Latest Odisha News

BREAKING NEWS

ଆସୁଛି ଦାନା ! ଏଇଠି କରିବ ଲ୍ୟାଣ୍ଡଫଲ୍

ଭୁବନେଶ୍ବର: ଉପକୂଳମୁହାଁ ସମ୍ଭାବ୍ୟ ବାତ୍ୟା। ୨୪ ଓ ୨୫ତାରିଖ ମଧ୍ୟରେ କରିବ ଲ୍ୟାଣ୍ଡଫଲ୍ । ଆଇଏମଡିର ଆକଳନ, ଉତ୍ତର ଓଡିଶାରେ ପଡିବ ବେଶୀ ପ୍ରଭାବ। ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତରେ ପରିଣତ ହୋଇଛି ଓ୍ବେଲମାର୍କ ଲୋ ପ୍ରେସର । ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଗତି କରି ଆସନ୍ତାକାଲି ସୁଦ୍ଧା ଏହା ବାତ୍ୟାର ରୂପ ନେବ । ପରେ ଭୀଷଣ ରୂପ ନେଇ ଉପକୂଳ ଆଡକୁ ଆଗେଇବ ଦାନା। ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି କରୁଛନ୍ତି । କାଲି ରାତି ସୁଦ୍ଧା ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତର କରାଯିବ ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି ।

ଉତ୍ତରରେ ଲ୍ୟାଣ୍ଡଫଲ୍ କରିବ ଦାନା !

ବଙ୍ଗୋପସାଗରରେ ରହିଥିବା ଅବପାତଟି ପ୍ରଥମେ ଗଭୀର ଅବପାତ ଓ କାଲି ସକାଳ ସୁଦ୍ଧା ବାତ୍ୟାର ରୂପ ନେବ । ପରେ ଏହା ଭୀଷଣ ବାତ୍ୟାର ରୂପ ନେବ ବୋଲି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ୨୪ତାରିଖ ରାତି ଓ ୨୫ତାରିଖ ସକାଳ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ଦାନା । ପୁରୀରୁ ସାଗରଦ୍ବୀପ ମଧ୍ୟରେ ବାତ୍ୟାର ପ୍ରଭାବ ରହିବ । ପୁରୀରୁ ୨୪ପ୍ରଗଣା ଜିଲ୍ଲା ମଧ୍ୟରେ ବର୍ଷା, ପବନ ହେବ ବୋଲି ଆଇଏମଡି ଅନୁମାନ କରିଛି । ସ୍ଥଳଭାଗ ଛୁଇଁଲା ବେଳେ ପବନର ବେଗ ୧୦୦ରୁ ୧୨୦କିମି ରହିବ । ଉତ୍ତର ଓଡିଶା ଓ ପଶ୍ଚିମବଙ୍ଗରେ ଅଧିକ ପ୍ରଭାବ ରହିବ । ପ୍ରଭାବରେ କିଛି ଜାଗାରେ ଅତିପ୍ରବଳ ବର୍ଷା ହୋଇପାରେ । ପୁରୀରୁ ସାଗରଦ୍ବୀପ ମଧ୍ୟରେ ଲ୍ୟାଣ୍ଡଫଲ୍ ନେଇ ଆଇଏମଡି ପୂର୍ବାନୁମାନ କରିଛି । ତେବେ ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ ଓ ବାଲେଶ୍ବରରେ ଅଧିକ ପ୍ରଭାବ ରହିବ ବୋଲି କୁହାଯାଉଛି ।

ଉପକୂଳକୁ ଆଲର୍ଟ

ସମ୍ଭାବ୍ୟ ବାତ୍ୟା ଦାନାକୁ ନେଇ ରାଜ୍ୟର ସବୁ ବନ୍ଦରକୁ ୧ନମ୍ବର ବିପଦ ସଂକେତ ଜାରି କରାଯାଇଛି । ଆସନ୍ତାକାଲି ସଂଧ୍ୟାରୁ ପାଗରେ ପରିବର୍ତ୍ତନ ଆସିବ । କିଛି ସ୍ଥାନରେ ଅତିପ୍ରବଳ ବର୍ଷା ହୋଇପାରେ । ୨୪ତାରିଖ ପାଇଁ ୭ଜିଲ୍ଲାକୁ ରେଡ୍ ଓ ୧୪ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, କଟକକୁ ରେଡ୍ ଆଲର୍ଟ ଜାରି ହୋଇଛି । ୨୫ତାରିଖ ପାଇଁ କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ବରରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ବାତ୍ୟା ପ୍ରଭାବରେ ସମୁଦ୍ର ଅଶାନ୍ତ ରହୁଥିବାରୁ ୨୫ତାରିଖ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟରୁ ନଯିବା ପାଇଁ କୁହାଯାଇଛି ।

ସମ୍ଭାବ୍ୟ ବାତ୍ୟା ଦାନା କେଉଁଠି ଲ୍ୟାଣ୍ଡଫଲ୍ କରିବ ସେନେଇ ସ୍ପଷ୍ଟ ହୋଇନଥିଲେ ବି, ଏହାର ପ୍ରଭାବ ଉପକୂଳ ଓଡିଶା ଉପରେ ପଡିବ । ବିଶେଷ ଭାବେ ଉତ୍ତର ଓଡିଶା ପ୍ରଭାବିତ ହେବ । କଚ୍ଚା ଘର ଭାଙ୍ଗିବା ସହ ବିଜୁଳୀ ସରବରାହ ବାଧାପ୍ରାପ୍ତ ହୋଇପାରେ। ପ୍ରବଳରୁ ଅତିପ୍ରବଳ ବର୍ଷା ଆଶଙ୍କା ରହିଥିବାରୁ ଏହାର ପ୍ରଭାବରେ ଯାତାୟତରେ ସମସ୍ୟା ହୋଇପାରେ ।

Leave A Reply

Your email address will not be published.