Latest Odisha News

ପଞ୍ଚାୟତ ରେଜଲ୍ଟ: ଦ୍ୱିତୀୟ ଦିନ ଗଣତିରେ ୮୮% ଆସନରେ ବିଜେଡିର ବାଜିମାତ

ଭୁବନେଶ୍ୱର: ପଞ୍ଚାୟତ ଭୋଟରେ ବିଜେଡି ଉଡ଼ାଇଛି ବିଜୟ ବାନା । ସବୁ ଜିଲ୍ଲାରେ ଶଙ୍ଖନାଦ । ବିଜେଡି କରିସ୍ମା ଆଗରେ ବିରୋଧୀଙ୍କ ପତିଆରା ଫିକା ପଡ଼ିଛି । ଦୁଇ ଦିନର ଗଣତିର ଫଳାଫଳ ସମସ୍ତଙ୍କୁ ଆଚମ୍ବିତ କରିଛି । ଗତକାଲି ହୋଇଥିଲା ୩୦୫ ଜିଲ୍ଲା ପରିଷଦ ଆସନରେ ଭୋଟ୍ ଗଣତି ହୋଇଥିଲା । ଏଥିରୁ କେବଳ ୮୮ ପ୍ରତିଶତ ଆସନ ବିଜେଡି ପୋଛି ନେଇଛି । ବିଜେଡି ପ୍ରାର୍ଥୀ ୨୩୬ ଆସନରେ ବିଜୟୀ ହୋଇଛନ୍ତି ।

ବିରୋଧୀ ଧ୍ୱସ୍ତବିଧ୍ୱସ୍ତ ହୋଇଛନ୍ତି । ଦୁଇ ଦିନ ଗଣତିରେ ୨୦ ଲେଖାଏ ଆସନ ବି ଜିତି ପାରି ନାହାନ୍ତି । ଗତକାଲି ଦ୍ୱିତୀୟ ଦିନ ଗଣତିରେ ବିଜେପି ଖାତାରେ ୧୬ଟି ସିଟ୍ ପଡିଛି । କଂଗ୍ରେସ ଜିତିଛି ୧୫ ଜିଲ୍ଲା ପରିଷଦ ଆସନ । ଅନ୍ୟାନ୍ୟ ୩ଟିରେ ବିଜୟୀ ହୋଇଛନ୍ତି । ପଞ୍ଚାୟତ ଭୋଟ୍ ପୂର୍ବରୁ ବିରୋଧୀ ବିଜେଡି ବିରୋଧରେ ମୋର୍ଚ୍ଚା ଖୋଲିଥିଲେ । ଫଳଫଳ ସ୍ପଷ୍ଟ କରୁଛି ବିରୋଧୀଙ୍କ ଅସ୍ତ୍ର କାମ ଦେଇନି ।

Comments are closed, but trackbacks and pingbacks are open.