Latest Odisha News

BREAKING NEWS

ଡେନମାର୍କ ଗସ୍ତରେ ମୋଦି: ଓଡ଼ିଶା ପଟ୍ଟଚିତ୍ର ଦେଖାଇଲେ ଡାନିସ୍ ପ୍ରଧାନମନ୍ତ୍ରୀ ମେଟ୍ଟେ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୟୁରୋପ ଗସ୍ତରେ ଦ୍ୱିତୀୟ ଦିନ ପାଳି ପଡ଼ିଛି ଡେନମାର୍କ । ଜର୍ମାନୀ ରୁ ଡେନର୍ମାକ ଯାଇ ପ୍ରତିପକ୍ଷ ପ୍ରଧାନମନ୍ତ୍ରୀ ମେଟ୍ଟେ ଫ୍ରେଡେରିକସେନ ଙ୍କୁ ଭେଟିଛନ୍ତି ମୋଦି । ଦ୍ୱିପାକ୍ଷିକ ଆଲୋଚନା ସହ ୟୁକ୍ରେନ ଯୁଦ୍ଧ ପରିସ୍ଥିତି ବିଷୟରେ ଦୁଇ ପ୍ରଧାନମନ୍ତ୍ରୀ ଚିନ୍ତା ଜତାଇଛନ୍ତି ।

“ୟୁକ୍ରେନ ଯୁଦ୍ଧ ପରିସ୍ଥିତି କୁ ନେଇ ଭାରତ ଚିନ୍ତିତ । ଏବଂ ୟୁକ୍ରେନ ରେ ଯୁଦ୍ଧ ବିରତି ପାଇଁ ଦୁଇ ଦେଶକୁ ସେ ଆହ୍ୱାନ କରିଛନ୍ତି ।” ମଙ୍ଗଳବାର ଡେନମାର୍କ ପ୍ରଧାନମନ୍ତ୍ରୀଙ୍କ ସହ ମୋଦି ତାଙ୍କ ବାସ ଭବନରେ ବୁଲି କଥା ହେଉଥିବାର ଦେଖିବାକୁ ମିଳିଛି ।

ଏହି ସମୟରେ ମୋଦିଙ୍କୁ ଡାନିସ୍ ପ୍ରଧାନମନ୍ତ୍ରୀ ମେଟ୍ଟେ ଭାରତ ଗସ୍ତ ବେଳର ଏକ ଉପହାର ଦେଖାଇଥିଲେ । ଉପହାରଟି ହେଉଛି ଓଡ଼ିଶାର ବିଶ୍ୱ ପ୍ରସିଦ୍ଧ ପଟ୍ଟଚିତ୍ର । ଅଯୋଧ୍ୟା ରାଜା ତଥା ମର୍ଯ୍ୟାଦାପୁରୁଷ ରାମ ଙ୍କ ରାଜ ଦରବାର ଚିତ୍ରିିତ ପଟ୍ଟଚିତ୍ର ଟି ମେଟ୍ଟେଙ୍କୁ ଭାରତ ଗସ୍ତ ସମୟରେ ଉପହାର ମିଳିଥିଲା ।

ମେଟ୍ଟେ ଏହାକୁ ଭାରି ଆଦରର ସହ ସାଇତି ରଖିଛନ୍ତି । ମେଟ୍ଟେ ଏହି ପଟ୍ଟଚିତ୍ର ଟି ମୋଦିଙ୍କୁ ଦେଖାଉଥିବା ସମୟର ଫଟୋ ଟ୍ୱିଟରରେ ଖୁବ୍ ସେୟାର ହୋଇଛି । ଓଡ଼ିଆ ନେଟିଜେନ୍ ଏହି ଫଟୋ କୁ ଦେଖି ବେଶ୍ ଖୁସି ହେବା ସହ ଗର୍ବିତ ଅନୁଭବ କରୁଥିବା ଲେଖିଛନ୍ତି ।

Leave A Reply

Your email address will not be published.