Latest Odisha News

BREAKING NEWS

ଲାଞ୍ଚ ନେବା ବେଳେ ଧରା ପଡ଼ିଲେ ବ୍ଲକ କନିଷ୍ଠ ଯନ୍ତ୍ରୀ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକର କନିଷ୍ଠ ଯନ୍ତ୍ରୀ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ଲାଞ୍ଚ ନେବା ବେଳେ ଟଙ୍କା ସହ କନିଷ୍ଠ ଯନ୍ତ୍ରୀ ସଂଘମିତ୍ରା ସାହୁଙ୍କୁ ଧରିଛି ଭିଜିଲାନ୍ସ । ଜଣେ ଠିକାଦାରାଙ୍କ ବକେୟା ବିଲ୍ ପାସ୍ ପାଇଁ ଲାଞ୍ଚ ମାଗିଥିଲେ କନିଷ୍ଠ ଯନ୍ତ୍ରୀ ।

ପୂର୍ବ ଯୋଜନା ମୁତାବକ କନିଷ୍ଠ ଯନ୍ତ୍ରୀ ଠିକାଦାରଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ଲାଞ୍ଚ ନେଇଥିବା ୫ ହଜାର ଟଙ୍କା ଭିଜିଲାନ୍ସ ଜବତ କରିଛି । ଏନେଇ ଭୁବନେଶ୍ୱର ଭିଜିଲାନ୍ସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି । ଅଧିକ ତଦନ୍ତ ଜାରି ରଖିଛି ଭିଜିଲାନ୍ସ ।

Leave A Reply

Your email address will not be published.