Latest Odisha News

BREAKING NEWS

ଶ୍ରୀମନ୍ଦିରରେ ସବୁଦିନ ଦର୍ଶନ ନେଇ ଆଜି ହୋଇପାରେ ନିଷ୍ପତ୍ତି

ପୁରୀ: ଶ୍ରୀମନ୍ଦିରରେ ସବୁ ଦିନ ଶ୍ରୀଜିଉଙ୍କୁ ଦର୍ଶନ ଅନୁମତି ମିଳିବ କି ? ଆଜି ଆସିପାରେ ନିଷ୍ପତ୍ତି । ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ କୋହଳ ହୋଇପାରେ ଏସଓପି । ଏନେଇ ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସୁଛି । ବର୍ତ୍ତମାନ କୋଭିଡ୍ ସ୍ଥିତି ଓ ଦର୍ଶନ ବ୍ୟବସ୍ଥାର ଅନୁଧ୍ୟାନ ଓ ଆଲୋଚନା ପରେ କିଛି ନିଷ୍ପତ୍ତି ହୋଇପାରେ ।

ଅପରାହ୍ଣ ୧୨ଟାରେ ନିଳାଦ୍ରୀ ଭକ୍ତ ନିବାସରେ ଏହି ବୈଠକ ବସିବ । ସେପ୍ଟେମ୍ବର ଗାଇଡଲାଇରେ ରାଜ୍ୟରେ ସପ୍ତାହାନ୍ତ ସଟଡାଉନ୍ ଉଠାଇ ଦିଆଯାଇଛି । କିନ୍ତୁ ଶନିବାର ଓ ରବିବାର ଶ୍ରୀମନ୍ଦିରରେ ବନ୍ଦ ରହୁଛି ସର୍ବସାଧାରଣ ଦର୍ଶନ । ତେଣୁ ଆଜିର ବୈଠକରେ ଏହି ଦୁଇ ଦିନ ବି ମନ୍ଦିର ଖୋଲିବା ନେଇ ହୋଇପାରେ ନିଷ୍ପତ୍ତି ।

ସେହିପରି ଏବେ ଆନନ୍ଦବଜାରରେ ମହାପ୍ରସାଦ ଖାଇବା ମନା । ଏଦିଗରେ ବି କଟକଣା କୋହଳ ହେବ କି ନାହିଁ ତାଉପରେ ନଜର ରହିଛି । ବୈଠକରେ ପୁରୀ ଜିଲ୍ଲାପାଳ, ଏସପି, ସିଡିଏମଓଙ୍କ ସମେତ ପରିଚାଳନା କମିଟିର ୫ ସଦସ୍ୟ ଉପସ୍ଥିତ ରହିବେ ।

Leave A Reply

Your email address will not be published.