ନୂଆଦିଲ୍ଲୀ: କରୋନା ଭାଇରସ ଏବେ ସମସ୍ତଙ୍କ ମନକୁ ଭୟଭୀତ କରି ରଖିଛି କହିଲେ ଭୁଲ ହେବ ନାହିଁ । ଏହି ରୋଗ ଏବଂ ଭୟରୁ ଆମକୁ ମୁକୁଳାଇବାରେ ଡାକ୍ତର ତଥା ସ୍ୱାସ୍ଥ୍ୟ କର୍ମୀଙ୍କ ଭୂମିତର ଗୁରୁତ୍ୱପୂର୍ଣ୍ଣ । ଲୋକଙ୍କ ମନୋବଳ ବଢ଼ାଇବା ପାଇଁ ୬୦ ଜଣ ଡାକ୍ତର ମିଶି ପ୍ରସ୍ତୁତ କରିଛନ୍ତି ଦି ସଙ୍ଗ ଅଫ ହୋପ୍ । ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି ।
ଦିଲ୍ଲୀ, ମୁମ୍ବାଇ, ପୁନେ, ବାଙ୍ଗାଲୋର, ଚଣ୍ଡୀଗଡ, ନାଗପୁର କନ୍ୟାକୁମାରୀ ତଥା ଅନ୍ୟ ସହରର ଡାକ୍ତରମାନେ ଏଥିରେ ସାମିଲ ହୋଇଥିଲେ । ଭିଡିଓରେ ଡାକ୍ତରମାନେ ବିଭିନ୍ନ ପ୍ରକାର ଅଭିନୟ କରି ମନୋବଳ ବଢ଼ାଉଥିବା ଦେଖିବାକୁ ମିଳିଥିଲା । ଦୀର୍ଘ ଦିନ ଧରି ପରିବାରଠାରୁ ଦୂରେଇ ରହିବା ସହ କିଲର କରୋନାକୁ ଚ୍ୟାଲେଞ୍ଜ ଦେଉଥିବା ଡାକ୍ତରମାନଙ୍କ ଏହି ଉଦ୍ୟମ ନିଶ୍ଚିତ ଭାବେ ପ୍ରଶଂସନୀୟ ।
Comments are closed.