ଖୋର୍ଦ୍ଧା: ଖୋର୍ଦ୍ଧାର ପିତାପଲ୍ଲୀଠାରେ ଆଜି ଏକ ଦୁର୍ଘଟଣା ଘଟିଛି । ନୀଳକଣ୍ଠ ନାମକ ଘରୋଇ ବସ୍ଟି ଭୁବନେଶ୍ୱରରୁ ଆସ୍କା ଯାଉଥିଲା ବେଳେ ଖୋର୍ଦ୍ଧା ଠାରେ ଓଲଟି ପଡିଲା । ବସ୍ରେ ପ୍ରାୟ ୫୦ ଜଣ ଯାତ୍ରୀ ଥିଲେ । ଶିଳ୍ପାଞ୍ଚଳ ଥାନା ଆଇଆଇସି ବାସୁଦେବ ରଣସିଂ ଓ ସହକାରୀ ମୋଟର ଯାନ ନିରୀକ୍ଷକ ଧର୍ମେନ୍ଦ୍ର ଦେହୁରୀ ଟିମ୍ ସହ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସାମାନ୍ୟ ଆହତ ହୋଇଥିବା ୫ ରୁ ୭ ଜଣ ଯାତ୍ରୀଙ୍କୁ ନିକଟସ୍ଥ ସରକାରୀ ଡାକ୍ତରଖାନାରେ ପହଞ୍ଚାଇଥିଲେ।
ଆହତମାନଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତେବେ ବସ୍ର ଗୋଟିଏ ଚକା ବାହାରି ଯାଇଥିବା ବି ଦେଖାଯାଇଛି ।
ପୋଲିସ୍ ଦୁର୍ଘଟଣାସ୍ଥଳରେ ପହଞ୍ଚି ,ଏହି ଦୁର୍ଘଟଣା କିପରି ହେଲା ସେନେଇ ତଦନ୍ତ ଜାରି ରଖିଛି ।
Comments are closed.