର୍ଦ୍ଧା ଓ କଟକ

ଭୁବନେଶ୍ୱର: ରାଜ୍ୟରେ ବଢୁଛି କୋଭିଡ୍ ସଂକ୍ରମଣ । ୬ ତାରିଖରୁ ଦୈନିକ ୪ ଶହ ମାମଲା ଚିହ୍ନଟ ପରେ ୯ ତାରିଖରେ ଦୈନିକ ସଂକ୍ରମଣ ୫ ଶହ ଟପିଥିଲା । ଆଉ ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ମାମଲା ୭ ଶହ ଡେଇଁଛି । ଦୈନିକ ସଂକ୍ରମଣ ମାମଲାରେ ଚିନ୍ତା ବଢ଼ାଇଛି ଖୋର୍ଦ୍ଧା, କଟକ ଓ ସୁନ୍ଦରଗଡ଼ ଜିଲ୍ଲା । ସଂକ୍ରମଣରେ ସବୁଠୁ ଆଗରେ ଥିବା ଖୋର୍ଦ୍ଧା ଜିଲ୍ଲା ୟେଲୋ ଜୋନରେ ରହିଛି ।

 

ଗତ ୨୪ ଘଣ୍ଟାରେ ଆସିଥିବା ୭୪୩ଟି ମାମଲା ମଧ୍ୟରୁ କ୍ୱାରେଣ୍ଟାଇନରୁ ୪୩୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୩୦୭ଟି ମାମଲା ସ୍ଥାନୀୟ ସଂକ୍ରମଣ । ଶୂନରୁ ୧୮ ବର୍ଷ ମଧ୍ୟରେ ୮୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୩୦୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୧୧୫ ଓ ସୁନ୍ଦରଗଡ଼ରୁ ୬୫ଟି ସଂକ୍ରମଣ ମାମଲା ଆସିଛି ।

ବାଲେଶ୍ୱର, ଜଗତସିଂହପୁର, ଯାଜପୁର, କୋରାପୁଟ, ମୟୂରଭଞ୍ଜ, ନୟାଗଡ଼, ନୂଆପଡ଼ା, ପୁରୀ, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ ଦୈନିକ ସଂକ୍ରମଣ ୨ ଅଙ୍କ ଉପରେ ରହିଛି । ରାଜ୍ୟରେ ୩ ହଜାର ୮୭୮ଟି ସକ୍ରିୟ ସଂକ୍ରମଣ ମାମଲା ରହିଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୧୫୬୬ଟି ମାମଲା ଆକ୍ଟିଭ୍ ରହିଛି ।

ରଥଯାତ୍ରା ପରେ ସଂକ୍ରମଣ ବୃଦ୍ଧି ପାଇଥିବା ବେଳେ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । କହିଛନ୍ତି ରଥଯାତ୍ରା ସରିଥିବାରୁ ଏବେ ରାଜ୍ୟରେ ସଂକ୍ରମଣ ବୃଦ୍ଧି ଆଶଙ୍କା ରହିଛି । ବିଭିନ୍ନ ଅଞ୍ଚଳରୁ ଆସିଥିବା ଲୋକ ଫେରିଛନ୍ତି, ସେ ଉପରେ ନଜର ରହିଛି । କୋଭିଡର ଅନ୍ୟ ପ୍ରବାହ ପରି ଏବେ ସଂକ୍ରମଣ ବଢୁନାହିଁ, ଧୀରେ ଧୀରେ ବୃଦ୍ଧି ଘଟୁଛି । ଅନ୍ୟ ରାଜ୍ୟର ଅନୁଶୀଳନ ଅନୁସାରେ ସଂକ୍ରମଣ ଧୀରେ ଧୀରେ କମିବ ବୋଲି ଆଶ୍ୱସ୍ତି ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

Leave A Reply

Your email address will not be published.