Latest Odisha News

BREAKING NEWS

ଶବ ବ୍ୟବଚ୍ଛେଦ ରିପୋର୍ଟ ପାଇଁ ଲାଞ୍ଚ ନେଉଥିଲେ ମେଡିକାଲ୍ ଅଫିସର, ଧରିଲା ଭିଜିଲାନ୍ସ

ଯାଜପୁର: ପୋଷ୍ଟ ମର୍ଟମ ରିପୋର୍ଟ ପାଇଁ ଲାଞ୍ଚ । ଭିଜିଲାନ୍ସ ହାତରେ ଧରା ପଡ଼ିଲେ ଦାନଗଦି ସିଏଚସିର ମେଡିକାଲ୍ ଅଫିସର ଓ ସିକ୍ୟୁରିଟି ଗାର୍ଡ । ଡକ୍ଟର ପବିତ୍ର କୁମାର ସେଠୀଙ୍କ ସହ ସିକ୍ୟୁରିଟି ଗାର୍ଡ ଅଭିରାମଙ୍କୁ ଭିଜିଲାନ୍ସ ହେପାଜତକୁ ନେଇ ତଦନ୍ତ କରୁଛି ।

Vigilance Trapped Dangadi CHC Medical Officer While Accepting Bribe For Postmortem Report
Dr Sethi

ସୂଚନା ଅନୁସାରେ, ଗତ ମାର୍ଚ୍ଚ ୩୧ ତାରିଖରେ ବଜ୍ରପାତରେ ଜଣେ ବୟସ୍କଙ୍କ ମୃତ୍ୟୁ ହୋଇଥିଲା । ଆଉ ବାପାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ପାଇଁ ପୁଅ ୨୦ ଦିନ ହେଲା ଦୌଡ଼ୁଥିଲା ଡାକ୍ତରଖାନା । ସରକାରଙ୍କ ନିୟମ ଅନୁଯାୟୀ, ପ୍ରାକୃତି ଦୁର୍ବିପାକରେ ମୃତ୍ୟୁ ହେଲେ ୪ ଲକ୍ଷ ଟଙ୍କା ପରିବାର ଲୋକଙ୍କୁ ମିଳିବ । ସେଥିପାଇଁ ଡାକ୍ତର ଶବ ବ୍ୟବଚ୍ଛେଦ ରିପୋର୍ଟ ପାଇଁ ଲାଞ୍ଚ ମାଗିଥିଲେ ।

Vigilance Trapped Dangadi CHC Medical Officer While Accepting Bribe For Postmortem Report
Security Guard

ଏନେଇ ଅଭିଯୋଗକାରୀ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ପୂର୍ବ ପ୍ରସ୍ତୁତି ମୁତାବକ ଡାକ୍ତର ଜଣଙ୍କ ସିକ୍ୟୁରିଟି ଗାର୍ଡଙ୍କ ମାଧ୍ୟମରେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଡକ୍ଟର ସେଠୀଙ୍କ ଠାରୁ ୨୦ ହଜାର ଟଙ୍କା ଜବତ କରିଛି ।

ଲାଞ୍ଚ ଟଙ୍କା ଜବତ ପରେ ଡାକ୍ତରଙ୍କ ଆୟ ବହିର୍ଭୂତ ସମ୍ପତ୍ତିର ଖୋଳତାଡ଼ ଭିଜିଲାନ୍ସ ଆରମ୍ଭ କରିଛି । ଡକ୍ଟର ସେଠୀଙ୍କ ୩ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି ଭିଜିଲାନ୍ସ । ଏନେଇ କଟକ ଭିଜିଲାନ୍ସ ରେ ମାମଲା ରୁଜୁ ହୋଇଥିବା ବେଳେ ତଦନ୍ତ ଚାଲିଥିବା ଭିଜିଲାନ୍ସ ସୂଚନା ଦେଇଛି ।

Leave A Reply

Your email address will not be published.