Latest Odisha News

BREAKING NEWS

ପୁନରୁଦ୍ଧାର ପରେ ୨୪ରୁ ନୌପଡା-ଗୁଣୁପୁର ରେଳ ଚଳାଚଳ ସ୍ୱାଭାବିକ

ଭୁବନେଶ୍ୱର : ବାତ୍ୟା ତିତଲିରେ ଅନେକ ଟ୍ରେନ ଲାଇନ ପ୍ରଭାବିତ ହୋଇଥିବାବେଳେ ସେଗୁଡିକର ପୁନରୁଦ୍ଧାର କାର୍ଯ୍ୟ ଜୋରଦାର ଜାରି ରହିଛି । ସେଥିମଧ୍ୟରୁ ନୌପଡା-ଗୁଣୁପୁର ରେଳ ଲାଇନର ମରାମତି ତଥା ପୁନରୁଦ୍ଧାର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି ।

ଅନ୍ୟପକ୍ଷରେ ପୁନରୁଦ୍ଧାର କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ ସେହି ଲାଇନ ଉପରେ ପରୀକ୍ଷାମୂଳକ ଭାବେ ପ୍ରଥମେ ଏକ ଖାଲି ଇଞ୍ଜିନ ଏବଂ ପରେ ଗୋଟିଏ ଟ୍ରେନ ଚଳାଚଳ କରିଛି ।

ରେଳବାଇ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଅକ୍ଟୋବର ୨୪ ଠାରୁ ଟ୍ରେନ ଚଳାଚଳ ସେବା ସ୍ୱାଭାବିକ ହେବାସହିତ ପୁରୀ-ଗୁଣୁପୁର ଓ ବିଶାଖାପାଟଣା-ଗୁଣୁପୁର ପାସେଞ୍ଜର ଟ୍ରେନ ମଧ୍ୟ ଆସନ୍ତାକାଲି ଠାରୁ ଚଳାଚଳ କରିବ ।

ତେବେ ରାଉରକେଲା-ଗୁଣୁପୁର ରାଜ୍ୟରାଣୀ ଏକ୍ସପ୍ରେସ ଆସନ୍ତା ଅକ୍ଟୋବର ୨୮ ତାରିଖଠାରୁ ନିୟମିତ ଭାବେ ଚଳାଚଳ କରିବା ନେଇ ଜଣାପଡିଛି ।

Leave A Reply

Your email address will not be published.