Latest Odisha News

BREAKING NEWS

ଝିଅର ବାହାଘର ଖର୍ଚ୍ଚ ଉଠାଇବାକୁ ବାପା ବାଧ୍ୟ-କୋର୍ଟ

କୋଚି: ବାପାଙ୍କ ସମ୍ପତ୍ତିରେ ପୁଅମାନେ ଯେତିକି ହକ ଦେଖାଇ ଥାନ୍ତି ଝିଅମାନେ ସେତିକି ଦେଖାଇ ପାରି ନ ଥାନ୍ତି । ଆଇନ ଯାହା କହୁ ପଛେ, ଝିଅମାନେ ନିଜର ଅଧିକାର ସାବ୍ୟସ୍ତ କରିବାକୁ ଭୟ କରିଥାନ୍ତି । ସମାଜର ଭୟ ହେଉ ବା ପରବାରର ଝିଅମାନେ ଏହି ଅଧିକାରରୁ ନିଜକୁ ଦୂରେଇ ରଖିବା ପାଇଁ ଚେଷ୍ଟା କରିଥାନ୍ତି । ହେଲେ କେରଳର ଦୁଇ ଭଉଣୀ ପୈତୃକ ସମ୍ପତ୍ତି ପାଇଁ ବାପାଙ୍କ ସହ  ଲଢିଛନ୍ତି । ଶେଷରେ ସେମାନଙ୍କୁ ନ୍ୟାୟ ମିଳିଛି ।

ତାଙ୍କ ବାପା ସେମାନଙ୍କୁ ନାଯ୍ୟ ଅଧିକାର ଦେବରୁ ବଞ୍ଚିତ କରିବାରୁ ଦୁଇ ଭଉଣୀ କୋର୍ଟର ଦ୍ୱାରସ୍ଥ ହୋଇଥିଲେ । ବାପା ସେମାନଙ୍କୁ ତାଙ୍କ ବିବାହ ଖର୍ଚ୍ଚ ବାବଦ ୪୫.୯୨ ଲକ୍ଷ ଦିଅନ୍ତୁ ବୋଲି ଦୁଇ ଭଉଣୀ କୋର୍ଟରେ ଦାବି କରିଥିଲେ । ଏହି ମାମଲାର ବିଚାର କରି କେରଳ ହାଇକାର୍ଟ କହିଚନ୍ତି, ଅବିବାହତ ଝିଅଙ୍କ ବାହାଘର ଖର୍ଚ୍ଚ ବାପାଙ୍କଠାରୁ ପାଇବାର ଅଧିକାର ରହଛି । ବାପାଙ୍କର ରୋଜଗାର୍ର ଅନୁସାରେ ସେହି ଅର୍ଥ ବାପା ଦେବାକୁ ବାଧ୍ୟ । ଏହି ନିୟମ ପ୍ରତ୍ୟେକ ଧର୍ମ ପାଇଁ ଲାଗୁ ହେବ ବୋଲି କୋର୍ଟ ତାଙ୍କ ରାୟରେ କହିଛନ୍ତି ।

ଖ୍ରୀଷ୍ଟିୟାନ ସଂପ୍ରଦାୟର ଏହି ଦୁଇ ଭଉଣୀଙ୍କ ଅଭିଯୋଗ ଅନୁଯାୟୀ, ସେମାନେ ଅବିବାହିତ । ହେଲେ ତାଙ୍କ ବାପା ସେମାନଙ୍କୁ ପୈତୃକ ସମ୍ପତ୍ତିରେ ଭାଗ ନ ଦେବା ପାଇଁ ସମସ୍ତ ସମ୍ପତ୍ତି ଅନ୍ୟ ଜଣଙ୍କ ନାଁରେ କରି ଦେଇଛନ୍ତି । ଏ ନେଇ ଦୁଇ ଭଉଣୀ ଫ୍ୟାମିଲ କୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଫ୍ୟାମିଲ କୋର୍ଟ ଦୁଇ ଭଉଣୀଙ୍କୁ ୭.୭ ଲକ୍ଷ ଦେବା ପାଇଁ ତାଙ୍କ ରାୟ ଶୁଣାଇଥିଲେ । ହେଲେ ଏଥିରେ ସେମାନେ ସନ୍ତୁଷ୍ଟ ନ ଥିଲେ । ତେଣୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଦୁଇ ଝିଅ ପାଠ ପଢୁଥିବାବେଳେ ତାଙ୍କ ବାପା ତାଙ୍କୁ କୌଣସି ଆର୍ଥିକ ସହାୟତା କରୁନାହାନ୍ତି ବୋଲି ସେମାନେ ଅଭିଯୋଗ କରିଥିଲେ ।

ହେଲେ ତାଙ୍କ ବାପା ଯୁକ୍ତି ବାଢିଥିଲେ ଯେ, ତାଙ୍କ ପତ୍ନୀ ଏବଂ ଝିଅମାନେ ଖ୍ରୀଷ୍ଟିୟାନ ସଂପ୍ରଦାୟର । ତେଣୁ ହିନ୍ଦୁ ଆକ୍ଟ ଅନୁସାରେ ସେମାନଙ୍କୁ ସମ୍ପତ୍ତି ଦିଆଯାଇ ପାରିବ ନାହିଁ । ଦୁଇଜଣିଆ ଖଣ୍ଡପୀଠ ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ତାଙ୍କ ରାୟ  ଦୁଇ ଭଉଣୀଙ୍କ ସପକ୍ଷରେ ଶୁଣାଇଥିଲେ । ଯଦି ବାପା-ମା’ଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇନି ଏବଂ କୌଣସି କାରଣରୁ ଉଭୟେ ଅଲଗା ରହୁଛନ୍ତି ତେବେ ସେମାନେ ଯେଉଁ ଧର୍ମର ହୁଅନ୍ତୁ ନା କାହିଁକି, ସେମାନଙ୍କ ବିବାହ ଖର୍ଚ୍ଚ ବାପା ଉଠାଇବାକୁ ବାଧ୍ୟ । ଅର୍ଥାତ ଝିଅର ଏ ବାବଦ ଅର୍ଥ ବାପାଙ୍କଠାରୁ ପାଇବାର ଅଧିକାର ରହିଛି ।

 

Leave A Reply

Your email address will not be published.