ଭୁବନେଶ୍ୱର: ବିଜେଡି ନେତା ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
ଏସମ୍ପର୍କରେ ସେ ସୂଚନା ଦେଇ କହିଛନ୍ତି ଯେ, ମୋର କରୋନା ରିପୋର୍ଟ ପଜିଟିଭ ବାହାରିଛି । ମୁଁ ଏବେ ହୋମ୍ ଆଇସୋଲେସନରେ ଅଛି ଏବଂ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି ।
ତେବେ ନିକଟ ଅତୀତରେ ଯେଉଁମାନେ ତାଙ୍କ ସମ୍ପର୍କରେ ଆସିଛନ୍ତି ସେମାନେ ନିଜ ନିଜର କରୋନା ଟେଷ୍ଟ କରାଇ ନିଅନ୍ତୁ ବୋଲି ସେ ଅନୁରୋଧ ମଧ୍ୟ କରିଛନ୍ତି ।
ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ୫୦ରୁ ଅଧିକ ବିଧାୟକ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ ।
Comments are closed.