Latest Odisha News

BREAKING NEWS

‘୪୯୮ଏ’ ଟି କାଫେ; ପତ୍ନୀଙ୍କ ଅତ୍ୟାଚାରରେ ଅତିଷ୍ଠ ବ୍ୟକ୍ତି ହାତରେ ହାତକଡି ପକାଇ ଏଭଳି କଲେ…

ନୂଆଦିଲ୍ଲୀ: ଫିଲ୍ମରେ ହୁଏତ ଆପଣ ମାନେ ବହୁତ ଥର ଦେଖିଥିବେ ଯେ ମିଥ୍ୟା ଯୌତୁକ ନିର୍ଯାତନା ଓ ଘରୋଇ ହିଂସା ମାମଲାରେ କିପରି ପୁରୁଷ ମାନଙ୍କୁ ଫସାଇ ପ୍ରତାଡ଼ିତ କରାଯାଇଥାଏ କିନ୍ତୁ ଯଦି ଏହା ବାସ୍ତବ ଜୀବନରେ ଘଟେ ତାହେଲେ ପରିଣାମ କେତେ ଯେ ଭୟଙ୍କର ହେବ ତାହା କଳ୍ପନା ବି କରି ହେବନାହିଁ।

ତେବେ ଏପରି ଏକ ଘଟଣା ବାସ୍ତବରେ ମଧ୍ୟପ୍ରଦେଶର ନୀମୁଚ ଜିଲ୍ଲାର ଅଥାନା ଗାଁରେ ଘଟିଛି। ଯେଉଁଠାରେ କୃଷ୍ଣକୁମାର ଧାକଡ ଏପରି ଏକ ପରିସ୍ଥିତିର ସାମ୍ନା କରିଛନ୍ତି। ଫଳରେ ତାଙ୍କୁ ରାଜସ୍ଥାନର ବାରନ ଜିଲ୍ଲାର ଆଣ୍ଟାରେ ‘୪୯୮ଏ ଟି କ୍ୟାଫେ ନାମକ ଏକ ଦୋକାନ ଖୋଲିବାକୁ ପଡ଼ିଥିଲା।

କୃଷ୍ଣକୁମାର ଧାକଡ (କେକେ ଧାକଡ) ପ୍ରେମ କରି ଜଣେ ଝିଅକୁ ବିବାହ କରିଥିଲେ। କିନ୍ତୁ ବିବାହ ପରେ ପରେ ତାଙ୍କ ସ୍ତ୍ରୀ ତାଙ୍କ ବିରୁଦ୍ଧରେ ଯୌତୁକ ନିର୍ଯାତନା ଏବଂ ଘରୋଇ ହିଂସା ଭଳି ମିଥ୍ୟା ମାମଲା ଦାୟର କରିଥିଲେ।।

କେବଳ ଏତିକି ନୁହେଁ ତାଙ୍କ ସ୍ତ୍ରୀ ତାଙ୍କଠାରୁ ୨୫ ଲକ୍ଷ ଟଙ୍କା ଏବଂ ମାସିକ ଖର୍ଚ୍ଚ ପାଇଁ ୩୦,୦୦୦ ଟଙ୍କା ମଧ୍ୟ ଦାବି କରିଛନ୍ତି।ତେବେ ସେ ଗତ ତିନି ବର୍ଷ ଧରି ଏହି ଆଇନଗତ ଲଢ଼େଇରେ ଫସି ରହିଛନ୍ତି। ଏହା ଦ୍ବାରା ତାଙ୍କୁ ଆର୍ଥିକ ଓ ମାନସିକ ଆଘାତ ମିଳିବା ସହ ତାଙ୍କର ସ୍ବପ୍ନ ମଧ୍ୟ ଭାଙ୍ଗିଯାଇଛି। କିନ୍ତୁ ସେ ହାର ମାନିବା ପରିବର୍ତ୍ତେ ଏକ ଚା ଦୋକାନ ଖୋଲିଥିଲେ। ତେବେ ଏହି ଚା ଦୋକାନ ତାଙ୍କ ଯନ୍ତ୍ରଣା ଏବଂ ନ୍ୟାୟ ପାଇଁ ଲଢ଼େଇର ପ୍ରତୀକ ବୋଲି କୁହାଯାଉଛି। ସେ ଦୋକାନର ନାମ ଭାରତୀୟ ଦଣ୍ଡ ସଂହିତାର ଧାରା ୪୯୮ଏ ରଖାଯାଇଛି ଯାହାକି ସମ୍ବିଧାନରେ ଯୌତୁକ ନିର୍ଯାତନା ବିରୁଦ୍ଧରେ ଏକ ଆଇନ ଅଟେ କିନ୍ତୁ ବର୍ତ୍ତମାନ୍ ତାହାର ଦୁର୍ବ୍ୟବହାର ହେଉଅଛି।

କେବଳ ଏତିକି ନୁହେଁ ତାଙ୍କ ଦୋକାନରେ ଯେଉଁ  ହୋର୍ଡିଂ ଲାଗିଛି  ସେଥିରେ  ‘ଜବ ତକ୍ ନେହିଁ ମିଲତା ନ୍ୟାୟ, ତବ୍ ତକ୍ ଉବଲତି ରହେଗି ଚାୟ’ ବୋଲି ଲେଖା ଅଛି। ସେ ଆଇନଗତ ବନ୍ଧନ ଏବଂ ନିର୍ଯାତନାର ପ୍ରତୀକ ଭାବରେ ହାତକଡ଼ି ପିନ୍ଧି ଚା ବିକୁଛନ୍ତି। ଏହିପରି ଏକ ଅନନ୍ୟ ଦୃଶ୍ୟ ପ୍ରତ୍ୟେକ ପଥଚାରୀଙ୍କ ଦୃଷ୍ଟି ଆକର୍ଷଣ କରୁଅଛି ଓ ସେ ତାଙ୍କର କାହାଣୀ ଶୁଣାଇ ନ୍ୟାୟ ମାଗିବା କଥା କହିଛନ୍ତି।

 

Comments are closed.