Latest Odisha News

ଏହି ଜିଲ୍ଲାରେ ସାଢେ ୧୧ରୁ ୩୬ ଡିଗ୍ରୀ ଟପିଲା ପାରଦ

ଭୁବନେଶ୍ୱର: ଜଳୁଛି ସାରା ଓଡିଶା। ଦିନକୁ ଦିନ ତାପମାତ୍ରା ବଢିବାରେ ଲାଗିଛି। ପଶ୍ଚିମରୁ ଉପକୂଳ, ଉତ୍ତରରୁ ଦକ୍ଷିଣ ରାଜ୍ୟର ଅଧିକାଂଶ ଅଞ୍ଚଳ ଡହଡହ ଖରାରେ ସିଝୁଛି। ଆଜି ସାଢେ ସମ୍ବଲପୁରରେ ୧୧ରୁ ୩୬ ଡିଗ୍ରୀ ଟପିଲାଣି ପାରଦ।

ସମ୍ବଲପୁରରେ ତାପମାତ୍ରା ୩୬.୮, ହୀରାକୁଦ ୩୬, ଝାରସୁଗୁଡା ୩୫.୪ ଏବଂ ରାଉରକେଲାରେ ୩୩.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ୩ ଦିନ ସର୍ବାଧିକ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ଏହାପରେ ୩-୫ ଡିଗ୍ରୀ ତାପମାତ୍ରା ହ୍ରାସ ପାଇବ।

ଆଜି ଝାରସୁଗୁଡ଼ା ଓ ବୌଦ୍ଧ ଜିଲ୍ଲାରେ ହିଟ୍ ୱେଭ୍ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର। ବଲାଙ୍ଗୀର, ସୁନ୍ଦରଗଡ଼, ଅନୁଗୋଳ ଏବଂ କଳାହାଣ୍ଡି ଜିଲାକୁ ହିଟ୍‌ ୱେଭ୍ ଓ କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାକୁ କାଳବୈଶାଖୀ ନେଇ ୟେଲୋ ୱାର୍ଣ୍ଣିଂ ଜାରି ରହିଛି।

 

Comments are closed.