Latest Odisha News

BREAKING NEWS

ଡ଼ାକ୍ତରଙ୍କୁ ଆକ୍ରମଣ ଘଟଣା: ସୋମବାରଠୁଁ ଦେଶବ୍ୟାପୀ ‘ଆଇଏମଏ’ ପକ୍ଷରୁ ଆନ୍ଦୋଳନ

କୋଲକାତା : ପଶ୍ଚିମବଙ୍ଗରେ କନିଷ୍ଠ ଡାକ୍ତରଙ୍କୁ ଆକ୍ରମଣ ଘଟଣା ପରେ ଡାକ୍ତରଙ୍କ ସୁରକ୍ଷା ଦାବି କରି ଭାରତୀୟ ମେଡିକାଲ ଆସୋସିଏସନ୍ (ଆଇଏମଏ) ଆସନ୍ତା ସୋମବାର ଦିନ ଦେଶବ୍ୟାପୀ ଆନ୍ଦୋଳନ ଲାଗି ଆହ୍ୱାନ କରିଛି ।

ନୂଆଦିଲ୍ଲୀ ସ୍ଥିତ ଏକ ସମାଚାର ଏଜେନ୍ସି ର‌୍ୟୁଟର୍ସର ରିପୋର୍ଟନୁଯାୟୀ କୋଲକାତାର ଏନଆରଏସ୍ ହସ୍ପିଟାଲରେ ଜଣେ ଡାକ୍ତରଙ୍କୁ ଅତ୍ୟନ୍ତ ବର୍ବର ଭାବେ ଆକ୍ରମଣ ଘଟଣାକୁ ଆଇଏମଏ ଜାତୀୟ ସମସ୍ୟା ଭାବେ ପ୍ରତିଫଳିତ କରିବା ସହ ଡାକ୍ତରଙ୍କ ସୁରକ୍ଷା ଲାଗି ଆଇନକାନୁନ ବ୍ୟବସ୍ଥା ଲାଗୁ କରିବା ପାଇଁ ଦାବି କରିଛନ୍ତି ।

ଆଇଏଏମ୍ ଅଧିନରେ ପ୍ରାୟ ୩୫୦,୦୦୦ ଜଣ ଡାକ୍ତର ହଡତାଲକୁ ଓହ୍ଲାଇଲେ ଦେଶରେ ସରକାରଙ୍କ ଦ୍ୱାରା ପରିଚାଳିତ ଶହେରୁ ଉଦ୍ଧ୍ୱର୍ ମେଡିକାଲରେ ରୋଗୀ ସେବା ଏକପ୍ରକାର ପଙ୍ଗୁ ହୋଇଯିବ । ସେଯାହାବି ହେଉ ସଂଘ ପକ୍ଷରୁ ଜରୁରୀକାଳୀନ ତଥା କାଜୁଆଲିଟି ସେବା ପ୍ରଦାନ ଜାରି ରହିବ ବୋଲି ଆଶ୍ୱାସନା ଦିଆଯାଇଛି ।

Leave A Reply

Your email address will not be published.