Latest Odisha News

BREAKING NEWS

ହୃଦଘାତର ପୀଡିତ ହରିୟାଣା ହୁରିକେନ୍ କପିଲ ଦେବ, ହସ୍ପିଟାଲରେ ଭର୍ତ୍ତି !

ନୂଆଦିଲ୍ଲୀ: ଭାରତର ପ୍ରଥମ କ୍ରିକେଟ୍ ବିଶ୍ୱବିଜେତା ଅଧିନାୟକ ତଥା ଲିଜେଣ୍ଡାରୀ କ୍ରିକେଟର୍ କପିଲ ଦେବ ହୃଦଘାତରେ ପୀଡିତ । ଆଜି ସକାଳୁ ସଙ୍କଟାପନ୍ନ ଅବସ୍ଥାରେ ଦିଲ୍ଲୀର ଫୋର୍ଟିସ୍ ଏସ୍କର୍ଟସ ହାର୍ଟ ଇନ୍‌ଷ୍ଟିଟ୍ୟୁଟରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ଆଂଜିଓପ୍ଲାଷ୍ଟି ସର୍ଜରୀ କରାଯାଇଥିଲା । ତାଜା ସ୍ଥିତିରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ଜଣାପଡିଛି ।

୧୯୮୩ରେ ଭାରତକୁ କ୍ରିକେଟ୍ ବିଶ୍ୱକପ ଜିତାଇଥିବା କପିଲ ଦେବ ପରବର୍ତ୍ତୀ ସମୟରେ ଅନେକ ଯୁବ କ୍ରିକେଟଙ୍କ ପାଇଁ ପ୍ରେରଣା ପାଲଟିଥିଲେ । ଦେଶ ପାଇଁ ୧୩୧ଟି ଟେଷ୍ଟ ଓ ୨୨୫ଟି ଦିନିକିଆ ମ୍ୟାଚ୍ ଖେଳିଥିବା କପିଲ ଜଣେ ଦୁର୍ଦ୍ଦଶ ଅଲରାଉଣ୍ଡର ରୂପେ ପରିଗଣିତ ଥିଲେ ।

ମହାନ୍ କ୍ରିକେଟର କପିଲ ଦେବ ପୂର୍ବରୁ ମଧୁମେହ ରୋଗରେ ପୀଡିତ ଥିଲେ । ବେଶ କିଛିଦିନ ଧରି ତାଙ୍କ ସ୍ୱାସ୍ଥ୍ୟବସ୍ଥା ଏତେଟା ଭଲନଥିଲା । ରାତି ପ୍ରାୟ ଗୋଟାଏରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସର୍ଜରୀ ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଥିବା ହସ୍ପିଟାଲ ସୁତ୍ରରୁ ପ୍ରକାଶ ।

ନିଜ କ୍ୟାରିୟରରେ ୯ହଜାରରୁ ଅଧିକ ରନ କରିଥିବା କପିଲ ଦେବ ୪୩୪ଟି ଟେଷ୍ଟ ଓ ୨୫୩ଟି ଦିନିକିଆ ୱିକେଟ ହାସଲ କରିଥିଲେ । ସେ ସନ୍ୟାସ ନେବା ପରଠୁ ଏ ପର୍ଯ୍ୟନ୍ତ ଭାରତୀୟ କ୍ରିକେଟ୍ ଦଳ ତାଙ୍କର ରିପ୍ଲେସମେଣ୍ଟ ଖୋଜିବାରେ ଅସଫଳ ହୋଇଛି ।

Leave A Reply

Your email address will not be published.