Latest Odisha News

BREAKING NEWS

ବିଜେପିରେ ଯୋଗଦେଲେ ଦଙ୍ଗଲ୍ କୁସ୍ତିଯୋଦ୍ଧା ବବିତା ଫୋଗଟ୍

ନୂଆଦିଲ୍ଲୀ: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ସେଲେବ୍ରିଟି ରେସଲର୍ ବବିତା ଫୋଗଟ୍ ବିଜେପିରେ ଯୋଗଦାନ କରିଛନ୍ତି । ତାଙ୍କ ବାପା ମହାବୀର ଫୋଗଟ୍ ମଧ୍ୟ ତାଙ୍କ ସହିତ ସୋମବାର ଦିନ ଏହି ଜାତୀୟ ଦଳର ପ୍ରାଥମିକ ସଦସ୍ୟତା ଗ୍ରହଣ କରିଛନ୍ତି ।

ବବିତାଙ୍କ ଜୀବନୀକୁ ନେଇ ୨୦୧୭ରେ ଏକ ବଲିଉଡ଼ ସିନେମା ନିର୍ମିତ ହୋଇଥିଲା ଯାହାକି ସମଗ୍ର ଭାରତରେ ଚହଳ ସୃଷ୍ଟି କରିପାରିଥିଲା ।“ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତଥା ତାଙ୍କ ସରକାରଙ୍କ ନୀତି ତଥା କାର୍ଯ୍ୟଧାରା ଆମକୁ ବେଶ୍ ପ୍ରେରଣା ଦେଇପାରିଛି,”ବୋଲି ବିଜେପିରେ ଯୋଗଦାନ କରିବା ପରେ ବବିତାଙ୍କ ବାପା ମହାବୀର କହିଛନ୍ତି । ଏହି ମିଶ୍ରଣ ପର୍ବରେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରଣ ରିଜ୍ଜୁ ମଧ୍ୟ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.