Latest Odisha News

କରୋନା ସହ ଲଢିବା ପାଇଁ ଔଷଧ ନୁହେଁ ପେଗ୍‌ ଦରକାର

ନୂଆଦିଲ୍ଲୀ: ସୋମବାର ରାତିରୁ ୨୬ ଏପ୍ରିଲ ସକାଳ ପର୍ଯ୍ୟନ୍ତ ଦିଲ୍ଲୀ ସରକାର ଜାତୀୟ ରାଜଧାନୀରେ ଏକ ସପ୍ତାହ ବ୍ୟାପୀ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏହାର କିଛି ସମୟ ପରେ ଲୋକମାନଙ୍କର ମଦ ଦୋକାନ ବାହାରେ ଲମ୍ବା ଲାଇନ୍‌ ଲାଗିଥିବା ଦେଖିବାକୁ ମିଳିଥିଲା।

ଶିବପୁରୀ ଗୀତା କଲୋନୀରେ ଥିବା ଏକ ଦୋକାନ ବାହାରେ ଜଣେ ବୃଦ୍ଧ ମହିଳା କହିଥିଲେ ଯେ ଔଷଧ ନୁହେଁ, ବରଂ ମଦ୍ୟପାନ କରୋନାଭାଇରସ୍ ସହିତ ଲଢିବାରେ ସାହାଯ୍ୟ କରିବ। ଏହି ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ ହେଉଛି।

ଏହି ଭିଡିଓରେ ମହିଳା ଜଣକ ସଠିକ ଭାବେ ମାସ୍କ ପିନ୍ଧିନଥିବା ଦେଖିବାକୁ ମିଳିଛି। ସେ ଏହା ମଧ୍ୟ କହୁଛନ୍ତି ଯେ କୋଭିଡ-୧୯ ଟିକା ମାରାତ୍ମକ ସଂକ୍ରମଣର ମୁକାବିଲା କରିବାରେ ସାହାଯ୍ୟ କରିବ ନାହିଁ କିନ୍ତୁ ମଦ୍ୟପାନ କରିବ। ଦେଖନ୍ତୁ ଭିଡିଓ;

Comments are closed.