Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ ପିଇଓ, ୩ଟି ସ୍ଥାନରେ ରେଡ୍

ସମ୍ୱଲପୁର: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଘରେ ରେଡ୍ । ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଚଲକି ପିଇଓ ବିଶ୍ୱମ୍ବର ଭୋଇଙ୍କ ଘରେ ଚଢ଼ାଉ ହୋଇଛି । ଏକକାଳୀନ ୩ଟି ସ୍ଥାନରେ ରେଡ୍ ଚାଲିଛି । ପାଟଣାଗଡ ସ୍ଥିତ ଗଙ୍ଗାନଗରରେ ଥିବା ବାସଭବନ, ପୈତୃକ ଗାଁ ତମିଆ ଓ ଚଲକି ପଞ୍ଚାୟତ ଅଫିସରେ ଚଢ଼ାଉ ହୋଇଛି ।

ସମ୍ବଲପୁର ଭିଜିଲାନ୍ସ ଏସ୍‌ପି ସାରା ଶର୍ମାଙ୍କ ନିର୍ଦ୍ଦେଶ କ୍ରମେ ଚଢାଉ ହୋଇଛି । ବଲାଙ୍ଗିର ଭିଜିଲାନ୍ସ ଡ଼ିଏସପି ସଦାନନ୍ଦ ପାଣିଙ୍କ ନେତୃତ୍ୱରେ ସମ୍ବଲପୁର, ବରଗଡ଼ ଓ ସୋନପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ରେଡ୍ ଚାଲିଛି । ବିଶ୍ୱମ୍ବର ଭୋଇଙ୍କର କେତେ ଆୟ ବର୍ହିଭୂତ ସମ୍ପତ୍ତି ରହିଛି ସେନେଇ ଖୋଳତାଡ ଜାରି ରହିଛି ।

Leave A Reply

Your email address will not be published.