ଅହମ୍ମଦାବାଦ: ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଯାତ୍ରୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ପୂର୍ବତନ ଅଷ୍ଟ୍ରେଲିୟ କ୍ରିକେଟର ଡେଭିଡ୍ ୱାର୍ଣ୍ଣର। ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ କେବେବି ଏୟାର ଇଣ୍ଡିଆରେ ଯାତ୍ରା କରିବେ ନାହିଁ ବୋଲି ପ୍ରକାଶ କରିଛନ୍ତି।
ଗୁରୁବାର ଅପରାହ୍ନରେ ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆ ବିମାନଟି ଉଡ଼ାଣ ଭରିବାର କିଛି ସମୟ ପରେ
ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏୟାର ଇଣ୍ଡିଆ ଅନୁଯାୟୀ, ଏହି ବୋଇଂ 787-8 ମଡେଲ ବିମାନରେ ୨୪୨ ଜଣ ଯାତ୍ରୀ ଏବଂ କ୍ରୁ ସଦସ୍ୟ ଥିଲେ। ଯାତ୍ରୀମାନଙ୍କ ମଧ୍ୟରେ ୫୩ ଜଣ ବ୍ରିଟିଶ, ସାତ ଜଣ ପର୍ତ୍ତୁଗୀଜ୍ ଏବଂ ଜଣେ କାନାଡ଼ା ନାଗରିକ ଥିଲେ। ଏହାବ୍ୟତୀତ ୧୬୯ ଜଣ ଭାରତୀୟ ନାଗରିକ ଥିଲେ। ଏହି ଭୟଙ୍କର ଦୁର୍ଘଟଣାରେ ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ସମେତ ମୋଟ ୨୬୬ ଜଣଙ୍କର ମୃତ୍ୟୁ ହୋଇଥିଲା।
ନିକଟରେ ଏୟାର ଇଣ୍ଡିଆର ଜଣେ ପୂର୍ବତନ କ୍ରୁ ସଦସ୍ୟ ଅଭିଯୋଗ କରି କହିଥିଲେ ଯେ ଏୟାର ଇଣ୍ଡିଆ କ୍ରମାଗତ ଭାବେ ଖରାପ ଏୟାରକ୍ରାଫ୍ଟ ବ୍ୟବହାର କରୁଛି। ଯାହାପରେ ୱାର୍ଣ୍ଣର ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ କହିଛନ୍ତି ଯେ ସେ କେବେବି ଏୟାର ଇଣ୍ଡିଆରେ ଯାତ୍ରା କରିବେ ନାହିଁ।
Comments are closed.